ETV Bharat / state

ଦାରୁବ୍ରହ୍ମଙ୍କ ଭକ୍ତିରେ ତଲ୍ଲୀନ ରାଜ୍ୟବାସୀ, ସବୁଠି ଗଡ଼ିଲା ବିଶ୍ବ ନିୟନ୍ତାଙ୍କ ରଥ - Ratha Yatra 2024

Ratha Yatra 2024: ଆଜି ବିଶ୍ୱର କୋଣ ଅନୁକୋଣରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିଛନ୍ତି ବିଶ୍ୱବାସୀ । ଗୋଟିଏ ଦିନରେ ନବ ଯୌବନ ଦର୍ଶନ ଏବଂ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ରଥଟଣାରେ ବିଳମ୍ବ ହୋଇଥିଲା ସୁଦ୍ଧା ଭକ୍ତ ନିଜକୁ ହଜାଇ ଦେଇଥିଲେ ଜଗନ୍ନାଥ ପ୍ରେମରେ । ତେବେ ରାଜ୍ୟର କୋଣ ଅନୁକୋଣରେ କିଭଳି ଘୋଷଯାତ୍ରା ପାଳନ ହୋଇଛି ଜାଣନ୍ତୁ ଏହି ରିପୋର୍ଟରୁ

author img

By ETV Bharat Odisha Team

Published : Jul 7, 2024, 11:15 PM IST

Ratha Yatra 2024
Ratha Yatra 2024 (ETV Bharat Odisha)

ଭୁବନେଶ୍ବର: ଆଜି ହେଉଛି ଆଷାଡ଼ ଶୁକ୍ଲ ଦ୍ବିତୀୟା । ଏହି ଦିନ ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାଇଥାନ୍ତି ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳପୀଠ ପୁରୀଠାରୁ ଆରମ୍ଭ କରି ଦେଶ ଓ ବିଶ୍ୱବ୍ୟାପୀ ରଥଯାତ୍ରା ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରାର ନୀତିକାନ୍ତିକୁ ବେଶ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ସେହିକ୍ରମରେ ଆଜି ରାଜ୍ୟର ବିଭିନ୍ନ ପ୍ରାନ୍ତରେ କିଭଳି ଘୋଷଯାତ୍ରା ପାଳନ କରାଯାଇଛି ଆସନ୍ତୁ ଜାଣିବା ।

Ratha Yatra 2024 (ETV Bharat Odisha)

ରଥଯାତ୍ରା ପାଇଁ ଖୋର୍ଦ୍ଧାର ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ଜାଗୁଳେଇପାଟଣା ଚଳଚଞ୍ଚଳ ହୋଇ ଉଠିଛି । ଏଠାରେ ପୂର୍ଣ୍ଣ ବିଗ୍ରହ ପୂଜା ପାଉଛନ୍ତି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଆଜି ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣାଯାଇ ରଥରେ ବିରାଜମାନ କରାଯାଇଥିଲା । ରଥକୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଛେରା ପହଁରା କରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଉପଜିଲ୍ଲାପାଳଙ୍କ ପ୍ରତକ୍ଷ ତତ୍ତ୍ବାବଧାନରେ ସମସ୍ତ ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଭାବେ ରଥଯାତ୍ରା ଶେଷ ହୋଇଥିଲା ।

