ETV Bharat / state

୪ମାସ ହେଲା ରେଭେନ୍ସା ଡିସ୍ପେନସାରିରେ ନାହାନ୍ତି ଡାକ୍ତର; ଅଘଟଣ ଘଟିଲେ ଦାୟୀ କିଏ ? - Revenshaw University Dispensary

author img

By ETV Bharat Odisha Team

Published : Jul 17, 2024, 1:29 PM IST

Revenshaw University Dispensary Issue: ଦୀର୍ଘ ୪ ମାସ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ଡିସ୍ପେନସାରିରେ ନିଯୁକ୍ତି ହୋଇପାରୁ ନାହାନ୍ତି ଡାକ୍ତର । A++ ଗ୍ରେଡ ପାଇଥିବାବେଳେ ବିଶ୍ବବିଦ୍ୟାଳୟରେ ଏଭଳି ସମସ୍ୟା ନେଇ ବଢୁଛି ଛାତ୍ର ଅସନ୍ତୋଷ । ଅଧିକ ପଢନ୍ତୁ

୪ ମାସ ହେଲା ରେଭେନ୍ସା ଡିସ୍ପେନସାରିରେ ନାହାନ୍ତି ଡାକ୍ତର; ଅଘଟଣ ଘଟିଲେ ଦାୟୀ କିଏ ?
୪ ମାସ ହେଲା ରେଭେନ୍ସା ଡିସ୍ପେନସାରିରେ ନାହାନ୍ତି ଡାକ୍ତର; ଅଘଟଣ ଘଟିଲେ ଦାୟୀ କିଏ ? (ETV Bharat Odisha)

କଟକ: ୪ ମାସରୁ ଊର୍ଦ୍ଧ୍ଵ ସମୟ ବିତିଲାଣି ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାକ୍ତର ନିଯୁକ୍ତି ହୋଇପାରୁନାହିଁ । ଜଣେ ମାତ୍ର କମ୍ପାଉଣ୍ଡରଙ୍କ ଭରସାରେ ଚାଲିଛି ବିଶ୍ୱବିଦ୍ୟାଳୟର ଥିବା ଡିସ୍ପେନସାରି ଚିକିତ୍ସା ବ୍ୟବସ୍ଥା । ବିଶ୍ୱବିଦ୍ୟାଳୟରେ ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୩ ହଜାରରୁ ଅଧିକ ଅନ୍ତେବାସୀ ବିଭିନ୍ନ ଛାତ୍ରାବାସରେ ରହୁଛନ୍ତି । ବଡ଼ କଥା ହେଉଛି କି, କେତେବେଳେ ଯଦି କୌଣସି ଛାତ୍ର ଛାତ୍ରୀଙ୍କର ଅଘଟଣ ଘଟେ, ତା'ହେଲେ ସେମାନଙ୍କ ତୁରନ୍ତ ଚିକିତ୍ସା କରିବା ସମ୍ଭବ ହେବନାହିଁ ।

୪ମାସ ହେଲା ରେଭେନ୍ସା ଡିସ୍ପେନସାରିରେ ନାହାନ୍ତି ଡାକ୍ତର (ETV Bharat Odisha)

କୌଣସି ଛାତ୍ରଛାତ୍ରୀଙ୍କ ଯଦି କିଛି ଶାରୀରିକ ଅସୁସ୍ଥତା ଦେଖାଯାଏ, ତେବେ ବିଶ୍ୱବିଦ୍ୟାଳୟର ଡିସ୍ପେନସାରିରେ ଚିକିତ୍ସା କରାଯାଇଥାଏ । ଅଧିକ ଜଟିଳ ପରିସ୍ଥିତି ଦେଖାଗଲେ ଡିସ୍ପେନସାରିରେ ଥିବା ଡାକ୍ତର ବଡ ମେଡିକଲକୁ ରେଫର କରିଦିଅନ୍ତି । ମାତ୍ର ଦୀର୍ଘ ୪ ମାସରୁ ଊର୍ଦ୍ଧ୍ବ ହେବ ବିଶ୍ୱବିଦ୍ୟାଳୟରେ ଡାକ୍ତର ନଥିବା କାରଣରୁ ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱବିଦ୍ୟାଳୟ A++ ଗ୍ରେଡ ପାଇଥିବାବେଳେ, ଏଠାରେ ମୌଳିକ ଆବଶ୍ୟକତା ପୂରଣ ନହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରେଭେନ୍ସା କ୍ୟାମ୍ପସ ମଧ୍ୟରେ ଦୀର୍ଘ ବର୍ଷ ହେବ ଡିସ୍ପେନସାରି ନିର୍ମାଣ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ତ୍ୱରିତ ଚିକିତ୍ସା ପ୍ରଦାନ କରିବା । ଅର୍ଥାତ ଯଦି କୌଣସି ଛାତ୍ରଛାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ତାହେଲେ ତୁରନ୍ତ ସେମାନଙ୍କୁ ଡିସ୍ପେନସାରିରେ ଚିକିତ୍ସା ପ୍ରଦାନ କରାଯିବା । ନିର୍ମାଣ ହେବା ଦିନଠାରୁ ଉକ୍ତ ଡିସ୍ପେନସାରିରେ ଜଣେ ଡାକ୍ତର, କମ୍ପାଉଣ୍ଡର ଏବଂ ସପୋର୍ଟ ଷ୍ଟାଫକୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ 3 ମେଡିକାଲ କଲେଜ ଶୀଘ୍ର ହେବ କାର୍ଯ୍ୟକ୍ଷମ: ସ୍ୱାସ୍ଥ୍ୟମନ୍ତ୍ରୀ - New Medical Colleges In Odisha

ଗତ ନିର୍ବାଚନ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରୁ ଏଠାରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କ ବଦଳି ହୋଇଯାଇଛି । ସେବେଠାରୁ ଆଜି ପର୍ଯ୍ୟନ୍ତ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇନାହାନ୍ତି ରାଜ୍ୟ ସରକାର । ଏନେଇ ଛାତ୍ରଛାତ୍ରୀ ଅସନ୍ତୋଷ ଜାହିର କରିଥିବାବେଳେ ତ୍ୱରନ୍ତ ଡାକ୍ତର ନିଯୁକ୍ତି କରିବା ସହ ବିଶ୍ୱବିଦ୍ୟାଳୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି । ବିଶ୍ୱବିଦ୍ୟାଳୟର କୁଳସଚିବ କହିଛନ୍ତି, ଡାକ୍ତର ନିଯୁକ୍ତି ନେଇ ସେ ଅନେକ ଥର ସିଡିଏମଓଙ୍କୁ ଚିଠି ଲେଖିଛନ୍ତି । ମାତ୍ର ତାଙ୍କ କଥା କେହି ଶୁଣୁ ନାହାଁନ୍ତି । ବାରମ୍ବାର ଚିଠି ଲେଖିଲେଣି ମାତ୍ର ଫଳ ଶୂନ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.