ETV Bharat / state

ସାଧାରଣ ନିର୍ବାଚନ ପାଇଁ ସଜବାଜ ରାୟଗଡା ଜିଲ୍ଲା ପ୍ରଶାସନ, ପ୍ରାକ ପ୍ରସ୍ତୁତି ନେଇ ଜିଲ୍ଲାପାଳ ସମୀକ୍ଷା ବୈଠକ - Preparation Of Electoral Roll 2024

Rayagada Collector Holds Meeting : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛି ରାୟଗଡା ଜିଲ୍ଲା ପ୍ରଶାସନ । ଆଜି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ସମୀକ୍ଷା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 5, 2024, 10:19 PM IST

ସାଧାରଣ ନିର୍ବାଚନ ପାଇଁ ସଜବାଜ ରାୟଗଡା ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳଙ୍କ ପ୍ରାକ ପ୍ରସ୍ତୁତି ସମୀକ୍ଷା ବୈଠକ

ରାୟଗଡା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥି ପାଇଁ ଜାତୀୟ ନିର୍ବାଚନ କମିଶନ କୌଣସି ବିଜ୍ଞପ୍ତି ଦେଇ ନ ଥିଲେ ସୁଦ୍ଧା ପରୋକ୍ଷରେ ପ୍ରାକ ପ୍ରସ୍ତୁତି କରିବା ପାଇଁ ଇଙ୍ଗିତ ଦେଇ ସାରିଛି । ଏହି କ୍ରମରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛି ରାୟଗଡା ଜିଲ୍ଲା ପ୍ରଶାସନ । ଆଜି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଗୁଣୁପୁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ଗୁଣୁପୁର ତହସିଲଦାର ଲୀଳାବତୀ ଆଚାର୍ଜୀ, ବିଡ଼ିଓ ଶ୍ରଦ୍ଧାଞ୍ଜଳି ପ୍ରଧାନ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ରବିଶଙ୍କର ଶର୍ମା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗୁଣୁପୁରରେ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟ୍ରଙ୍ଗ ରୁମ ଏବଂ ଗାଡି ପାର୍କିଂ ପାଇଁ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ପଡିଆର ବ୍ୟବସ୍ଥା ଉପରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ର ସହିତ ନିର୍ବାଚନ ସମ୍ପର୍ଣ୍ଣ ହେବ ତା ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ରାୟଗଡା ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଗୁଣୁପୁର କଲେଜରେ 5Tର କାମ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନରେ ଚାଲିଥିବା ଶେଫାଳି ପାହାଡ଼ରେ ଥିବା ଶୈବ ମନ୍ଦିର ର ଉନ୍ନତୀକରଣ କାମକୁ ତଦାରଖ କରିଥିଲେ । ଏହି ଗସ୍ତ ବେଳେ ଗୁଣୁପୁର କଲେଜର ଅଧ୍ୟକ୍ଷ ଶଶୀ ମହାନ୍ତି ଏବଂ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ... ରାୟଗଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ

ସାଧାରଣ ନିର୍ବାଚନରେ ଗୁଣୁପୁର ଉପଖଣ୍ଡରେ ପୂର୍ବରୁ ଦୁଇଟି ଗୁଣୁପୁର ଏବଂ ବିଷମକଟକର ନିର୍ବାଚନ ପରିଚାଳିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ କେବଳ ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ ବ୍ୟବସ୍ଥା ହେବ । ସେହିଭଳି ମୁନିଗୁଡାଠାରେ ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାଥମିକ କାର୍ଯ୍ୟଖସଡା ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ତେବେ ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନ ଯୋଗ ଦେବାପରେ ଗୁଣପୁର ଉପଖଣ୍ଡ ସଦର ମହକୁମାକୁ ଏହି ଗସ୍ତ ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ଥିଲା । ପୂର୍ବରୁ ସେ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.