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା: ପବିତ୍ର ଘୋଷଯାତ୍ରା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ଘଣ୍ଟ ସଂକୀର୍ତ୍ତନରେ କମ୍ପିଥିଲା ବଡଦାଣ୍ଡ । ଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା । ପ୍ରଥମେ ଦ୍ଵାର ଫିଟା ନୀତି, ମଇଲମ, ଆଳତି କରାଯାଇ ପୀଠଦେବୀ ବିମଳାଙ୍କ ଠାରୁ ଆଜ୍ଞାମାଳ ଆଣିବା ପରେ ଗୋଟି ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୁଢ କରାଯାଇଥିଲା । ପହଣ୍ଡି ସମ୍ପନ୍ନ ପରେ ଆଦିବାସୀ ଭକ୍ତ କୋରାପୁଟର ଗିରିକନ୍ଦରରୁ ଫଳମୂଳ, ପୁଷ୍ପ, ଚେରମୁଳି ଆଣି ରଥ ଉପରେ ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଯାଇଥିଲା । ପରେ ପୂର୍ବ ବର୍ଷ ଭଳି ତିନୋଟି ରଥରେ ତିନିଜଣ ଆଦିବାସୀଙ୍କ ଦ୍ଵାରା ଛେରାପହଁରା କରିବାର ସୁଯୋଗ ପାଇଥିଲେ । ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ସମୟରେ ବର୍ଷା ହୋଇଥିଲା । ଚଳିତ ବର୍ଷ ତୃତୀୟ ଥର ପାଇଁ ମାଆ ସୁଭଦ୍ରାଙ୍କ ପହଣ୍ଡି ମହିଳା ମାନେ କରିଥିବା ବେଳେ ତାଙ୍କ ରଥକୁ ଟାଣିବା ଓ ଡାହୁକର କାର୍ଯ୍ୟ ସମ୍ପାଦନ ମଧ୍ୟ ମହିଳା ମାନେ କରିଛନ୍ତି ।

ଝାରସୁଗୁଡାରେ ରଥଯାତ୍ରା: ସେହିପରି ଝାରସୁଗୁଡା ଜିଲ୍ଲା କୁକୁରଜଙ୍ଗା ଠାରେ ରଥଯାତ୍ରା ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡା କୁକୁରଜଙ୍ଗା ଠାରେ ଥିବା ପ୍ରାୟ ୮୦୦ବର୍ଷ ପୁରୁଣା ସଂସ୍କୃତିକୁ ଦେଖିବା ପାଇଁ ଝାରସୁଗୁଡା ସମେତ ଆଖପାଖ ଅଞ୍ଚଳରୁ ମଧ୍ୟ ଭକ୍ତ ଆସିଥିଲେ । ଅନ୍ୟପକ୍ଷରେ ଏହି ରଥଯାତ୍ରା ବିଶେଷତ୍ବ ହେଉଛି ଯେ, ଆଜି ରଥ ଟଣା ହୋଇ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଫେରିଥାନ୍ତି ତିନି ଠାକୁର । ତେବେ ପୌରାଣିକ କଥା ଅନୁଯାୟୀ, 1215 ମସିହାରେ ଏହି କୁକୁର ଜଙ୍ଘାଠାରେ ମହାପ୍ରଭୁ ଆବିର୍ଭାବ ହୋଇଥିବା ଭକ୍ତ ମାନେ ବିଶ୍ୱାସ କରନ୍ତି । ସେବେଠାରୁ ଏଠାରେ ୧୬ ଚକିଆ ବିଶିଷ୍ଟ ଗୋଟିଏ ରଥରେ ତିନି ଠାକୁରଙ୍କୁ ବିରାଜମାନ କରାଯାଇ ନିଆରା ଢଙ୍ଗରେ ଦଉଡି ବଦଳରେ ବାଉଁଶ ସାହାଯ୍ୟରେ ରଥ ଟଣା ହୋଇଥାଏ । ସେହିକ୍ରମରେ ଆଜି ସକାଳୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିବା ବେଳେ ମଧ୍ୟାହ୍ନ ୪ଟା ସମୟରେ ରଥଟଣା ହୋଇଥିଲା । ସେହିଭଳି ଭିଡ଼କୁ ଦୃଷ୍ଟିରେ ରଖି ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ବୋଲି ଉତ୍ତରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।

ରାଉରକେଲାରେ ରଥଯାତ୍ରା: ଷ୍ଟିଲ ସିଟି ରାଉରକେଲାରେ ଧୁମଧାମରେ ପାଳନ ହୋଇଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ୩୩ ଟି ସ୍ଥାନରେ ଘୋଷଯାତ୍ରା ଆୟୋଜନ ହୋଇଛି । ସେକ୍ଟର 3ରୁ ଆରମ୍ଭ କରି ବାସନ୍ତୀ କଲୋନୀ, କୋଏଲ ନଗର, ଝିରାପାଣି, ଉଦିତନଗର, ପାନପୋଷ ରାସ୍ତାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତେ ଆନନ୍ଦ ଉଲ୍ଲାସରେ ନାଚଗୀତରେ ମସଗୁଲ ଥିବାବେଳେ ଶ୍ରଦ୍ଧାଳୁଙ୍କ ଗହଳିରେ ରଥଟଣା ଆରମ୍ଭ ହୋଇଥିଲା । ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମେଡିକାଲ ସହାୟତା କେନ୍ଦ୍ର ଖୋଲାଯାଇଥିଲା ।

