ETV Bharat / state

ରେଭେନ୍ସା ବିବାଦ; ମେଳି ବାନ୍ଧିଲେ ବିଧାୟକ ଓ ପୂର୍ବତନ ଛାତ୍ର ନେତା, ନିନ୍ଦା କଲା ବିଜେଡି - Ravenshaw Controversy Politics - RAVENSHAW CONTROVERSY POLITICS

Ravenshaw Name Change Controversy: ଜୋର ଧରିଲା ରେଭେନ୍ସା ନାମ ପରିବର୍ତ୍ତନ ଦାବି । ତୁରନ୍ତ ପରିବର୍ତ୍ତନ ପାଇଁ ଦାବି କଲେ ବିଜେପି ବିଧାୟକ । ଦୃଢ଼ ନିନ୍ଦା କଲା ବିଜେଡି । ଅଧିକ ପଢ଼ନ୍ତୁ

RAVENSHAW CONTROVERSY
RAVENSHAW CONTROVERSY (ETV Bharat Odisha)
author img

By ETV Bharat Odisha Team

Published : Sep 11, 2024, 10:53 PM IST

କଟକ/ଭୁବନେଶ୍ବର: ତେଜୁଛି ରେଭେନ୍ସା ବିବାଦ । ଜୋର ଧରିଲା ନାମ ପରିବର୍ତ୍ତନ ଦାବି । ରେଭେନ୍ସା ନାଁ ପରିବର୍ତ୍ତନ ଆବଶ୍ୟକ ଦର୍ଶାଇ କଟକରେ ମେଳି ବାନ୍ଧିଲେ ବିଜେପି ବିଧାୟକ । କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ନେତୃତ୍ୱରେ ଏକାଠି ହେଲେ ପୂର୍ବତନ ଓ ବର୍ତ୍ତମାନର ରେଭେନ୍ସା ଛାତ୍ର । ନାଁ ପରିବର୍ତ୍ତନ ବିତର୍କକୁ ବ୍ୟାପକ କରିବାକୁ ଆହ୍ବାନ ଦିଆଯାଇଛି । ରେଭେନ୍ସା ନାଁ ପରିବର୍ତ୍ତନ ଚାହୁଁନଥିବାରୁ ବିଜେଡି ଏହାକୁ ନେଇ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଛି । ସେପଟେ ଏହାକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

RAVENSHAW CONTROVERSY (ETV Bharat Odisha)

ଜୋର ଧରିଲା ନାମ ପରିବର୍ତ୍ତନ ଦାବି:

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆଜି ସପକ୍ଷରେ ବାହାରିଛନ୍ତି ରେଭେନ୍ସାର କିଛି ପୂର୍ବତନ ଛାତ୍ର । କଟକ ସଦର ବିଧାୟକ ପ୍ରକାଶ ସେଠିଙ୍କ ନେତୃତ୍ବରେ ଏକ ମେଳି କରାଯାଇଥିବା ବେଳେ ରେଭେନ୍ସାର ନାଁକୁ ବିଳମ୍ବ ନ କରି ତୁରନ୍ତ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ କିଭଳି କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ପ୍ରସ୍ତୁତ କରାଯିବ ସେନେଇ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ସେପଟେ ରେଭେନ୍ସାର ନାଁ ପରିବର୍ତ୍ତନକୁ ନେଇ ଅନେକ ଛାତ୍ର ଏବଂ ପୂର୍ବତନ ଛାତ୍ର ବିରୋଧ କରି ପ୍ରତିବାଦ କରିଥିଲେ । ଗତକିଛି ଦିନ ପୂର୍ବେ ଏହାକୁ ବରୋଧ କରି କ୍ୟାମ୍ପସରେ ଉତ୍ତେଜନା ଦେଖା ଯାଇଥିଲା । ଏହି ଘଟଣାର ତଦନ୍ତ କରୁଛି ମାଲଗୋଦାମ ଥାନା ପୋଲିସ । ଆଇନ ଅନୁଯାୟୀ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ପୋଲିସ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି । ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ଅତିରିକ୍ତ ଡିସିପି କହିଛନ୍ତି ।

