ETV Bharat / state

ଏଣିକି ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍ - SCHOOL BUS SAFETY

author img

By ETV Bharat Odisha Team

Published : Jul 21, 2024, 10:59 PM IST

SCHOOL BUS SAFETY: ଆପଣଙ୍କ ସ୍କୁଲ ବସରେ ଅଛି ତ ଏହି ସବୁ ବ୍ୟବସ୍ଥା । ନଚେତ୍ ଗଣିବାକୁ ହେବ ମୋଟା ଅଙ୍କର ଫାଇନ୍ ଏବଂ ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

REGULARLY SCHOOL BUSES WILL BE INSPECTED BY TRANSPORTATION DEPARTMENT
REGULARLY SCHOOL BUSES WILL BE INSPECTED BY TRANSPORTATION DEPARTMENT (ETV Bharat Odisha)

ଭୁବନେଶ୍ବର: ସାବଧାନ ! ଏଣିକି ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍ । ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିସନର । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସ୍କୁଲ ବସରେ Fire Detection Alarm System (FDAS), Fire Detection Suppression System (FDSS) ଓ Fire Alarm Protection System (FAPS) ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି ।

ଅଗ୍ନି ଅଘଟଣ ରୋକିବା ଓ ମୁକାବିଲା ଦିଗରେ ଏହା ସହାୟକ ହୋଇଥାଏ । ତେଣୁ ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ନିୟମ 125C ଅନୁସାରେ ସମସ୍ତ ସ୍କୁଲ ବସରେ AIS 135 ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗୁଡ଼ିକ ସଠିକ୍ ଭାବେ ଅନୁପାଳନ ହେବା ଆବଶ୍ୟକ । ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥ‌ିବା ବସ୍ ମାଲିକମାନେ ଏହି ନିୟମର ସମ୍ପୂର୍ଣ୍ଣ ଭାବରେ ଅନୁପାଳନ କରିବା ଆବଶ୍ୟକ । ତେବେ ଏହା ଠିକ୍ ଭାବେ ପାଳନ ହେଉଛି କି ନାହିଁ ଏନେଇ ଅନେକ ସମୟରେ ଯାଞ୍ଚ କରାଯାଇଛି । ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏନେଇ ସ୍କୁଲ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ ସୂଚନା ମିଳିଛି । ସମସ୍ତ ଜୋନ୍ ଉପ ପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ । କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଙ୍ଘନ କରୁଥ‌ିବା ବସ୍ ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ସ୍କୁଲରେ ପ୍ରାର୍ଥନା ପରେ ଯୋଗ କରିବେ ପିଲା, ଶିଖାଇବେ କ୍ରୀଡା ଶିକ୍ଷକ - Yoga session in Odisha schools

କ'ଣ ରହିଛି ସ୍କୁଲ ବସ ପାଇଁ ଗାଇଡଲାଇନ:

ସ୍କୁଲ ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ । ୫୦ କିଲୋମିଟରରୁ ଅଧିକ ସ୍ପିଡରେ ବସ ଚାଲିପାରିବନି । ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ । ସ୍କୁଲ ବସ ଡୋରଟି ଭଲ ଭାବେ ଲକ୍ ହେଉଥିବା ଆବଶ୍ୟକ । ଝରକାଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ । ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ ଲାଇସେନ୍ସ ଥିବା ସହ ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ସେହିପରି ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବ ଜରୁରୀ । ଶେଷରେ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟଚାର୍ଟ ରହିବା ଜରୁରୀ ବୋଲି ଗାଇଡଲାଇନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.