ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ - Sabara Shrikhetra Koraput

Ratha Katha Anukula ritual: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୀକ୍ଷେତ୍ରରେ ଅନୁକୂଳ ହେଲା ରଥକାଠ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 11, 2024, 5:50 PM IST

Ratha  Katha Anukula ritual
Ratha Katha Anukula ritual (ETV Bharat)
Ratha Katha Anukula ritual (ETV Bharat)

କୋରାପୁଟ: ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା । ଏହି ଦିନଟି ବର୍ଷର ସବୁଠାରୁ ଶୁଭ ତିଥି ଓ ଶୁଭ ମୁହୂର୍ତ୍ତର ପର୍ବ ମଧ୍ୟରୁ ଗୋଟିଏ ବୋଲି ମାନ୍ୟତା ରହିଛି । ଏହି ଦିନରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟା ଅବସରରେ ଗତକାଲି ଶାବର ଶ୍ରୀକ୍ଷେତ୍ର କୋରାପୁଟ ହୋଇଯାଇଥିଲା ଚଳଚଞ୍ଚଳ। କାଲି ତିନି ଠାକୁରଙ୍କ ଦିବ୍ୟ ରଥଯାତ୍ରା ନିମନ୍ତେ ରଥ ନିର୍ମାଣରେ ବ୍ୟବହାର ହେବାକୁ ଥିବା କାଠର ପାରମ୍ପାରିକ ପୂଜା ସାଙ୍ଗକୁ ହୋମ କରାଯାଇ ରଥ ଅନୁକୂଳ କାରାଯାଇଛି ।

ଜଗନ୍ନାଥଙ୍କ ପାଖରୁ ଆଜ୍ଞା ମାଳ କୋରାପୁଟର ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଥିବା ଗାୟତ୍ରୀ ମଣ୍ଡପକୁ ଆସିଥିଲା । ଆଜ୍ଞା ମାଳ ଆସିବା ପରେ ରଥ କାଠ ଅନୁକୂଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଜଗନ୍ନାଥଙ୍କ ଠାରୁ ଆସିଥିବା ସେହି ଆଜ୍ଞା ମାଳକୁ ତିନି ରଥରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଅଣାଯାଇଥିଲା । ଅନ୍ୟପଟେ ରଥ ପାଇଁ ଥିବା ତିନୋଟି କାଠକୁ ନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହା ପରେ ଗାୟତ୍ରୀ ଯଜ୍ଞ ଏବଂ ନୃସିଂହ ମହାଯଜ୍ଞ କରାଯାଇଥିଲା । ଯଜ୍ଞ ପରେ ବିଶ୍ୱକର୍ମା ବିଶ୍ୱନାଥ ମହାରଣାଙ୍କ ଦ୍ଵାରା ତିନୋଟି କାଠରେ ଅଷ୍ଟଦଳ ପଦ୍ମ ଅଙ୍କନ କରାଯାଇ ଯଜ୍ଞବେଦୀରେ ସମର୍ପିତ କରାଯାଇଥିଲା । ପୁକା ପାଇଥିବା କାଠ ତିନୋଟିକୁ ତିନି ରଥରେ ତିନିଠାକୁରଙ୍କ ଆସ୍ଥାନ ସିଂହାସନ ପଛପଟେ ଲଗାଇଦିଆଯିବ ବୋଲି ବିଶ୍ବନାଥ ମହାରଣା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ପବିତ୍ର ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ରଥ ନିର୍ମାଣ ଅନୁକୂଳ - Akshya Tritiya 2024

ଏହା ପରେ ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ନୃସିଂହ ଦେବତାଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ସହ ଆଦିବାସୀଙ୍କ ଇଷ୍ଟ ଦେବତା ମାତା ରବନମଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ବର୍ଷ କେ ଥରେ ଆୟୋଜିତ ହେଉଥିବା ବରାହ ନୃସିଂହଙ୍କ ଚନ୍ଦନ ଯାତ୍ରାରେ ଚନ୍ଦନ ଲେପନ ସହିତ ଚନ୍ଦନ ଛଡାଇବାର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଜଗନ୍ନାଥ ମନ୍ଦିର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଓ ଯାତ୍ରାର ଆରମ୍ଭରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଗୋଟିଏ ରଥରେ ଘୋଷଯାତ୍ରା ସମ୍ପନ୍ନ କରୁଥିବା ବେଳେ 2019ରେ ପ୍ରଥମ ଥର ପାଇଁ ଏହି ବଡ଼ ଦାଣ୍ଡରେ ତିନୋଟି ରଥକୁ ନେଇ ଯାତ୍ରା ସମ୍ପନ୍ନ ହୋଇଥିଲା । ସେହିପରି କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ମନ୍ଦିର ବେଢ଼ା ମଧ୍ୟରେ ଏକ ଛୋଟ ରଥରେ ଯାତ୍ରା ସମ୍ପନ୍ନ କରାଯାଇଥିଲା। ତେବେ ମହାବାହୁଙ୍କ ଦର୍ଶନ କରିବା ପାଇଁ ଜନସମୁଦ୍ର ପାଲଟିବ ଶାବର ଶ୍ରୀକ୍ଷେତ୍ର ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.