RAVENSHAW CONTROVERSY
RAVENSHAW CONTROVERSY (ETV Bharat Odisha)

'ତୁରନ୍ତ ନାଁ ପରିବର୍ତ୍ତନ କରାଯାଉ':

ଏନେଇ କଟକ ସଦର ବିଧାୟକ ପ୍ରକାଶ ସେଠି କହିଛନ୍ତି, "ବେଶୀ ଦିନ ଅପେକ୍ଷା ନକରି, ତୁରନ୍ତ ନାଁ ପରିବର୍ତ୍ତନ କରାଯାଉ । ତର୍କ ବିତର୍କ ବହୁତ ହୋଇ ଗଲାଣି । ଏବେ ନାଁକୁ ପରିବର୍ତ୍ତନ କରିଦିଅନ୍ତୁ । ଆମର ଓଡ଼ିଶା ଅସ୍ମିତା ଓ ଯୁବପିଢି ଚାହୁଁଛନ୍ତି ସ୍ବାଧୀନତା ସଂଗ୍ରାମୀ, ଦେଶ ପାଇଁ ଯିଏ ବଳିଦାନ ଦେଇଛନ୍ତି ତାଙ୍କ ନାଁରେ ନାମ କରଣ କରାଯାଉ । ଯେଉଁ ଇଂରେଜମାନେ ଆମକୁ ଶାସନ କରୁଥିଲା, ତାଙ୍କ ନାଁରେ ରହି ଆମ ସ୍ବଭିମାନ ନଷ୍ଟ ହେଉଛି । ସ୍ବାଭିମାନ ଫେରିବାକୁ ହେଲେ ନାଁ ପରିବର୍ତ୍ତନ ହେବା ଦରକାର ।"

ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସା-ଓଡ଼ିଆ ଅସ୍ମିତା, ନବୀନଙ୍କୁ ଜବାବ ଦେଲେ ଜୟନାରାୟଣ - Naveen Jay Narayan X War

'ବରପୁତ୍ରଙ୍କ ନାମରେ ନାମିତ କରାଯାଉ':

ସେପଟେ ରେଭେନ୍ସାର ପୂର୍ବତନ ସଭାପତି ଶୁଭେନ୍ଦୁ ମହାନ୍ତି କହିଛନ୍ତି, "କେନ୍ଦ୍ରମନ୍ତ୍ରୀ କେବଳ ଏକ ବିତର୍କର କଥା କହିଥିଲେ ଯେ, ରେଭେନ୍ସାର ନାଁ ପରିବର୍ତ୍ତନ ହେବା ପାଇଁ ଏକ ବିତର୍କର ଆହ୍ବାନ ଅଛି । କିନ୍ତୁ ରେଭେନ୍ସାରେ ଗୁଣାତ୍ମକ ଶିକ୍ଷାରମାନ ଦିନକୁ ଦିନ କମିବାରେ ଲାଗିଛି । ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଯଦି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଏ ଏବଂ ବରପୁତ୍ରଙ୍କ ନାମରେ ନାମିତ କଲେ ମଧ୍ୟ କିଛି ଅସୁବିଧା ନାହିଁ । ଯେଉଁ ବରପୁତ୍ରମାନଙ୍କ ଦେଶପ୍ରତି ଅବଦାନ ରହିଛି ତାଙ୍କ ନାମରେ ନାମିତ କରାଯାଉ ।"

RAVENSHAW CONTROVERSY
RAVENSHAW CONTROVERSY (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସା ରାଜନୀତି: ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ବର୍ଷିଲେ ସୌମ୍ୟ, ପଢାଇଲେ ଇତିହାସ - Ravenshaw Issues

