ETV Bharat / state

ବଡ଼ଦାଣ୍ଡରେ ଗଡ଼ିଲା ବ୍ରହ୍ମତାଳଧ୍ଵଜ, ମଣିବିଗ୍ରହଙ୍କ ଜୟଜୟକାରରେ ପ୍ରକମ୍ପିତ ହେଲା ପରିବେଶ - Kendrapara Ratha yatra

author img

By ETV Bharat Odisha Team

Published : Jul 17, 2024, 3:17 PM IST

Bahuda yatra 2024: ଚକଡାରେ ଲାଗିଲା ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ । ମଣିବିଗ୍ରହଙ୍କ ଜୟଜୟକାରରେ ପ୍ରକମ୍ପିତ ହେଲା ପରିବେଶ । ଅଧିକ ପଢନ୍ତୁ

Ratha yatra 2024
Ratha yatra 2024 (ETV Bharat Odisha)

କେନ୍ଦ୍ରାପଡା: ଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ପରମ୍ପରାରେ ସେପରି କୌଣସି ବାଧା ସୃଷ୍ଟି ହୋଇନଥିବା ବେଳେ ବଳଦେବଜୀଉ ମହାପ୍ରଭୁଙ୍କ ନୀତିକାନ୍ତି ସଠିକ ଭାବରେ କରାଯାଇଛି । ଗତକାଲି(ମଙ୍ଗଳବାର) ମଧ୍ୟାହ୍ନ ସମୟରେ ରଥାରୂଢ ଶ୍ରୀଜୀଉମାନଙ୍କ ନିକଟରେ ଭୋଗ ଲାଗି କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ତିନି ଦଉଡି ରଥ ଟଣାଯିବା ପରେ ଗୁଣ୍ଡିଚା ଯାତ୍ରା ଭଳି ଏଥର ମଧ୍ୟ ରଥ ବାମପଟକୁ ମୋଡ଼ ନେଇ ରାସ୍ତାକଡ଼କୁ ମାଡିଯିବାରୁ ରେଲୱେ ବିଭାଗର ହାଇଡ୍ରୋଲିକ ଜ୍ୟାକ ସାହାଯ୍ୟରେ ବ୍ରହ୍ମ ତାଳଧ୍ଵଜ ରଥକୁ ବାମପଟରୁ ଅଣାଯାଇ ମଝି ରଥ ଦାଣ୍ଡରେ ରଖାଯିବା ପରେ ଝୁଲି ଝୁଲି ରତ୍ନ ସିଂହାସନ ଅଭିମୁଖେ ଯାତ୍ରା କରିଥିଲେ ଶେଷନାଗଙ୍କ ସହ ଚତୁର୍ଦ୍ଧମୂର୍ତ୍ତି ।

Ratha yatra 2024 (ETV Bharat Odisha)

ଅସହ୍ୟ ଗୁଳୁଗୁଳିକୁ ପ୍ରଶମିତ କରି ରଥଟଣା କାର୍ଯ୍ୟ ଶୃଙ୍ଖଳିତ ଓ ସୁରୁଖୁରୁରେ ସମାପନ ପାଇଁ ଅଗ୍ନିଶମ ବିଭାଗ ଓ କେନ୍ଦ୍ରାପଡା ପୌରପାଳିକା ଦ୍ଵାରା ଆକାଶ ମାର୍ଗକୁ ପାଣି ସିଞ୍ଚନ କରାଯାଇଥିଲା । ଶହ ଶହ ସ୍ବେଚ୍ଛାସେବୀ ଏହି ପବିତ୍ର ବାହୁଡା ଯାତ୍ରାରେ ପ୍ରସାଦ ଏବଂ ପାଣି ବଣ୍ଟନ କରିଥିଲେ । ସେହିପରି ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ କୈବର୍ତ୍ତ ସମାଜ ରଥାରୂଢ ଶ୍ରୀଜିଉଙ୍କ ନିକଟରେ ଚୁଡା ଘଷା ଶିରିଣୀ ଭୋଗ ଲାଗି କରିବା ପରମ୍ପରା ଅନନ୍ୟ ବୋଲି କହିଛନ୍ତି ଭକ୍ତ ।

ଶ୍ରୀକ୍ଷେତ୍ର ଭଳି ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ସୁନାବେଶ ପରମ୍ପରା ନଥିବା କାରଣରୁ ଏଠାରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନରେ ରଘୁନାଥ ବେଶ କରାଯିବ । ରଥ ଚକଡ଼ାରେ ଲାଗିବା ପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ବିଧି ରହିଥିବା ବେଳେ ଗକକାଲି ସନ୍ଧ୍ୟାରେ ରଥ ଚକଡ଼ା ଲାଗିଥିଲା । ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମହଣ ମହଣ ସୁନାରେ ଝଟକିବେ ସୁନାଠାକୁର; ସନ୍ଧ୍ୟା ୫ଟାରୁ ଦର୍ଶନ ଆରମ୍ଭ, ଜାଣନ୍ତୁ କାହିଁକି ରଥ ଉପରେ ହୁଏ ସୁନାବେଶ ? - Suna Besha Of Lord Jagannath

ମଣିବିଗ୍ରହ ହୋଇଥିବା ଦୃଷ୍ଟିରୁ କେନ୍ଦ୍ରାପଡ଼ାରେ ସୁନାବେଶ ହୋଇନଥାନ୍ତି ମହାପ୍ରଭୁ ବଳଦେବଜୀଉ,ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରା । ଆଜି ଯଥାରୀତି ନୀତି ସମାପନ ପରେ ଗୁରୁବାର ସନ୍ଧ୍ୟାରେ ଅଧରପଣା କାର୍ଯ୍ୟକ୍ରମ କରି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଚଳିତବର୍ଷ ଶ୍ରୀଜୀଉମାନଙ୍କଠାରେ ରୂପାର ଅଳଙ୍କାର ଲାଗି କରାଯିବ । ପ୍ରାୟ ୬୦ଲକ୍ଷ ଟଙ୍କା ବ୍ୟୟରେ ଅଢେଇ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ଶ୍ରୀଜୀଉଙ୍କ ପାଖରେ ଲାଗି କରାଯିବ ବୋଲି ସୂଚନା ମିଳିଛି । ତେବେ ରଥଯାତ୍ରାରେ ହୋଇଥିବା ଅସୁବିଧା ପାଇଁ ସେବାୟତ ଏବଂ ଦେବୋତ୍ତର ବିଭାଗର ମିଳିତ ବୈଠକ ଅନୁଷ୍ଠିତ କରାଯାଇ ଭବିଷ୍ୟତରେ ଚଳିତବର୍ଷ ଭଳି ଅସୁବିଧା ଯେପରି ନହୁଏ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମହାପ୍ରଭୁ ବଳଦେବଜୀଉ ଭାଇଭଉଣୀଙ୍କୁ ଧରି ନଅ'ଦିନ ପର୍ଯ୍ୟନ୍ତ ପତିତଜନଙ୍କୁ ଉଦ୍ଧାରିବା ପାଇଁ ରଥାରୂଢ ହୋଇଥିବା ବେଳେ ଏହି ଦୁର୍ଲ୍ଲଭ ଦର୍ଶନ ଦେଖି ଭକ୍ତ ମନର ଆନନ୍ଦ କହିଲେ ନସରେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.