ETV Bharat / state

ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ! କ୍ଲିନିକରେ ଉତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ - Doctor negligence in Sambalpur - DOCTOR NEGLIGENCE IN SAMBALPUR

Doctor negligence in Sambalpur ! ସମ୍ୱଲପୁର ଅଶୋକ ନନ୍ଦ କ୍ଲିନିକରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଏହାକୁ ନେଇ କ୍ଲିନିକ ପରିସରରେ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା । ଅଧିକ ପଢନ୍ତୁ

Doctor negligence in Sambalpur !at
Doctor negligence in Sambalpur ! (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 10:37 AM IST

ସମ୍ବଲପୁର: ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ l ଏହି ଘଟଣାକୁ ନେଇ ଗତ ଗୁରୁବାର ରାତିରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଶାସନ କମଳ ଛକରେ ଥିବା ଡାକ୍ତର ଅଶୋକ ନନ୍ଦଙ୍କ କ୍ଲିନିକରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ଡାକ୍ତର ନନ୍ଦଙ୍କୁ ଆକ୍ରମଣ କରିବା ସହିତ ତାଙ୍କ କ୍ଲିନିକରେ ବ୍ୟାପକ ଭଙ୍ଗାରୁଜା କରି 2 ଟି ବାଇକ ପୋଡିଦେଇଥିବା ଅଭିଯୋଗ ହୋଇଛି ।

Doctor negligence in Sambalpur ! (ETV Bharat Odisha)

ମିଳିଥିବା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଲବ କେର୍‌କେଟା ନାମକ ଜଣେ ସ୍ଥାନୀୟ ଯୁବକ କୌଣସି କାରଣରୁ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତର ଅଶୋକ ନନ୍ଦଙ୍କ କମଳ ଛକ ସ୍ଥିତ କ୍ଲିନିକକୁ ଆଣିଥିଲେ । ସେଠାରେ ଡାକ୍ତର ନନ୍ଦ ଇଞ୍ଜେକ୍‌ସନ ଦେବା ସହିତ ସାଲାଇନ୍ ଦେଇଥିଲେ । ଏହା ସ‌ହିତ ଡାକ୍ତର ନନ୍ଦ ଆଉ ୨/୩ଟି ଇଞ୍ଜେକ୍‌ସନ ଆଣିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ । ସେହି ଇଂଜେକ୍‌ସନ ଦେବା ପରେ ରୋଗୀ ଲବ କେରକେଟା ରକ୍ତ ବାନ୍ତି କରିଥିଲେ ଓ ଏହାର କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ବୋଲି ଅଭିଯୋଗ ହୋଇଛି ।

ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଲବଙ୍କ ମୃତ୍ୟୁ ସମ୍ପର୍କରେ କହିବା ପୂର୍ବରୁ ଡାକ୍ତର ସେମାନଙ୍କୁ ୧୫ ଶହ ଟଙ୍କା ଫି ମାଗିଥିଲେ । ପରେ ଲବଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଖବର ପାଇ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ବି ଏକାଠି ହୋଇଥିଲେ । ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ ଜୋରସୋର ପାଟିତୁଣ୍ଡ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ତାତିଲେ ପରିବାର, ରାସ୍ତା ରୋକ ଉଦ୍ୟମ ବେଳେ ପୋଲିସ ସହ ବଚସା - Medical Negligence In Balasore

ସ୍ଥାନୀୟ ଲୋକଙ୍କ ପାଟିତୁଣ୍ଡ ଦେଖି ଡାକ୍ତର ନନ୍ଦ ତାଙ୍କ ପୁଅକୁ ଡକାଇଥିଲେ । ଘଟଣାସ୍ଥଳରେ ତାଙ୍କ ପୁଅ ପହଞ୍ଚିବା ପରେ ସ୍ଥିତି ଆହୁରି ବିଗିଡ଼ିଥିଲା । ଡାକ୍ତର ନନ୍ଦଙ୍କ ପୁଅ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ଯବହାର ଦେଖାଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ଡାକ୍ତର ଓ ତାଙ୍କ ପୁଅଙ୍କୁ ମାଡ଼ପିଟ କରିବା ସହ କ୍ଲିନିକ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି l କ୍ଷତିପୂରଣ ପାଇଁ ମଧ୍ୟ ଦାବି ମଧ୍ୟ କରିଥିଲେ । ଘଟଣା ସଂକ୍ରାନ୍ତରେ ଖବର ପାଇ ଶାସନ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କୁ ସେଠାରେ ବୁଝାସୁଝା କରିବରେ ବିଫଳ ହୋଇଥିଲା l

ପରେ ସମ୍ବଲପୁରରୁ ସଦର ଥାନା, ଅଇଁଠାପାଲି ଥାନା ଓ ବରେଇପାଲି ଥାନାର ଅଧିକାକାରୀମାନେ ୩ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉଭୟ ବାପପୁଅଙ୍କୁ ପୋଲିସ ରାତି ପ୍ରାୟ 12 ଟାରେ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ପଚରାଉଚରା କରିଥିବା ସୂଚନା ରହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.