ETV Bharat / state

ଆଜିଠୁ 'ନବୀନ ଓଡ଼ିଶା ମ୍ୟାଜିକ କାର୍ଡ' ପଞ୍ଜିକରଣ; କେମିତି କରିବେ ଆବେଦନ, କ'ଣ ମିଳିବ ସୁବିଧା - ନବୀନ ଓଡ଼ିଶା ମ୍ୟାଜିକ କାର୍ଡ

NABIN Odisha Magic Card: ଆଜିଠୁ ନବୀନ ମ୍ୟାଜିକ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । କାର୍ଡ ଆଧାରରେ ଛାତ୍ରଛାତ୍ରୀଙ୍କୁ ମିଳିବ ବିଭିନ୍ନ ସୁବିଧା । କେମିତି କରିବେ ଆବେଦନ । ଜାଣନ୍ତୁ ...

'ନବୀନ ଓଡ଼ିଶା ମ୍ୟାଜିକ କାର୍ଡ'
'ନବୀନ ଓଡ଼ିଶା ମ୍ୟାଜିକ କାର୍ଡ'
author img

By ETV Bharat Odisha Team

Published : Mar 5, 2024, 12:08 PM IST

Updated : Mar 5, 2024, 12:19 PM IST

ଭୁବନେଶ୍ବର: ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଆଜିଠାରୁ (ମଙ୍ଗଳବାର ଫେବୃଆରୀ ୫) ପଞ୍ଜିକରଣ ଆରମ୍ଭ ହୋଇଛି । ଯୁକ୍ତ 3 ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ନବୀନ ମ୍ଯାଜିକ କାର୍ଡ । କାର୍ଡ ଆଧାରରେ ଛାତ୍ରଛାତ୍ରୀଙ୍କୁ ମିଳିବ ବିଭିନ୍ନ ସୁବିଧା । ଏଥିରେ ଅନଲାଇନ କୋର୍ସ ଓ କ୍ୟାରିଅର କାଉନସେଲିଂର ସୁବିଧା ମଧ୍ୟ ମିଳିବ । ପ୍ରଦର୍ଶନ ଆଧାରରେ ମିଳିବ ସିଲ୍‌ଭର, ଗୋଲ୍‌ଡ ଓ ପ୍ଲାଟିନମ କାର୍ଡ ।

ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ ପ୍ରଦାନ, ଶିକ୍ଷକ ପୁରସ୍କାର, ଲାପଟପ୍ ପ୍ରଦାନ, ଛାତ୍ରବୃତ୍ତି ସମେତ ଅନେକ ଯୋଜନା ଲାଗୁ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’। ଏହା ଏକ ପଏଣ୍ଟ ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ । ଯାହା ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ । ଏନେଇ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଯୁକ୍ତ 3 ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ'ଣ ସୁବିଧା ପାଇବେ ଛାତ୍ରଛାତ୍ରୀ:

ଏହ କାର୍ଡ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଯାତାୟତରେ ରିହାତି ମିଳିବ । ମୋବାଇଲରେ ଇଣ୍ଟରନେଟ ରିଚାର୍ଜ ଓ ୱାଇଫାଇ ସୁବିଧା ସହ ଅନଲାଇନ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଓ କର୍ମଶାଳା ସୁବିଧା କ୍ୟାରିୟର ଚୟନ ପାଇଁ ପାଠ୍ୟକ୍ରମ ଓ ଅନ୍ୟାନ୍ୟ ସୁବିଧା ପାଇବେ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀ ପାଇବାକୁ ଥିବା କାର୍ଡଗୁଡ଼ିକୁ ସେମାନଙ୍କ ବିଭିନ୍ନ ପାରାମିଟର ମାଧ୍ୟମରେ ପଏଣ୍ଟ ଅନୁସାରେ କାର୍ଡ ମିଳିବ । ଯାହା ସ୍ୱର୍ଣ୍ଣ, ରୌପ୍ୟ ଓ ପ୍ଲାଟିନମ ଭଳି ତିନୋଟି ଭାବରେ ବିଭକ୍ତ ହୋଇଛି । ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଗୃହରେ ସଠିକ ଭାବରେ ଉପସ୍ଥାନ, ଅନୁଶାସନ ସହ ଶୈକ୍ଷିକ ପ୍ରଦର୍ଶନ, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଖେଳ ଓ ଅନଲାଇନ ପାଠ୍ୟକ୍ରମ ଆଧାରରେ ମିଳିବ କାର୍ଡ ।

କିଭଳି କରିବେ ଆବେଦନ:

ଜଣେ ଯୋଗ୍ୟ ଛାତ୍ର କିମ୍ବା ଛାତ୍ରୀ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଅଫିସିଆଲ ୱେବସାଇଟ www.magiccard.odisha.gov.in ରେ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଏଥିରେ ଛାତ୍ର କିମ୍ବା ଛାତ୍ରୀଙ୍କ ନାମ, ବୟସ, ଜନ୍ମ ତାରିଖ ଏବଂ ଠିକଣା ଦେଇ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ଛାତ୍ର କିମ୍ବା ଛାତ୍ରୀଙ୍କର ଡକ୍ୟୁମେଣ୍ଟ ଅପଲୋଡ କରିବା ପାଇଁ ମଧ୍ୟ ଏକ ବିକଳ୍ପ ଦିଆଯାଇଛି ।

କାର୍ଡ ଆବେଦନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ:

ଯେତେବେଳେ ଛାତ୍ରଛାତ୍ରୀମାନେ ଏହି ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଆବେଦନ କରିବେ ସେହି ସମୟରେ ସେମାନେ ନିଜର ପରିଚୟ ପତ୍ର ପ୍ରଦାନ କରିବେ । ଯେଭଳି କି ନିଜର ଆବଶ୍ୟକ ଡକ୍ୟୁମେଣ୍ଟ, କଲେଜର ପରିଚୟ ପତ୍ର, ଆଧାର କାର୍ଡ ଏବଂ ଦଶମ ଶ୍ରେଣୀ ସାର୍ଟିଫିକେଟ ।

ଆବେଦନକାରୀଙ୍କ ଯୋଗ୍ୟତା:

ମ୍ୟାଜିକ କାର୍ଡ ପାଇଁ ଆବେଦନ କରୁଥିବା ଯୋଗ୍ୟ ଆବେଦନକାରୀ ଓଡ଼ିଶାର ଅଧିବାସୀ ହୋଇଥିବା ଆବଶ୍ୟକ । +3 ( ସ୍ନାତକ) କିମ୍ବା PG(ସ୍ନାତ୍ତକୋତ୍ତର) ପଢ଼ୁଥିବେ । କେବଳ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡର ସୁବିଧା ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଗଡରେ ନୂଆ ଓ ବୃତ୍ତିପ୍ରଦାନ କାର୍ଯ୍ୟକ୍ରମ, ଯୋଗଦେଲେ 5T ଅଧ୍ୟକ୍ଷ

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ନୂଆ ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ସ୍କଲାରସିପରେ ଛାତ୍ରୀଙ୍କ ନିକଟକୁ ୧୦ ହଜାର ଟଙ୍କା ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ଅର୍ଥର ଅଭାବ ରହିବ ନାହିଁ । ପାଖାପାଖି ଯୁକ୍ତ ୩ ଏବଂ ପିଜିରେ ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 5, 2024, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.