ETV Bharat / state

ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ, ଉତ୍ସାହିତ ଭୋଇ ସେବକ

Ratha Katha Anukula: ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହୋଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ଦେବୀ ସରସ୍ବତୀଙ୍କ ପୂଜା ପରେ ଅନୁକୂଳ ହୋଇଛି ରଥକାଠ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 14, 2024, 10:49 PM IST

ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ
ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ
ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହୋଇଛି ରଥକାଠ । ଶ୍ରୀପଞ୍ଚମୀ ଅବସରରରେ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥକାଠ ହୋଇଛି ଅନୁକୂଳ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା' ସରସ୍ବତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ ଆରମ୍ଭ ହେଇଥିଲା । ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୪ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀରେ ରଥକାଠ ପୂଜା ହୋଇଛି ।

ତିନି ରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୂନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ବାରା କାଠତ୍ରୟର ପୂଜାର୍ଚ୍ଚନା ହୋଇଥିଲା । ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଚଳିତ ବର୍ଷ ରଥଯାତ୍ରା 2024 ପାଇଁ ପ୍ରଥମ ପର୍ଯ୍ୟାୟରେ ରଥକାଠ ଆସି ପୁରୀ ବଡ଼ଦାଣ୍ଡରେ ପହଞ୍ଚି ସାରିଛି । ମୋଟ 3ଟି ଟ୍ରକରେ 102 ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ନୟାଗଡ଼ର ଦଶପଲ୍ଲା ବନାଞ୍ଚଳରୁ ଏହି କାଠ ଆସି ପହଞ୍ଚିଛି । ତେବେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରଥ କାଠ ଆସି ପୁରୀରେ ପହଞ୍ଚିବ । ରଥର ତତ୍ତ୍ଵାବଧାରକ ସୁଦର୍ଶନ ମେକାପ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ 102 ଖଣ୍ଡ କାଠ ଆସି ପହଞ୍ଚିଛି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ 812 ଖଣ୍ଡ କାଠର ଆବଶ୍ୟକତା ରହିଛି । 53 ଖଣ୍ଡ କାଠ ପୂର୍ବରୁ ବଳକା ଭାବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଛି । ତିନି ରଥ ନିର୍ମାଣ ପାଇଁ ପ୍ରତିବର୍ଷ ମୋଟ 865 ଖଣ୍ଡ କାଠ ଦରକାର ହୋଇଥାଏ । ତେବେ ପ୍ରଥମ ପର୍ଯ୍ୟାୟରେ ଆସିଥିବା କାଠ ହେଉଛି ଧୋଉରା ଓ ଅସନ କାଠ । 50ଟି ଧଉରା ଓ 52 ଅସନ କାଠ ପ୍ରଥମ ପର୍ଯ୍ୟାୟରେ ଆସିଛି । ଆଗାମୀ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ

ଗତ ଜାନୁଆରୀ 1 ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ନୟାଗଡ଼ ଦଶପଲ୍ଲା ଯାଇଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବଡରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ ଚିହ୍ନଟ ହୋଇଥଲା । ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ ଏହି ଟିମରେ ରହି ଗଛ ଚିହ୍ନଟ କରିଥଲେ । ସେପଟେ ବଡଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ଆସି ପହଞ୍ଚିବା ପରେ ବେଶ ଉତ୍ସାହିତ ହୋଇଛନ୍ତି ଭୋଇ ସେବକ । ଚଳିତ ବର୍ଷ ରଥଯାତ୍ରା କିଭଳି ସୁରୁଖୁରୁରେ ହେବ, ସେନେଇ ଭୋଇ ସର୍ଦ୍ଦାର ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.