ଭଦ୍ରକରେ ରଥଯାତ୍ରା: ଭଦ୍ରକ ବ୍ଲକ କେଶପୁରଠାରେ ଥିବା ପ୍ରସିଦ୍ଧ ହରିବୋଲ କ୍ଷେତ୍ରରେ ପବିତ୍ର ରଥଯାତ୍ରା ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଛି । ସ୍ବତନ୍ତ୍ର ନୀତିକାନ୍ତି ପରେ ତିନି ଠାକୁରଙ୍କୁ ରଥାରୂଢ କରାଯାଇଥିଲା । ଏଠାରେ ମା' ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିବାର ପ୍ରଥା ରହିଛି । ତେଣୁ ମହିଳାମାନେ ମାଉସୀ ମା' ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ମା' ସୁଭଦ୍ରାଙ୍କ ରଥ ଟାଣି ନେଇଥିବାବେଳେ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ରଥକୁ ସମସ୍ତେ ମିଳିମିଶି ଟାଣିଥିଲେ । ପ୍ରସିଦ୍ଧ କେଶପୁର ମନ୍ଦିରରୁ ରଥଯାତ୍ରାରେ ବାହାରି ତିନି ଠାକୁର ତିହିଡ଼ି ବ୍ଲକର ମୋଡସାହି ମାଉସୀମା ମନ୍ଦିରରେ ଅଭିମୁଖେ ଯାଇଛନ୍ତି । ବିଭିନ୍ନ ଅଞ୍ଚଳରି ମହିଳା ଏବଂ ପୁରୁଷ ସଂକୀର୍ତ୍ତନ ମଣ୍ଡଳି ଆସି ନାମ ସଂକୀର୍ତ୍ତନ କରିଛନ୍ତି ।

କେନ୍ଦ୍ରାପଡାରେ ରଥଯାତ୍ରା: ସେପଟେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉଙ୍କ ନୀତିକାନ୍ତିରେ ପୁଣି ଥରେ ବ୍ୟାଘାତ ହୋଇଛି । ପ୍ରଶାସନିକ ଅବହେଳା, ଦେବୋତ୍ତର ବିଭାଗର ମନମାନୀ ଏବଂ ସେବାୟତମାନଙ୍କର ଅସହଯୋଗ କାରଣରୁ ଘୋଷଯାତ୍ରାର ପ୍ରଥମ ଦିନରେ ଗଡିପାରି ନାହିଁ ରଥ । ଆଜି ପହଣ୍ଡି ନୀତିରେ ବିଳମ୍ବ ହେବାରୁ ଶ୍ରୀଜୀଉଙ୍କ ପ୍ରଥମ ଦିନରେ ରଥ ଗଡିବ କି ନା ସେନେଇ ସନ୍ଦେହ ଉପୁଜିଥିଲା । ପରେ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ହେବା କାରଣରୁ ରଥ ଗଡିବ ନାହିଁ ବୋଲି କୁହାଯିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି । ଆସନ୍ତାକାଲି (ସୋମବାର) ଶ୍ରୀଗୁଣ୍ଡିଚାର ଦ୍ଵିତୀୟ ଦିନରେ ମାଉସୀ ମା' ମନ୍ଦିରକୁ ରଥ ନିଆଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଦ୍ଵିତୀୟ ଦିନରେ ରଥ ଚକଡ଼ା ଲାଗିଥାଏ । ତେବେ ଗତବର୍ଷ ବ୍ରହ୍ମ ତାଳଧ୍ଵଜ ରଥ ପ୍ରଥମ ଦିନ ଗଡି ପାରିନଥିଲା । ୨୦୨୨ ମସିହାରେ ମାଉସୀ ଘରେ ପହଞ୍ଚିବା ପାଇଁ ବ୍ରହ୍ମ ତାଳଧ୍ଵଜ ରଥକୁ ଦୀର୍ଘ ୪ ଦିନ ସମୟ ଲାଗିଥିଲା ବେଳେ ଗତବର୍ଷ ମଧ୍ୟ ଏହିଭଳି ବିଭ୍ରାଟ ଦେଖା ଯାଇଥିଲା ।

ଢେଙ୍କାନାଳରେ ରଥଯାତ୍ରା: ଆଜି ପବିତ୍ର ରଥଯାତ୍ରା ଅବସରରେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ରଥଯାତ୍ରା ପରମ୍ପରାର ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ବଳରାମ ଜୀଉ ପାଷାଣ ବିଗ୍ରହ ହୋଇଥିବା କାରଣରୁ ରଥକୁ ଯାଇନଥାନ୍ତି। ଫଳରେ ରଥଯାତ୍ରା ପାଇଁ ଦୁଇଟି ରଥରୁ ବଡ଼ ରଥରେ ବଳରାମଙ୍କ ମନ୍ଦିର ପରିସରରେ ଥିବା ଜଗନ୍ନାଥଙ୍କୁ ପହଣ୍ଡି କରି ରଥକୁ ନିଆଯାଇଛି । ସାନ ରଥରେ ଦଧିବାମନ ଜୀଉଙ୍କୁ ପହଣ୍ଡି କରି ନିଆଯାଇଛି। ରଥଯାତ୍ରାର ନୀତିକାନ୍ତି ମୁତାବକ ପ୍ରାତଃ ସମ୍ୱରର ଜୀଉଙ୍କ ସ୍ନାନ ମାର୍ଜନା ସାରିବା ପରେ ସକାଳ ଧୂପ ଓ ନୀତିକାନ୍ତି ସରିଥିଲା । ପରେ ପହଣ୍ଡି ବେଶ ଓ ମଙ୍ଗଳାର୍ପଣ ପୂଜା କରି ରାଜ ଦର୍ଶନ କରାଯାଇଥିଲା। ପରେ ସକାଳ ୧୧ଟା ୨୦ମିନିଟ୍ରେ ପହଣ୍ଡି ବିଜେ କରାଯାଇଥିଲା । ଅପରାହ୍ନ ଗୋଟାଏ ସମୟରେ ପରେ ରାଜା କମାକ୍ଷାପ୍ରସାଦ ସିଂହଦେଓ ରଥରେ ଛେରା ପହଁରା କରିଥିଲେ । ପରେ ପ୍ରଭୁଙ୍କ ଅଙ୍ଗଲାଗି ପଗଡ଼ି ବନ୍ଧନ ପରେ ପ୍ରାଥମିକ ରଥ ଟଣା ଅପରାହ୍ନ ଶାଢେ ଗୋଟାଏ ସମୟରେ କରାଯାଇଥିଲା । ପରେ ଅପରାହ୍ନ ସାଢେ ୩ଟା ସମୟରେ ଆନୁଷ୍ଠାନିକ ଭାବେ ରଥ ଟଣା ହୋଇଥିଲା।ବଡ଼ ରଥକୁ ସମସ୍ତେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳା ମାନେ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ ।