ଦୃଢ଼ ନିନ୍ଦା କଲା ବିଜେଡି:

ସେପଟେ ରେଭେନ୍ସାର ନାଁ ପରିବର୍ତ୍ତକୁ ନେଇ ଦୃଢ଼ ନିନ୍ଦା କରିଛି ବିଜେଡି । ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, "ଓଡିଶାର ବରପୁତ୍ର ନାମକରଣର ଯଥାର୍ଥତା ପ୍ରତିପାଦନ କରିଛନ୍ତି । କୌଣସି ଐତିହ୍ୟ ଅନୁଷ୍ଠାନର ନାମ ପରିବର୍ତ୍ତନକୁ ବିଜେଡି ବିରୋଧ କରୁଛି । ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିତର୍କର ଆହ୍ୱାନ ଦେଇଥିଲେ । ରେଭେନ୍ସାରେ ପାଠ ପଢିଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଐତିହାସକାର ଚାହୁଁଛନ୍ତି ରେଭେନ୍ସାର ନାଁ ପରିବର୍ତ୍ତନ ନହେଉ । ରେଭେନ୍ସା ଜଣେ ବ୍ୟକ୍ତିର ନାଁ ହୋଇ ରହିନାହିଁ ଏହା ଅନୁଷ୍ଠାନରେ ପରିଣତ ହୋଇଛି । ଜ୍ଞାନର ବ୍ରାଣ୍ଡ ଭାବେ ବିଶ୍ଵରେ ରେଭେନ୍ସାକୁ ପରିଚୟ ମିଳିଛି । ସ୍ୱାଧୀନତା ପୂର୍ବର ବରପୁତ୍ର ରେଭେନ୍ସାରେ ପାଠ ପଢ଼ିଛନ୍ତି ।"

RAVENSHAW CONTROVERSY (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...Ravenshaw: ରେଭେନ୍ସା ନାମ ପରିବର୍ତ୍ତନ ବିବାଦ; କିଏ ଥୋମାସ ଏଡୱାର୍ଡ, କଟକ ସହ କଣ ତାଙ୍କ ସମ୍ପର୍କ ? କଣ କହିଲେ ଐତିହାସିକ ? - TE Ravenshaw

'ରେଭେନ୍ସା ନାମକରଣ ନେଇ ବିବାଦ କରିବା ଠିକ ନୁହେଁ':

ବ୍ୟୋମକେଶ ରାୟ ଏହା ମଧ୍ୟ କହିଛନ୍ତି, "ରେଭେନ୍ସାଙ୍କୁ 1866 ମସିହାର ଦୁର୍ଭିକ୍ଷ ସହ ଯୋଡ଼ିଲେ ହେବନାହିଁ । 1866ରୁ ପରବର୍ତ୍ତୀ 10 ବର୍ଷ କମିଶନର ଭାବେ ଓଡ଼ିଶାରେ ସେ ରହିଥିଲେ । ବାଳିକାଙ୍କ ଶିକ୍ଷା ସହ ସାମଗ୍ରିକ ଶିକ୍ଷା, ମେଡ଼ିକାଲ, ପ୍ୟାରୀମୋହନ ଏକାଡେମୀ, ତାଳଦଣ୍ଡା କେନାଲ ସହ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପରେ ତାଙ୍କର ହାତ ଥିଲା । ଏହାକୁ ବିଜେଡି ନୁହେଁ, ବ୍ୟାସ କବି ଫକୀର ମୋହନ ସେନାପତି ମଧ୍ୟ ପ୍ରଶଂସା କରିଛନ୍ତି । ରେଭେନ୍ସାଙ୍କ କାର୍ଯ୍ୟକାଳ ପରେ ତତ୍କାଳୀନ ମୟୂରଭଞ୍ଜ ରାଜା ରେଭେନ୍ସା ନାମକରଣ କରିଥିଲେ । ଏହାକୁ ନେଇ ବିବାଦ କରିବା ଠିକ ନୁହେଁ । ରେଭେନ୍ସା ଓଡ଼ିଶାର ଐତିହ୍ୟ ସହିତ ଯୋଡି ହୋଇ ରହିଛି । ଓଡିଶାର ସଂସ୍କୃତି ଓ ପରମ୍ପରା ସହ ଯୋଡି ହୋଇ ରହିଛି । ରେଭେନ୍ସା ଅନେକ ବୁଦ୍ଧିଜୀବୀ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରନୀତିଜ୍ଞ ସୃଷ୍ଟି କରିଛି ।"

