ETV Bharat / state

ମହଣ ମହଣ ସୁନାରେ ଝଟକିବେ ସୁନାଠାକୁର; ସନ୍ଧ୍ୟା ୫ଟାରୁ ଦର୍ଶନ ଆରମ୍ଭ, ଜାଣନ୍ତୁ କାହିଁକି ରଥ ଉପରେ ହୁଏ ସୁନାବେଶ ? - Suna Besha Of Lord Jagannath

author img

By ETV Bharat Odisha Team

Published : Jul 17, 2024, 7:20 AM IST

Updated : Jul 17, 2024, 2:32 PM IST

Suna Besha Of Lord Jagannath:ଆଜି ମହାପ୍ରଭୁଙ୍କ ସୁନାବେଶ । ସୁବର୍ଣ୍ଣ ଆଭୂଷଣରେ ସଜେଇ ହେବେ ବ୍ରହ୍ମାଣ୍ଡଠାକୁର ।ପ୍ରାୟ ୧୩୮ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ । ସନ୍ଧ୍ୟା ୫ଟାରୁ ଏହି ବେଶ ଆରମ୍ଭ ହେବ । ଅଧିକ ପଢନ୍ତୁ

Suna Besha Of Lord Jagannath
Suna Besha Of Lord Jagannath (ETV Bharat Odisha)

ପୁରୀ: ସୁନାଠାକୁରଙ୍କ ଆଜି ସୁନାବେଶ । ସୁବର୍ଣ୍ଣ ଆଭୂଷଣରେ ସଜେଇ ହେବେ ବ୍ରହ୍ମାଣ୍ଡଠାକୁର । ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୁଏ । ଦାରୁବ୍ରହ୍ମଙ୍କ ଏହି ରାଜକୀୟ ଠାଣି ବେଶର ଦର୍ଶନ ପାଇଁ ବଡଦାଣ୍ଡକୁ ଛୁଟିବ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ପ୍ରାୟ ୧୩୮ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ । ତେବେ ଧାର୍ଯ୍ୟ ନୀତି ଅନୁୟାୟୀ, ସନ୍ଧ୍ୟା ୫ଟାରୁ ଏହି ବେଶ ଦର୍ଶନ ଆରମ୍ଭ ହେବ । ରାତ୍ର ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ଅନ୍ୟପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଜଗତ ଠାକୁର ସେ । ଭୂଷଣ ପ୍ରିୟ ଶ୍ରୀବିଗ୍ରହ । ବର୍ଷ ତମାମ ବିଭିନ୍ନ ପ୍ରକାର ବେଶରେ ବିମଣ୍ଡିତ ହୋଇଥାନ୍ତି । ହେଲେ ସୁନାବେଶରେ ସର୍ବାଧିକ ସୁନା ଆଭୂଷଣ କରିଥାନ୍ତି ବ୍ରହ୍ମାଣ୍ଡଠାକୁର । ଶ୍ରୀଜିଉଙ୍କ ସକାଳଧୂପ ପରେ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ସୁନାବେଶ ଆରମ୍ଭ ହେବ । ରଥ ଉପରେ ସୁନାବେଶର ସ୍ୱତନ୍ତ୍ରତା ରହିଛି । ତେବେ ଏହି ବେଶକୁ ରାଜବେଶ,ରାଜରାଜେଶ୍ବର, ରାଜାଧିରାଜ ବା ବଡତଢାଉ ବେଶ ମଧ୍ୟ କୁହାଯାଏ ।

ଏହାମଧ୍ୟ ପଢନ୍ତୁ..ବର୍ଷକେ କେତେ ଥର ହୁଏ ମହାପ୍ରଭୁଙ୍କ ସୁନାବେଶ ? କଣ ରହିଛି କିମ୍ବଦନ୍ତୀ, କେତେ ସୁନା ପିନ୍ଧନ୍ତି କାଳିଆ ଠାକୁର - Significance of Suna Besha

ଏହାମଧ୍ୟ ପଢନ୍ତୁ..ଆଜି ମହାପ୍ରଭୁଙ୍କ ସୁନାବେଶ; ଗଳିକନ୍ଦିରେ ପ୍ରବେଶ ମନା, ଏମିତି କରିବେ ଦର୍ଶନ - High Security in Puri For Sunabesha

କେଉଁ ସେବାୟତ କରାନ୍ତି ସୁନାବେଶ ?

ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୂଷଣ ଲାଗି କରିଥାନ୍ତି । ତେବେ ଧାର୍ଯ୍ୟ ନୀତି ଅନୁୟାୟୀ, ସନ୍ଧ୍ୟା ୫ଟାରୁ ଏହି ବେଶ ଦର୍ଶନ ଆରମ୍ଭ ହେବ । ରାତ୍ର ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ ।

କାହିଁକି ରଥ ଉପରେ ହୁଏ ସୁନାବେଶ ?

କିମ୍ବଦନ୍ତୀରୁ ଜଣାଯାଏ ଯେ ରାଜା ଅନଙ୍ଗଭୀମ ଦେବ ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ରୂପେ ଘୋଷଣା କରିଥିଲେ । ରାଜା ମହାରାଜାମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥ ଉପରେ ସୁନାବେଶ ବଡ଼ତଢାଉ କରଣଙ୍କ ପରାମର୍ଶ କ୍ରମେ ରାଜା କରାଇଥିଲେ । ବଡ଼ତଢାଉ ବେଶର କିମ୍ବଦନ୍ତୀ ଅନୁସାରେ ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନା ଅଳଙ୍କାର ଆଣିଥିଲେ । ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ବାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି । ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ସେହିଦିନଠାରୁ ପ୍ରତିବର୍ଷ ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ହରିଶୟନ ଏକାଦଶୀ ଅବସରରେ ଶ୍ରୀଜିଉ ରଥ ଉପରେ ସୁନାବେଶରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 17, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.