ETV Bharat / state

ଶାନ୍ତି ପଡ଼ୁଛି ବାଲେଶ୍ବର, ଆଉ ତିନି ଘଣ୍ଟା କୋହଳ ହେଲା କର୍ଫ୍ୟୁ - RELAXES CURFEW IN BALASORE - RELAXES CURFEW IN BALASORE

RELAXES CURFEW IN BALASORE: ବାଲେଶ୍ବର ସହରରେ ଜାରି ହୋଇଥିବା କର୍ଫ୍ୟୁ ଧିରେ ଧିରେ କୋହଳ ହେବାରେ ଲାଗିଛି । ଟାଉନ ଥାନା ଅଞ୍ଚଳରେ ଲାଗିଥିବା କର୍ଫ୍ୟୁରେ ଆଉ ୩ ଘଣ୍ଟା କୋହଳ କରାଯାଇଛି । ସକାଳ 5ଟାରୁ ସଂଧ୍ୟା 5ଟା ଯାଏ କୋହଳ କରାଯାଇଛି । ଅଧିକ ପଢନ୍ତୁ

RELAXES CURFEW IN BALASORE
RELAXES CURFEW IN BALASORE (ETV Bharat Odisha)
author img

By ETV Bharat Odisha Team

Published : Jun 24, 2024, 9:57 PM IST

ବାଲେଶ୍ବର: ଶାନ୍ତି ପଡ଼ୁଛି ଗୋଷ୍ଠୀ ବିବାଦ । ବାଲେଶ୍ବର ସହରରେ ଜାରି ହୋଇଥିବା କର୍ଫ୍ୟୁ କୋହଳ ହେବାରେ ଲାଗିଛି । ଟାଉନ ଥାନା ଅଞ୍ଚଳରେ ଲାଗିଥିବା କର୍ଫ୍ୟୁରେ ଆଉ ୩ ଘଣ୍ଟା କୋହଳ କରାଯାଇଛି । ପୂର୍ବରୁ ଟାଉନ ଥାନା ଅଞ୍ଚଳରେ ସକାଳ 5ଟାରୁ ଅପରାହ୍ନ 2ଟା ଯାଏ ଥିବାବେଳେ ଏବେ ତାହା ସକାଳ 5ଟାରୁ ସଂଧ୍ୟା 5ଟା ଯାଏ କୋହଳ କରାଯାଇଛି । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି କୋହଳ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି । ଆସନ୍ତା କାଲି ସକାଳ 5ଟାରୁ ଏହି କୋହଳ ନିୟମ ଲାଗୁ ହେବ ।

ସେହିପରି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୂର୍ବରୁ ଯେମିତି ସକାଳ 5ରୁ ରାତି ୯ଟା ଯାଏ କର୍ଫ୍ୟୁ କୋହଳ ଥିଲା ସେମିତି ରହିଛି । ରାତ୍ରି କାଳୀନ କର୍ଫ୍ୟୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ । ଆଜିଠାରୁ ସ୍କୁଲ, କଲେଜ, ଶିକ୍ଷାଅନୁଷ୍ଠାନ ଖୋଲିଥିବା ବେଳେ ମୋବାଇଲ ଇଣ୍ଟରନେଟ ମଧ୍ୟ ସ୍ବଭାବିକ ହୋଇଛି । ସେହିପରି ଇଣ୍ଟରନେଟ ସ୍ବଭାବିକ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଟିମ ଦ୍ୱାରା ସୋସିଆଲ ମିଡିଆ ପୋଷ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏନେଇ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସେଲର ନମ୍ବର, ଇମେଲ ଆଦି ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....କୋହଳ ହେଲା କର୍ଫ୍ୟୁ, ଗୋଟିଏ ଥାନା ଅଞ୍ଚଳରେ ରାତି 9 ପର୍ଯ୍ୟନ୍ତ ହେବ କୋହଳ - Curfew Relaxed In Balasore

ଯଦି କେହି ସୋସିଆଲ ମିଡିଆରେ ଗୋଷ୍ଠୀ ବିବାଦକୁ ନେଇ କୌଣସି ଆପତ୍ତି ଜନକ ପୋଷ୍ଟ କରନ୍ତି, ତେବେ ସାଧାରଣ ଲୋକ ଜାରି କରାଯାଇଥିବା ନମ୍ବର ଏବଂ ଇମେଲ ଜରିଆରେ ପୋଲିସକୁ ଜଣାଇ ପାରିବେ । ଏଭଳି ପୋଷ୍ଟ ଉପରେ ପୋଲିସ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥିପାଇଁ ବାଲେଶ୍ୱର ଏସପିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସାଧାରଣ ଲୋକଙ୍କୁ ଗୁଜବ ଠାରୁ ଦୁରେଇ ରହିବାକୁ ଅନୁରୋଧ କରାଯାଇଛି ।

ପ୍ରକାଶ ଯୋଗ୍ୟ, ଏହାସହ ଗୋଷ୍ଠୀ ବିବାଦରେ ସମୁଦାୟ 21ଟି ମାମଲା ରୁଜୁ ହୋଇଥିବାବେଳେ 89 ଜଣଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟକୁ ନେଇ ତଥ୍ୟ ପ୍ରମାଣ ଆଧାରରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗଣ୍ଡଗୋଳ ହୋଇଥିବା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତ୍ତା ଚାଲିଛି । ଏହାସହ ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ ଏବଂ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା ଚାଲିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.