ETV Bharat / state

କେବେ ଖୋଲିବ ରତ୍ନଭଣ୍ଡାର ? ପୁରୀରେ ଜଷ୍ଟିସ ପଶାୟତ, ଆଜି ତଦାରଖ କମିଟିର ପ୍ରଥମ ବୈଠକ - Ratna Bhandar

Puri Ratna Bhandar: ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାରର ହେବ ଗଣତି । ଏନେଇ ଆଜି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧକ୍ଷତାରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ଗଣତି ପ୍ରସଙ୍ଗ
ରତ୍ନଭଣ୍ଡାର ଗଣତି ପ୍ରସଙ୍ଗ
author img

By ETV Bharat Odisha Team

Published : Mar 9, 2024, 11:14 AM IST

Updated : Mar 9, 2024, 12:12 PM IST

ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାରର ହେବ ଗଣତି

ପୁରୀ/କଟକ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାରର ହେବ ଗଣତି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାରର ଗଣତି ପାଇଁ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ । ସେଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ ଆଜି ପୁରୀ ଗସ୍ତ କରିଛନ୍ତି । ଦିନ 11ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିନ 2ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତିମଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ।

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ 12 ଜଣ ସଦସ୍ୟ ରହିଛନ୍ତି । ଆଜି 2ଟା ବେଳେ ଏହି ବୈଠକ ହେବାକୁ ଥିବାବେଳେ ରତ୍ନଭଣ୍ଡାର ତଦାରଖ ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ । ରାଜ୍ୟ ସରକାରଙ୍କ ତରଫରୁ ଏହି କମିଟିର ଅଧ୍ୟକ୍ଷ ଭାବରେ ଅରିଜିତ ପଶାୟତଙ୍କ ନାମ ଘୋଷଣା କରାଯାଇଥିଲା । ତେଣୁ ଗତକାଲି (ଶୁକ୍ରବାର) ଠାରୁ ପଶାୟତ ଭୁବନେଶ୍ୱର ପହଞ୍ଚି ଥିବାବେଳେ ଆଜି ପୁରୀ ଗସ୍ତ କରିଛନ୍ତି । ଆଜି ସକାଳେ ଶ୍ରୀମନ୍ଦିର ଦର୍ଶନ ପରେ ଦିନ ୨ଟାରେ ବୈଠକରେ ଯୋଗ ଦେବେ । ରତ୍ନଭଣ୍ଡାର ତଦାରଖ କମିଟିରେ ପଶାୟତଙ୍କ ସମେତ ଅନ୍ୟ ୧୨ ଜଣ ସଦସ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଆସିଲା ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ, ବାହାର ପାର୍ଶ୍ଵ କାନ୍ଥରେ ଫାଟ

ଓଡିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ଗତ ଫେବୃଆରୀ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ । ଏହି କମିଟିର ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟଙ୍କୁ ରଖାଯାଇଛି । ଏହି କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡଃ ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ଭାବରେ ରହିଥିବା ବେଳେ ଡଃ ବିଧୁଭୁଷଣ ସାମଲ, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଏ.କେ. ସାବତ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି ଆଦି ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀ ରହିଛନ୍ତି । ତେବେ ଆଜି କମିଟିର ପ୍ରଥମ ବୈଠକ ହେବାକୁ ଥିବାବେଳେ ବୈଠକ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜଷ୍ଟିସ ପଶାୟତ । ସେ ଆହୁରି ମଧ୍ୟ କହିଛନ୍ତି, "ଏହି ବଡ଼ କାମ ପାଇଁ ବଡ଼ ଠାକୁର ମତେ ଦାଇତ୍ୱ ଦେଇଛନ୍ତି । ସେ ହିଁ ତୁଲାଇବେ । ଆଜି ପ୍ରଥମ ବୈଠକ । ଏହାସହ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିବି ।"

ଇଟିଭି ଭାରତ, ପୁରୀ/କଟକ

Last Updated : Mar 9, 2024, 12:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.