RAVENSHAW CONTROVERSY
RAVENSHAW CONTROVERSY (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭାରେ ରେଭେନ୍ସା ଝଡ଼; ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ, ଗୃହରେ ବିଜେଡିର ପ୍ରବଳ ହଟ୍ଟଗୋଳ - Ravenshaw University row

ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକେ...:

ସେ ଏହା ମଧ୍ୟ କହିଛନ୍ତି, "ଇଂରେଜ ବିରୋଧରେ ଆନ୍ଦୋଳନ ସେଇଠୁ ଆରମ୍ଭ ହୋଇଥିଲା । ସେଇଠୁ ପାଠ ପଢି ଆନ୍ଦୋଳନରେ ସାମିଲ ହୋଇଥିଲେ ଛାତ୍ରଛାତ୍ରୀ । ରେଭେନ୍ସା ଜଣେ କିମ୍ବଦନ୍ତୀ ପୁରୁଷ କହିଲେ ଅତ୍ୟୁକ୍ତି ହେବନାହିଁ । ନାଁ ପରିବର୍ତ୍ତନ କିମ୍ବା ତର୍କ ବିତର୍କର ଆହ୍ୱାନ ଦେଇଥିବା ବ୍ୟକ୍ତି କହିବାକୁ ଚାହୁଁ ଏହା ଦଳ ନୁହେଁ, ଓଡିଶାର କଥା । ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକେ ଫକୀର ମୋହନଙ୍କୁ ଆକ୍ଷେପ କରୁଛନ୍ତି । ରେଭେନ୍ସାର ପାଠପଢା, କ୍ୟାମ୍ପସର ବିକାଶ, ଭିତ୍ତିଭୂମିର ବିକାଶ ଅଧିକ ଗୁରୁତ୍ଵ ରଖୁଛି । ରେଭେନ୍ସା ନାଁ ପରିବର୍ତ୍ତନ ନ କରିବାକୁ ପୂର୍ବତନ ଛାତ୍ର ଭାବେ ମୁଁ ଅପିଲ କରିବି । ଯେଉଁମାନେ ନାଁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଇତିହାସକୁ ବିକୃତ କରି ଲୋକଙ୍କ ପାଖରେ ରଖିଛନ୍ତି । ସେମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ଶାସକ ବିରୋଧୀ ମୁହାଁମୁହିଁ - CONTROVERSY OVER RAVENSHAW NAME


କଣ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଥିଲେ । କାରଣ ରେଭେନ୍ସା ସାହେବଙ୍କ ପାଇଁ ନ'ଅଙ୍କ ଦୁର୍ଭିକ୍ଷ ପଡିଥିଲା । ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତୁ ହେଇଥିଲା । ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହେବା ଅନୁଚିତ । ଏହାକୁ ପରିବର୍ତ୍ତନ କରିବା ଦରକାର । ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲେ ଧର୍ମେନ୍ଦ୍ର । ଅନ୍ୟପଟେ ଏହି ରେଭେନ୍ସାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ରେଭେନ୍ସାର ନାମ ଯେପରି ରହିଛି ସେପରି ରହିବା ଆବଶ୍ୟକ ବୋଲି କହିଥିଲେ ।
ଇଟିଭି ଭାରତ, କଟକ/ ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.