ETV Bharat / state

ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ‘ଇଟିଭି ଭାରତ ଓଡିଶା’ ପରିବାର - TRIBUTE IN MEMORY OF RAMOJI RAO

author img

By ETV Bharat Odisha Team

Published : Jun 20, 2024, 6:01 PM IST

Updated : Jun 20, 2024, 7:49 PM IST

TRIBUTE IN MEMORY OF RAMOJI RAO: ଆଜି ‘ଇଟିଭି ଭାରତ ଓଡିଶା’ ପରିବାର ତରଫରୁ ପ୍ରତିଷ୍ଠାତା ରାମୋଜୀ ରାଓଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟର ସମସ୍ତ କର୍ମକର୍ତ୍ତା ଏକାଠି ହୋଇ ତାଙ୍କ ସ୍ମୃତିଚାରଣ କରିଥିଲେ । ଅଧିକ ପଢନ୍ତୁ

TRIBUTE IN MEMORY OF RAMOJI RAO
TRIBUTE IN MEMORY OF RAMOJI RAO (ETV Bharat Odisha)

ଭୁବନେଶ୍ବର: ରାମୋଜୀ ରାଓଙ୍କୁ ଝୁରୁଛି ଓଡିଶା ସାମ୍ବାଦିକ ଜଗତ । ‘ଇଟିଭି ଭାରତ ଓଡିଶା’ ପରିବାର ସାମ୍ବାଦିକ ଜଣାଇଲେ ଶେଷ ଶ୍ରଦ୍ଧାଞ୍ଜଳି । ସେ ଏବେ ନାହାନ୍ତି ଶତ ହେଲେ ଛାଡି ଯାଇଛନ୍ତି ଅନେକ ସ୍ମୃତି । ସେଥିପାଇଁ ତ ମିଡ଼ିଆ ଜଗତରେ ତାଙ୍କୁ କୁହାଯାଏ ଭୀଷ୍ମ ପିତାମହ । ସେ କେବଳ ମିଡ଼ିଆ ଜଗତରେ ସୀମିତ ନଥିଲେ, ବରଂ ସିନେମା ଜଗତ ପାଇଁ ଆଣିଥିଲେ ନୂଆ ଦିଶା ,ସୃଷ୍ଟି କରିଥିଲେ ରାମୋଜୀ ଗ୍ରୁପ । ଧାରାବାହିକ ଠାରୁ ଆରମ୍ଭ କରି ମିଡ଼ିଆ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସେହି ମହାନ ବ୍ୟକ୍ତିଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମିଡ଼ିଆ ଜଗତର ପ୍ରତିଟି ମଣିଷ ।

ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ସ୍ବର୍ଗତ ରାମୋଜୀ ରାଓଙ୍କୁ ‘ଇଟିଭି ଭାରତ ଓଡିଶା’ ପରିବାର ପକ୍ଷରୁ ଭୁବନେଶ୍ବରର ସାମ୍ବାଦିକ ଭବନ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିରେ ‘ଇଟିଭି ଭାରତ ଓଡିଶା’ ଆସିଷ୍ଟାଣ୍ଟ୍ ନ୍ୟୁଜ୍ ଏଡିଟର୍ ବିଶ୍ଵନାଥ ପ୍ରହରାଜ ରାଜଗୁରୁ ସଭାପତିତ୍ବରେ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଭିନ୍ନ ସ୍ଥାନର ‘ଇଟିଭି ଭାରତ ଓଡିଶା’ର ପ୍ରତିନିଧି ମାନେ ଯୋଗ ଦେଇ ସ୍ବର୍ଗତ ରାମୋଜୀ ରାଓଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବସିଲା ଭଳି ତାଙ୍କର ପ୍ରଚେଷ୍ଟା ବୁଦ୍ଧି ଏବଂ ଉଦ୍ୟମ ବଳରେ ତାଙ୍କର ଶ୍ରେଷ୍ଠତ୍ଵ ବଜାଇ ରହିଛି । ସେ ଆଜି ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଅତୁଳନୀୟ ଅବଦାନକୁ ସର୍ବଦା ମନେ ରଖିବେ ଓଡ଼ିଶାର ସମ୍ବାଦିକ ।

ଏହା ମଧ୍ୟ ପଢନ୍ତୁ .....ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଏକାଠି ହେବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ - Tribute to Ramoji Rao

ପ୍ରକାଶ ଯୋଗ୍ୟ ଯେ, ଗତ ଜୁନ ୮ ତାରିଖରେ ଆରପାରିକୁ ଚାଲି ଯାଇଥିଲେ ମିଡିଆ ଟାଇକୁନ ତଥା ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ଗତ କିଛି ଦିନ ହେବ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 20, 2024, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.