ETV Bharat / state

'ଭାରତ ମାତ କି ଜୟ' ନାରାରେ କମ୍ପିଲା ମୟୂରଭଞ୍ଜ - republic day 2024

Republic Day Celebration: ମୟୂରଭଞ୍ଜ ଜିଲ୍ଲାରେ ଧୁମଧାମରେ ପାଳନ ହେଲା ୭୫ତମ ସାଧାରଣତନ୍ତ୍ର ଦିବସ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଯୋଗଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ

'ଭାରତ ମାତ କି ଜୟ' ନାରାରେ କମ୍ପିଲା ମୟୂରଭଞ୍ଜ

author img

By ETV Bharat Odisha Team

Published : Jan 26, 2024, 10:54 PM IST

'ଭାରତ ମାତ କି ଜୟ' ନାରାରେ କମ୍ପିଲା ମୟୂରଭଞ୍ଜ

ରାଇରଙ୍ଗପୁର: ଆଜି ସମଗ୍ର ଦେଶ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବାବେଳେ ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବାରିପଦାର ପରେଡ଼ ପଡିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ରଆୟୋଜନ ରାଯାଇଥିଲା । ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଂଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଭାଷଣ ଗ୍ରହଣ କରିଥିଲେ । ଏହାସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଓ ଜିଲ୍ଲାପାଳ ବିନୀତ ଭରଦ୍ବାଜ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଜିଲ୍ଲାର ହାବିଲଦାର , ବନବିଭାଗ, ଅଗ୍ନିଶମ ବିଭାଗ ସହିତ ବିଭିନ୍ନ ସ୍କୁଲ କଲେଜର ଏନ.ସି.ସି, ସ୍କାଉଟ୍ସ ଏବଂ ଗାଇଡ୍ସ , ରେଡକ୍ରସ ଓ ସିଭିଲିଅନର ମୋଟ ୨୯ ଗୋଟି ପ୍ଲାଟୁନ ପରେଡରେ ଭାଗ ନେଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀ ସହିତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା ।

ଏହା ମଧ୍ୟ ପଢନ୍ତୁ .....ବିଶ୍ବ ଦେଖିଲା ଭାରତର ବୀରତ୍ବ ଓ ପରାକ୍ରମ, କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଫ୍ରାନ୍ସ ରେଜିମେଣ୍ଟ

ସେହିପରି ରାଇରଙ୍ଗପୁର କଚେରୀ ପଡିଆଠାରେ ଆୟୋଜିତ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସର୍ବମୋଟ ୨୪ ଟି ପ୍ୟାରେଡ଼ ଟ୍ରୁପ ଭାଗ ନେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ଓ ପରେଡରେ ଅଂଶଗ୍ରହଣ କରିଥିବା ୨୪ଟି ଟ୍ରୁପ ମଧ୍ୟରୁ ଏନସିସି ବିଭାଗରୁ ରାଇରଙ୍ଗପୁର ବାଳିକ ଉଚ୍ଚ ବିଦ୍ୟାଳୟ ଆର୍ମି ଡିଭିଜନ , ସ୍କାଉଟ୍ସ ଓ ରେଡକ୍ରସ ବିଭାଗରୁ ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏବଂ ସିଭିଲରୁ କେରଳା ପବ୍ଲିକ ସ୍କୁଲ ଭଲ ପ୍ୟାରେଡ୍ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଉପଜିଲ୍ଲାପାଳ ସରୋଜ କୁମାର ଦାସ , ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପ୍ରବଳ ଉତ୍ସାହ ସହ ଜିଲ୍ଲାବାସୀ ଉପସ୍ଥିତ ରହି ୭୫ତମ ସାଧାରଣତନ୍ତ୍ର ଦିବସର ଆନନ୍ଦ ଉଠାଇଥିଲେ । ସେହିପରି ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ବୋର୍ଡ ତରଫରୁ ରାଇରଙ୍ଗପୁର ବସଷ୍ଟାଣ୍ଡ ସ୍ଥିତ ଶହୀଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା ।

ଇଟିଭି ଭାରତ , ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.