ETV Bharat / state

କୋହଳ ହେଲା କର୍ଫ୍ୟୁ, ଗୋଟିଏ ଥାନା ଅଞ୍ଚଳରେ ରାତି 9 ପର୍ଯ୍ୟନ୍ତ ହେବ କୋହଳ - Curfew Relaxed In Balasore - CURFEW RELAXED IN BALASORE

relaxation Curfew In Balasore: ବାଲେଶ୍ବରରେ ସ୍ବାଭାବିକ ଆଡ଼କୁ ଯାଉଛି ସ୍ଥିତି । କର୍ଫ୍ୟୁକୁ ନେଇ ଆଜି ପୁଣିଥରେ ନୂଆ ଗାଇଡ଼ ଲାଇନ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

Relaxes Curfew In Balasore
Relaxes Curfew In Balasore (ETV Bharat Odisha)
author img

By ETV Bharat Odisha Team

Published : Jun 22, 2024, 10:20 PM IST

ବାଲେଶ୍ବର: ଧିରେ ଧିରେ ସୁଧୁରୁଛି ବାଲେଶ୍ବର ସହରର ସ୍ଥିତି । ଇଦ୍‌ରେ 2 ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ସହରରେ ଜାରି ହୋଇଥିଲା କର୍ଫ୍ୟୁ । ଏହି କର୍ଫ୍ୟୁ ପୁଣିଥରେ କୋହଳ କରାଯାଇଛି । କର୍ଫ୍ୟୁକୁ ନେଇ ଆଜି ପୁଣିଥରେ ନୂଆ ଗାଇଡ଼ ଲାଇନ ଜାରି କରାଯାଇଛି । ଏନେଇ ମିଳିତ ଭାବେ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

Relaxes Curfew In Balasore (ETV Bharat Odisha)

ସୂଚନା ମୁତାବକ, ଆସନ୍ତାକାଲି (ରବିବାର) ଠାରୁ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ 5 ଟାରୁ ରାତି 9 ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । କେବଳ ଟାଉନ ଥାନା ଅଞ୍ଚଳରେ ସକାଳ 5 ଟାରୁ ଦିନ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ସେହିପରି ବ୍ରଡ୍‌ବ୍ୟାଣ୍ଡ, ୱାଇ-ଫାଇ ଓ ଲ୍ୟାଣ୍ଡ ଲାଇନ୍ ଇଣ୍ଟରନେଟ୍ ଚାଲୁ କରିବା ପାଇଁ ଗୃହ ବିଭାଗରୁ ଟେଲିକମ ବିଭାଗକୁ ନିର୍ଦ୍ଦେଶ ହୋଇଛି । ମାତ୍ର ମୋବାଇଲ ଇଣ୍ଟରନେଟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ସେହିପରି ଏସପି କର୍ଫ୍ୟୁ ଏବଂ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ଅଧିକ ସୂଚନା ପ୍ରଦାନ କରିଛନ୍ତି ଏସପି ।

ଏସପିଙ୍କ ସୂଚନା ଅନୁସାରେ, ଗୋଷ୍ଠୀ ସଂଘର୍ଷରେ ଅଧିକାଂଶ ନାବାଳକ ଓ ଯୁବକଙ୍କ ସଂପୃକ୍ତି ରହିଛି । ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂଘର୍ଷକୁ ନେଇ 19ଟି କେସ ରେଜିଷ୍ଟ୍ରେସନ ହେବାସହ ଏପର୍ଯ୍ୟନ୍ତ 75 ଜଣଙ୍କୁ ତଥ୍ୟ ଓ ପ୍ରମାଣ ଆଧାରରେ ଗିରଫ କରାଯାଇଛି । ଯେଉଁବ୍ୟକ୍ତି ବିଶେଷମାନେ ଯେଉଁ ଯେଉଁ ଅଞ୍ଚଳରେ ଗଣ୍ଡଗୋଳ କରୁଥିଲେ ସେମାନଙ୍କୁ ଗିରଫ କରିଛି ପୁଲିସ । ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଡ୍ରୋନ୍ ଦ୍ଵାରା ସ୍ଥିତି ଅନୁଧ୍ୟାନ କରୁଛି ପୋଲିସ । ବିଏସଏଫ (Bsf) ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମହଜୁଦ ଅଛନ୍ତି । ପରିସ୍ଥିତିକୁ ନଜରରେ ରଖି ଇଣ୍ଟରନେଟ୍ ସୁବିଧା କୋହଳ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...କୋହଳ ହେଲା କର୍ଫ୍ୟୁ ଗାଇଡ଼ ଲାଇନ, ଗୋଟିଏ ଥାନା ଅଞ୍ଚଳରୁ ଉଠିଲା କର୍ଫ୍ୟୁ - Curfew Relaxed In Balasore

ସେପଟେ କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବା କିମ୍ବା ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ଏସପି କହିଛନ୍ତି । ଗୁଜବ ଏବଂ ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବା ପାଇଁ Cyber Expertମାନେ ନିୟୋଜିତ ଅଛନ୍ତି । ଯେଉଁମାନେ ଗୁଜବ ସୃଷ୍ଟି ଓ ଅପପ୍ରଚାର କରିବେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ସେହିଭଳି ସୋସିଆଲ ମିଡିଆରେ ଜଣେ ଲୋକ ଅପପ୍ରଚାର ଏବଂ ଗୁଜବ ସୃଷ୍ଟି କରୁଥିବା ନଜରକୁ ଆସିଛି । ଖୁବଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.