ETV Bharat / state

ସାଢ଼େ ସାତ ଘଣ୍ଟା ପରେ ସରିଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର, ଉଡା ଖବର ପରିବେଷଣ ନକରିବାକୁ ଅନୁରୋଧ କଲେ ଜଷ୍ଟିସ ରଥ - Ratna Bhandar Reopen

author img

By ETV Bharat Odisha Team

Published : Jul 18, 2024, 7:26 AM IST

Updated : Jul 18, 2024, 6:23 PM IST

Ratna Bhandar inner chamber to be reopened today: ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ଆଜି ପୁଣିଥରେ ଖୋଲିଥିଲା ଭିତର ରତ୍ନଭଣ୍ଡାର । ସାଢେ ସାତ ଘଣ୍ଟା ପରେ ସରିଛି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା

ଆଜି ପୁଣିଥରେ ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ବନ୍ଦ
ଆଜି ପୁଣିଥରେ ଖୋଲିବ ଭିତର ରତ୍ନଭଣ୍ଡାର, ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ବନ୍ଦ (ETV Bharat Odisha)

ପୁରୀ: ଆଜି ଆଉଥରେ ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭବେଳା ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯାଇଛି । ଏହା ପରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ନୂଆ ସିନ୍ଦୁକରେ ରଖାଯାଇଛି ଅଳଙ୍କାର । ଭିତର ରତ୍ନ ଭଣ୍ଡାରର ଅଳଂକାରକୁ ଶ୍ରୀମନ୍ଦିର ଭିତରେ ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । କିଛି ପୁରୁଣା ଦେବାଦେବୀଙ୍କ ମୂର୍ତ୍ତି ଥିବା ସୂଚନା ରହିଛି । ସକାଳ 8ଟା ରୁ ଶ୍ରୀ ମନ୍ଦିର ଭିତରକୁ ଭକ୍ତ ପ୍ରବେଶ କଟକଣା ଲାଗିଥିଲା । ତେବେ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟିର 11 ଜଣ ପ୍ରଧିକୃତ୍ ସଦସ୍ୟ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଖୋଲିବ ଭିତର ରତ୍ନଭଣ୍ଡାର ରହସ୍ୟ ! ଭିତରକୁ ଗଲେ ୧୧ ଜଣିଆ ଟିମ୍ (ETV Bharat Odisha)

ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ । ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା । ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ ।

ଖୋଲିବ ଭିତର ରତ୍ନଭଣ୍ଡାର ରହସ୍ୟ ! ଭିତରକୁ ଗଲେ ୧୧ ଜଣିଆ ଟିମ୍, ଦିବ୍ୟ ଅଳଙ୍କାର ଦେଖିବ ଚର୍ମଚକ୍ଷୁ (ETV Bharat Odisha)

ସୂଚନା ରହିଛି ଯେ, ଭିତର ରତ୍ନଭଣ୍ଡାରରେ ସିନ୍ଦୁକ ଓ ଆଲମିରାରେ ଗଚ୍ଛିତ ଥିବା ମହଣ ମହଣ ସୁନା, ରୂପା, ହୀରା ମୋତି ମାଣିକ୍ୟ ଆଦି ଦୁର୍ମୂଲ୍ୟ ରତ୍ନଅଳଙ୍କାରକୁ ଆଣି ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଉଛି । ଏହି ଅଳଙ୍କାର ସ୍ଥାନାନ୍ତରଣ ଓ ଭିତର ସ୍ଥିତି ଅନୁଧ୍ୟାନ ୧୧ ଜଣିଆ ପ୍ରତିନିଧି ଦଳ କରୁଛନ୍ତି । ଯାଞ୍ଚ ସମୟରେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ ।

ପୂର୍ବରୁ ଗତ ୧୪ ତାରିଖ ଦିନ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ମାତ୍ର ୧୧ ଜଣିଆ ପ୍ରତିନିଧି ଦଳ ଭିତର ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ଖୋଲିନଥିଲେ । ତେଣୁ ଆଜି ପୂର୍ବ ଏସ୍‌ଓପି ଅନୁସାରେ ଆଉଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ସ୍ଥାନାନ୍ତରଣ ପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ନିଷ୍ପତ୍ତି ନେଇଥିଲା । ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିନିଧି ଦଳ ଯିବେ, ସେମାନେ କୌଣସି ସ୍ବର୍ଣ୍ଣ ଅଳଙ୍କାର କିମ୍ବା ପଦାର୍ଥ ପରିଧାନ କରିଯିବେ ନାହିଁ । ଯାଞ୍ଚ ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଜଉମୁଦ ଦେଇ ସିଲ୍ କରାଯିବ ।

ଏହା ମଧ୍ୟ ପଢନ୍ତୁ: ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଥିବା ମିଛ କହିଥିଲେ ତତ୍କାଳୀନ ଜିଲ୍ଲାପାଳ ! ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବି; ଥାନାରେ ଏତଲା - Duplicate key of Ratna Bhandar

ପ୍ରତିନିଧି ଦଳ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଖୋଲିବେ । ଭିତରେ ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରାର ତାଲା ଚାବିରେ ନଖୋଲିଲେ ଏହାକୁ ଭାଙ୍ଗି ଦିଆଯିବ । ସମସ୍ତ ଅଳଙ୍କାରକୁ ନୂଆ ସିନ୍ଦୁକ ଓ ଆଲମିରାକୁ ପୁରାଇ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ । ଯେଉଁ ସ୍ଥାନରୁ ଯେଉଁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହୋଇଥିବ ସେ ସ୍ଥାନ ଚିହ୍ନଟ ହେବ ଓ ଏହାର ଭିଡିଓଗ୍ରାଫି କରାଯିବ । ଏଏସଆଇ ମରାମତି କାମ କରିବା ପରେ ପୁନର୍ବାର ଉଭୟ ରତ୍ନଭଣ୍ଡାରର ଯଥାସ୍ଥାନରେ ସିନ୍ଦୁକ ଓ ଆଲମିରା ରଖାଯିବ ।

ସେପଟେ ସୁରକ୍ଷା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ରତ୍ନଭଣ୍ଡାର ଯାଞ୍ଚ ବେଳେ କେବଳ ସିଂହଦ୍ବାର ଖୋଲା ରହିବ । ଅନ୍ୟ ୩ଟି ଯାକ ଦ୍ବାର ବନ୍ଦ କରାଯିବ ।

ଇଟିଭି ଭାରତ, ପୁରୀ

Last Updated : Jul 18, 2024, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.