ETV Bharat / state

ଆଜି ମହାପ୍ରଭୁଙ୍କ ସୁନାବେଶ; ଗଳିକନ୍ଦିରେ ପ୍ରବେଶ ମନା, ରାତ୍ର 11ଟା ଯାଏଁ ଚାଲିବ ଦର୍ଶନ, 15 ଲକ୍ଷ ଭକ୍ତଙ୍କ ହେବ ସମାଗମ ! - High Security in Puri For Sunabesha

author img

By ETV Bharat Odisha Team

Published : Jul 16, 2024, 6:03 PM IST

Updated : Jul 17, 2024, 8:06 AM IST

High Security in Puri For Sunabesha: ସୁନାବେଶରେ ଶ୍ରୀକ୍ଷେତ୍ରରେ ହୋଇପାରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ । ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା । ଏଥର ଗଳିକନ୍ଦରେ ଭକ୍ତଙ୍କ ପ୍ରବେଶ ମନା । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ଜାଣି ନିଅନ୍ତୁ କଣ ରହିଛି ସୁରକ୍ଷା ବ୍ୟବସ୍ଥା ...

High Security in Puri For Sunabesha
High Security in Puri For Sunabesha (ETV Bharat Odisha)

ପୁରୀ: ରାତି ପାହିଲେ ପବିତ୍ର ସୁନାବେଶ ବା ବଡ଼ତଢ଼ାଉ ବେଶ । ରଥ ଉପରେ ଶ୍ରୀଜୀଉମାନଙ୍କ ସୁବର୍ଣ୍ଣ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ବେଳେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ଅନୁଷ୍ଠିତ ହେବ ସେନେଇ ସମସ୍ତ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଦର୍ଶନ ସନ୍ଧ୍ୟା 5-7ଟାରୁ ମଧ୍ୟରେ ଆରମ୍ଭ ହେବ ଏବଂ ରାତ୍ର 11ଟା ଯାଏଁ ଚାଲିବ । ଏହା ସହିତ 15 ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ପ୍ରଶାସନ ଆଶା ରଖିଛି ।

ରାତି ପାହିଲେ ମହାପ୍ରଭୁଙ୍କ ସୁନାବେଶ; ଗଳିକନ୍ଦିରେ ପ୍ରବେଶ ମନା, ଏମିତି କରିବେ ଦର୍ଶନ (ETV Bharat Odisha)

ଦର୍ଶନ ପାଇଁ କେଉଁଠିକୁ ଯିବେ ?

  • ସୁନାବେଶ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ମାର୍କେଟ ଛକଠାରେ ହୋଇଥିବା ଏକପାଖିଆ ବ୍ୟାରିକେଡ ଭିତରେ ପ୍ରବେଶ କରି ସୁନାବେଶ ଦର୍ଶନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ରଥ କଡରେ ପ୍ରସ୍ଥାନ କରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ଓ ଟ୍ରାଫିକ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
  • ଶ୍ରଦ୍ଧାଳୁମାନେ ଏକ ପାଖିଆ ରାସ୍ତାରେ ନନ୍ଦିଘୋଷ ରