ETV Bharat / state

ରଥଖଳା ହାଲଚାଲ: 3 ରଥରେ ସଂଯୋଗ ହେଲା ଚାରି ନାହାକା - Ratha Yatra 2024 - RATHA YATRA 2024

Ratha Khala: ରଥଯାତ୍ରା ପାଖେଇ ଆସୁଥିବା ବେଳେ ଚଳଚଞ୍ଚଳ ରଥଖଳା । ତେବେ ରଥ ନିର୍ମାଣ କାର୍ଯ୍ୟ କେତେ ବାଟ ଆଗେଇ ଚାଲିଛି, ପଢ଼ନ୍ତୁ

Ratha Yatra 2024 Ratha Khala
Ratha Yatra 2024 Ratha Khala (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 6:26 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁ ରଥରେ ଚାରି ନାହାକା ଉଠିବାର ପରମ୍ପରା ରହିଛି । ତେବେ ଏହାର ଯଥେଷ୍ଟ ପୂର୍ବରୁ 3 ରଥର ଚାରି ନାହାକା ସଂଯୋଗ ହୋଇଛି । 3 ରଥର କାର୍ଯ୍ୟ ବେଶ ଦ୍ରୁତଗତିରେ ଆଗେଇ ଚାଲିଛି । ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ସେବକ ।

Ratha Yatra 2024 Ratha Khala (ETV Bharat Odisha)

ତେବେ ଗତକାଲି (ରବିବାର) 3 ରଥର ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି ଦଣ୍ଡାରେ କଣ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଥିଲା । 3 ରଥ ପାଞ୍ଚଦଣ୍ଡାରେ ଆଗ ଆଣି ଓ ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ବରେ ପୋଲ ଗୟଳ ମୋଡା ଶେଷ ହୋଇଛି । ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନ 3 ରଥର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠାଇଥିଲେ । ପରେ ତିନି ରଥ ମହାରଣା ସେବକମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ବିନ୍ଧ କଲାପରେ 3 ରଥର ଓଝା ସେବକମାନେ ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରଥଖଳା ହାଲଚାଲ: 3 ରଥର ୯ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ସହ 4ଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ - Ratha Yatra 2024

3 ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି ବା ମୋଡ଼ାଯାଇଛି । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ 7ଟି ଟାଣ ବା ଖାମ୍ଵୀ ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଅଛି । 3 ରଥ ଚାରି ନାହାକା ଉଠିବା ସହଜ ହେବାପାଇଁ ଭୋଇ ସେବକମାନେ ପୋଲ ଗୟଳ ଉପରେ ଭାରା ବନ୍ଧା ପାଇଁ ଫାଳି ବଟନ୍ କାଠ ପକାଇଛନ୍ତି । ଏଥି ସହ ତିନି ରଥର ୧୦ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇଛି । 3 ରଥର 6ଟି ପୋଲ ଗାୟକରୁ 4ଟି ପୋଲ ଗୟଳ ଚଉପଟ ଶେଷ ହୋଇ ଆଉ 2ଟି ଚଉପଟ କାର୍ଯ୍ୟ ଜାରି ରହିଛି । ପୋଲ ଗୟଳ ପ୍ରସ୍ତୁତି ସହ 3 ରଥର 6 ଟି ଛନ୍ଦା ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହେବ । ସେପଟେ ରୂପକାର ସେବକମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଏପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ପୋଟଳ ପାଇଁ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.