ETV Bharat / state

ଚଳଚଞ୍ଚଳ ରଥଖଳା, ଜୟପୁରରେ ଚଳିତ ବର୍ଷ ଗଡ଼ିବ ନୂଆ ରଥ - RATHA CONSTRUCTION WORK - RATHA CONSTRUCTION WORK

Ratha Construction: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ତିନି ରଥର ନିର୍ମାଣ ପାଇଁ ଜୟପୁରରେ ଲାଗିପଡ଼ିଛନ୍ତି କରିଗର । ଅଧିକ ପଢ଼ନ୍ତୁ,

Ratha Construction
Ratha Construction (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 10:06 PM IST

କୋରାପୁଟ: ଜୟପୁର, କୋରାପୁଟ ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ସହର ଭାବେ ପରିଗଣିତ । ଜୟପୁର ସହରରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ରଥଯାତ୍ରା କାହିଁ କେଉଁ କାଳରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ରାଜାରାଜୁଡା ସମୟରେ ଜୟପୁର ବଡ଼ଦାଣ୍ଡରେ ତିନି ଠାକୁରଙ୍କ ପାଇଁ ତିନୋଟି ଦିବ୍ୟ ରଥର ନିର୍ମାଣ କରାଯାଉଥିଲା । ଆଉ ସେହି ତିନି ରଥରେ ତିନି ଠାକୁର ଯାତ୍ରା କରୁଥିଲେ । ହେଲେ କାଳକ୍ରମେ ରଥ ସଂଖ୍ୟା କମି ଏବେ ଏହି ବଡଦାଣ୍ଡରେ ଛୋଟ ରଥ ଓ ବଡ ରଥ ଭାବେ ଦୁଇଟି ରଥକୁ ଭକ୍ତମାନେ ଶ୍ରଦ୍ଧାର ସହ ଟାଣି ଆସୁଛନ୍ତି ।

Ratha Construction (ETV Bharat Odisha)

ଜୟପୁର ବଡଦାଣ୍ଡ ସହିତ ବାଟଜଗନ୍ନାଥପୁର ଓ ପୁରୁଣାଗଡର ବଡ଼ଦାଣ୍ଡରେ ପାଳିତ ହେଉଥିବା ଯାତ୍ରା ମଧ୍ୟ ରାଜାରାଜୁଡା ସମୟରୁ ଜୟପୁରର ଐତିହାସିକ ରଥଯାତ୍ରାର ଏକ ଅଙ୍ଗ ଭାବେ ଖ୍ୟାତି ଅର୍ଜନ କରିଥିଲା । ତେବେ ବାଟଜଗନ୍ନାଥପୁର ଓ ପୁରୁଣାଗଡର ରଥ ଗୁଡିକର ସ୍ଥିତି ସମ୍ପୁର୍ଣ୍ଣ ରୂପେ ଠିକ ଥିବା ବେଳେ ଜୟପୁର ବଡଦାଣ୍ଡରେ ଗଡ଼ିବାକୁ ଥିବା ବଡ ରଥର କିଛି କାଠ ଖରାପ ହୋଇଯାଇଛି । ଯାହା ପାଇଁ ସାତ ବର୍ଷ ବ୍ୟବଧାନରେ ପୁଣିଥରେ ସମ୍ପୂର୍ଣ୍ଣ ନୂତନ ଭାବରେ ରଥ ନିର୍ମାଣ କରିବା ପାଇଁ ଦେବୋତ୍ତର ବିଭାଗ ଦ୍ଵାରା ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ କର୍ମଚାରୀ ରାମନାଥ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ରଥଖଳା ଚଳଚଞ୍ଚଳ; ତିନି ରଥର ୧୮ଟି ଚକ ନିର୍ମାଣ ଶେଷ, ସାଲ ଗୁଜରେ ଚାଲିଛି ରୂପ ଖୋଦେଇ - Ratha Khala Halchal

ଦେବୋତ୍ତର ବିଭାଗର କର୍ମଚାରୀ ଶୁଭମ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ପରମ୍ପରା କ୍ରମେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଜଙ୍ଗଲରୁ 104 ଗୋଟି ଶାଳ ଗଣ୍ଡି ସଂଗ୍ରହ କରାଯାଇଛି । ଏଥି ମଧ୍ୟରୁ 4ଟି ଗଣ୍ଡିକୁ ଅଖ ରୂପରେ ବ୍ୟବହାର କରାଯାଉଥିବା ବେଳେ ଅନ୍ୟ ସମସ୍ତ ଗଣ୍ଡିକୁ ନେଇ ରଥର ବିଭିନ୍ନ ଅଂଶ ନିର୍ମାଣ କରିବା ପାଇଁ ସରକାରୀ କରତକଳରେ କଟା ଯାଉଥିବା ଶୁଭମ ସୂଚନା ଦେଇଛନ୍ତି ।

ସେହିପରି ରଥ ନିର୍ମାଣରେ ଲାଗିଥିବା କାରୀଗର ଡମରୁ କମାରଙ୍କ ସୂଚନା ଅନୁଯାୟୀ, ଜୟପୁରର ରଘୁନାଥ ମନ୍ଦିର ପରିସରରେ ତାଙ୍କ ନେତୃତ୍ୱରେ 10 ଜଣ କାଠ କାରିଗର ରଥ ଚକ ନିର୍ମାଣ ଆରମ୍ଭ କରିଛନ୍ତି । ଆସନ୍ତା 40 ଦିନ ଅବଧି ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଡମରୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥର ରଥର ସମ୍ପୂର୍ଣ୍ଣ ଭାବେ ନୂତନ କଳେବର ହେଉଥିବା ବେଳେ ଏହାର ଉଚ୍ଚତା ମଧ୍ୟ ଅଧିକ ହେବ ବୋଲି ସେ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.