କଳାହାଣ୍ଡିରେ ଘୋଷଯାତ୍ରା: ଆଜି କଳାହାଣ୍ଡି ଜିଲ୍ଲାରେ ବେଶ୍ ଧୁମଧାମରେ ରଥଯାତ୍ରା ପାଳନ ହୋଇଛି। ରଥଯାତ୍ରା ପାଇଁ ଭୋରରୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଭବାନୀପାଟଣା ସହରର ମୁଖ୍ୟ ଜଗନ୍ନାଥ ମନ୍ଦିରରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ପ୍ରଭୁ ବଳଭଦ୍ରଙ୍କ ରଥରେ ଛେରାପହଁରା କରିଥିବାବେଳେ ଜଗନ୍ନାଥଙ୍କ ରଥରେ କୁମାର ସାହେବ୍ ଅର୍କକେଶରୀ ଦେଓ ଛେରାପହଁରା କରିଥିଲେ । ସେହିଭଳି ସୁଭଦ୍ରାଙ୍କ ରଥରେ ଯୁବରାଜ ଫତେ କେଶରୀ ଦେଓ ଛେରାପହଁରା କରିବା ପରେ ଘଣ୍ଟ ବାଦ୍ୟ ସହ ତିନି ଠାକୁର ସୁସଜ୍ଜିତ ରଥକୁ ବିଜେ କରିଥିଲେ । ପରେ ଆରମ୍ଭ ହୋଇଥିଲା ରଥ ଟଣା । ଶହ ଶହ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇ ଉଠିଥିଲା ଭବାନୀପାଟଣା ସହର ।

ଯାଜପୁରରେ ରଥଯାତ୍ରା: ଆଜି ଯାଜପୁରର ବ୍ୟାସନଗର ପୌର ପରିଷଦ ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ ଅତି ଧୁମଧାମର ସହିତ ପାଳନ କରାଯାଇଛି ରଥାଯାତ୍ରା l ବଡ଼ପଣ୍ଡା ପୀତବାସ ପତିଶର୍ମା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଭକ୍ତ ମାନେ ରଥ ଟାଣି ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ l ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତ ସାମିଲ ହେଇଥିଲେ l ସେହିପରି ଜିଲ୍ଲାର ବିଂଝାରପୁର, ଧର୍ମଶାଳା, ବଡ଼ଚଣାର, ଛତିଆବଟ ଜଗନ୍ନାଥ ମନ୍ଦିର, ଯାଜପୁର ଟାଉନ, ବରୀ ଆଦି ଅଞ୍ଚଳରେ ଅତି ଧୁମଧାମର ସହିତ ରଥଯାତ୍ରା ଅନୁଷ୍ଠିତ ହେଇଯାଇଛି l ତେବେ ବିଭିନ୍ନ ସ୍ଥାନରେ ରଥଯାତ୍ରାରେ ଅନେକ ଭକ୍ତ ସାମିଲକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା ।

ଜଗତସିଂହପୁରରେ ରଥଯାତ୍ରା: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପୁରାତନ ମନ୍ଦିର ସିଧ୍ୟ ବଳଦେବ ଜୀଉ ମନ୍ଦିରରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିର୍ଦ୍ଧାରିତ ସମୟ ଭୋର 4ଟା ବେଳେ ଦ୍ୱାରା ଫିଟା, ମଙ୍ଗଳ ଆରତୀ ପରେ ସକାଳ7 ଟା ସମୟରେ ମହାସ୍ନାନ, ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା, ରୋଷହୋମ, ପରେ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ 12ଟା ସମୟରେ ମଧ୍ୟାହ୍ନ ଧୂପ ପରେ ଦିନ ଗୋଟାଏ ସମୟରେ ରଥ ପ୍ରତିଷ୍ଠା ଓ ପତାକା ଲାଗି ହେବାପରେ ଅପରାହ୍ନ 4 ଟା 30 ମିନିଟ ସମୟରେ ଶ୍ରୀବିଗ୍ରହ ମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ସାଢ଼େ ୫ ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲାପାଳ ଅନୁପ କୁମାର ସାହା ଗଜପତିଙ୍କ ବେଶରେ ରଥ ନିକଟରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ପରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ । ସନ୍ଧ୍ୟା ୬ଟା ସମୟରେ ଚାରମାଳ ଫିଟା ପରେ ହଜାର ହଜାର ଭକ୍ତ ମାଉସୀ ମାଆ ମନ୍ଦିରକୁ ମହାପ୍ରଭୁଙ୍କ ରଥକୁ ଟାଣି ନେଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ.. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - Rath Yatra Wishes

ଇଟିଭି ଭାରତ, ଖୋର୍ଦ୍ଧା, କୋରାପୁଟ, ଝାରସୁଗୁଡ଼ା, ରାଉରକେଲା, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଳାହାଣ୍ଡି, ଯାଜପୁର, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.