ETV Bharat / state

ବର୍ଷକେ କେତେ ଥର ହୁଏ ମହାପ୍ରଭୁଙ୍କ ସୁନାବେଶ ? କଣ ରହିଛି କିମ୍ବଦନ୍ତୀ, କେତେ ସୁନା ପିନ୍ଧନ୍ତି କାଳିଆ ଠାକୁର - Significance of Suna Besha

Significance of Suna Besha: ମହାପ୍ରଭୁଙ୍କ ପ୍ରତ୍ୟେକ ବେଶ ପଛରେ ରହିଛି ବିଶେଷ କାହାଣୀ । ଶ୍ରୀଜିଉଙ୍କ ଅନେକ ବେଶ ମଧ୍ୟରୁ ଆକର୍ଷଣୀୟ ବେଶ ହେଉଛି ସୁନାବେଶ । ତେବେ କାହିଁକି ମହାପ୍ରଭୁ ମହଣ ମହଣ ସୁନାବେଶରେ ସୁସଜ୍ଜିତ ହୁଅନ୍ତି ? ରଥ ଉପରେ କାହିଁକି ସୁନା ଅଳଙ୍କାରରେ ଆଭୂଷଣ ହୁଅନ୍ତି ? ଏହା ପଛରେ କଣ କିମ୍ବଦନ୍ତୀ ରହିଛି ଆସନ୍ତୁ ଜାଣିବା..

Significance of Suna Besha
Significance of Suna Besha (ETV Bharat Odisha)
author img

By ETV Bharat Odisha Team

Published : Jul 16, 2024, 6:32 PM IST

ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ବାର ମାସରେ ତେର ପର୍ବ ପାଳନ ହୁଏ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ । ସୁନାବେଶକୁ ରାଜବେଶ, ରାଜରାଜେଶ୍ବର, ରାଜାଧିରାଜ ବା ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ ହେଉଛି ଏହି ସୁନାବେଶ । ଏହି ବେଶରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ମହଣ ମହଣ ସୁନାରେ ସୁସଜ୍ଜିତ ହୁଅନ୍ତି ଶ୍ରୀଜିଉ । ଏହି ବେଶ ଦେଖିବା ପରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠେ, ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ । ସେ ବିଷୟରେ ଜାଣିବା ।

ବର୍ଷକରେ କେତେ ଥର ହୁଏ ମହାପ୍ରଭୁଙ୍କ ସୁନା ବେଶ ? କଣ ରହିଛି କିମ୍ବଦନ୍ତୀ (ETV Bharat Odisha)

କାହିଁକି ହୁଏ ସୁନାବେଶ ?

କିମ୍ବଦନ୍ତୀରୁ ଜଣାଯାଏ ଯେ ରାଜା ଅନଙ୍ଗଭୀମ ଦେବ ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ରୂପେ ଘୋଷଣା କରିଥିଲେ । ରାଜା ମହାରାଜାମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥ ଉପରେ ସୁନାବେଶ ବଡ଼ତଢାଉ କରଣଙ୍କ ପରାମର୍ଶ କ୍ରମେ ରାଜା କରାଇଥିଲେ । ବଡ଼ତଢାଉ ବେଶର କିମ୍ବଦନ୍ତୀ ଅନୁସାରେ ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନା ଅଳଙ୍କାର ଆଣିଥିଲେ । ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ବାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି । ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ସେହିଦିନଠାରୁ ପ୍ରତିବର୍ଷ ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ହରିଶୟନ ଏକାଦଶୀ ଅବସରରେ ଶ୍ରୀଜିଉ ରଥ ଉପରେ ସୁନାବେଶରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର
ଶ୍ରୀଜଗନ୍ନାଥଙ୍କ ଅଳଙ୍କାର (ETV Bharat Odisha)

କେତେ ଥର ହୁଏ ସୁନାବେଶ ?

ପ୍ରତିବର୍ଷ ସୁନାବେଶ ପାଞ୍ଚ ଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା ତଥା ପୁଷ୍ୟାଭିଷେକ, ଫାଲଗୁନ ପୂର୍ଣ୍ଣିମା ତଥା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ତଥା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶ ଓ ବିଜୟାଦଶମୀ ତଥା ଦଶହରା ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜିଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ବାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

ଦେବୀ ସୁଭଦ୍ରାଙ୍କ ଅଳଙ୍କାର
ଦେବୀ ସୁଭଦ୍ରାଙ୍କ ଅଳଙ୍କାର (ETV Bharat Odisha)

କେଉଁ ସେବାୟତ କରାନ୍ତି ସୁନାବେଶ ?

ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୂଷଣ ଲାଗି କରିଥାନ୍ତି ।

ବଡ଼ ଠାକୁରଙ୍କ ଅଳଙ୍କାର
ବଡ଼ ଠାକୁରଙ୍କ ଅଳଙ୍କାର (ETV Bharat Odisha)

କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର ?

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ସ୍ବର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
  • ଓଢିଆଣୀ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ତାବିଜ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି
    ଶ୍ରୀପୟର ନେଇ ଯାଉଛନ୍ତି ସେବାୟତ
    ଶ୍ରୀପୟର ନେଇ ଯାଉଛନ୍ତି ସେବାୟତ (File Photo)

ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଅଳଙ୍କାର

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ହଳ ଓ ମୂଷଳ
  • ଓଢିଆଣୀ
  • କୁଣ୍ଡଳ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ବାଘନଖ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି
    ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ନିକଟରେ ସେବାୟତ
    ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ନିକଟରେ ସେବାୟତ (File Photo)

ଦେବୀ ସୁଭଦ୍ରାଙ୍କ ଅଳଙ୍କାର

  • କିରୀଟ
  • ଓଢ଼ିଆଣୀ
  • କାନ
  • ଚନ୍ଦ୍ରସୂର୍ଯ୍ୟ
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ସେବତୀ ମାଳି
  • ତଗଡ଼ି
    ଶ୍ରୀଜିଉଙ୍କ ରାଜରାଜେଶ୍ବର ବେଶ
    ଶ୍ରୀଜିଉଙ୍କ ରାଜରାଜେଶ୍ବର ବେଶ (File Photo)

ତେବେ ମହାପ୍ରଭୁ ଏହି ବେଶରେ ପ୍ରଚୁର ସୁନା ଅଳଙ୍କାର ପରିଧାନ କରୁଥିବାରୁ ଲୋକ କଥାରେ ମହାପ୍ରଭୁଙ୍କୁ ମହଣ ମହଣ ସୁନା ପିନ୍ଧିଥିବା ଠାକୁର ତଥା ସୁନା ଠାକୁର କୁହାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.