ETV Bharat / state

ମୃତକଙ୍କ ନାଁରେ ରାସନ ଚାଉଳ ଚୋରି, ଅଭିଯୋଗ ଆଣିଲେ ପୁତୁରା

Ration Looted: ମୃତ ହିତାଧିକାରୀଙ୍କ ନାଁରେ ଚାଲିଛି ସରକାରୀ ଚାଉଳ ଚୋରି । ମଖାପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁତୁରା ଲଳିତ ତାଣ୍ଡି ନାଁରେ ମୃତକଙ୍କ ଭାଇ ପୁଅ ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

ମୃତକଙ୍କ ନାଁରେ ରାସନ ଚାଉଳ ଚୋରି, ଅଭିଯୋଗ ଆଣିଲେ ପୁତୁରା
ମୃତକଙ୍କ ନାଁରେ ରାସନ ଚାଉଳ ଚୋରି, ଅଭିଯୋଗ ଆଣିଲେ ପୁତୁରା
author img

By ETV Bharat Odisha Team

Published : Feb 14, 2024, 9:51 PM IST

ମୃତକଙ୍କ ନାଁରେ ରାସନ ଚାଉଳ ଚୋରି, ଅଭିଯୋଗ ଆଣିଲେ ପୁତୁରା

ନୂଆପଡା: ମୃତ ହିତାଧିକାରୀଙ୍କ ନାଁ ରେ ଚାଲିଛି ସରକାରୀ ଚାଉଳ ଚୋରି । ସାଧାରଣ ଲୋକଙ୍କ ଅଧିକାର ହଡପ କରୁଛନ୍ତି ବାହୁବଳୀ । ଆଉ ଏହି ସବୁ କଳା କାରନାମାର କରିତକର୍ମା ସାଜିଛନ୍ତି ସରପଞ୍ଚଙ୍କ ପୁତୁରା । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମପଞ୍ଚାୟତରେ । ମଖାପଦର ଗ୍ରାମପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ରାସନ କାର୍ଡରେ ବ୍ୟାପକ ଅନିୟମିତତା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଲିଆଡ଼ ଗ୍ରାମର ମୃତ ରାସନ କାର୍ଡ ହିତାଧିକାରୀଙ୍କ ଭାଇ ପୁଅ ମୋତିଲାଲ ତାଣ୍ଡି ।

ଏହା ମଧ୍ୟ ପଢନ୍ତୁ ...ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା; ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

ମୃତ ହିତାଧିକାରୀଙ୍କ ନାମ ହେଉଛି ତୁଲାରମ ତାଣ୍ଡି ଓ ବୃନ୍ଦାଦେଇ ତାଣ୍ଡି । ସୂଚନା ଅନୁଯାୟୀ ଅଭିଯୋଗକାରୀ ମୋତିଲାଲଙ୍କ ବଡବାପା ତୁଲାରମ ତାଣ୍ଡି,ବଡମାଆ ବୃନ୍ଦାଦେଇ ତାଣ୍ଡି ଆଜକୁ ଦୁଇବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି । ମୃତ ରାସନକାର୍ଡ଼ ଧାରୀଙ୍କ ନିଜ କୌଣସି ପୁଅ କିମ୍ବା ଝିଅ ନାହାଁନ୍ତି । ଏହାର ସୁଯୋଗ ନେଇ ରାସନକାର୍ଡ ଚଞ୍ଚକତା କରିଥିବା ଜଣାପଡିଛି । ମୃତକ ଜଣକ ଅନ୍ତ୍ୟୋଦୟ ପରିବାରଭୁକ୍ତ ରାସନ କାର୍ଡରେ ସାମିଲ ଥିଲେ । ରାସନକାର୍ଡଧାରୀ ମୃତ୍ୟୁ ବରଣ କଲାପରେ ନିୟମ ଅନୁସାରେ ରାସନକାର୍ଡ ରଦ୍ଦ ହୋଇଯିବା କଥା । କିନ୍ତୁ ମଖାପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଅବିବାହିତ ପୁତୁରା ଲଳିତ ତାଣ୍ଡି ମୃତ ହିତାଧିକାରୀମାନଙ୍କ ନାଁରେ ରାସନ କାର୍ଡ଼ରୁ ଦୀର୍ଘ ବର୍ଷ ହେବ ଚାଉଳ ହଡପ କରିଚାଲିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବୌଦ୍ଧରେ ନାହାନ୍ତି ସ୍ପେଶାଲିଷ୍ଟ ଡାକ୍ତର, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ADMO

ତେବେ ଏହାକୁ ନେଇ ମୋତିଲାଲ ଅଭିଯୋଗ କରିଛନ୍ତି । ତଦନ୍ତ କରି ରାସନକାର୍ଡ ଚଞ୍ଚକତା କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୃତ ରାସନକାର୍ଡ ଧାରୀଙ୍କ ଭାଇ ପୁଅ ମୋତିଲାଲ ତାଣ୍ଡି ଦାବି କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକରିବାକୁ ଧମକ ଦେଇଛନ୍ତି ମୋତିଲାଲ । ଏ ସମ୍ପର୍କରେ ସିନାପାଲି ବିଡିଓଙ୍କୁ ପଚାରିବାରୁ ସେ ଏ ବିଷୟରେ ତଦନ୍ତ କଲା ପରେ ଯାଇ କିଛି କହି ପାରିବେ ବୋଲି କହିଛନ୍ତି । ଏଭଳି ଘୋଟାଲାରେ ସରପଞ୍ଚ କି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନା ଯୋଗାଣ ସହାୟକ ସାମିଲ ଅଛନ୍ତି ତାହା ତଦନ୍ତ ସାପେକ୍ଷ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.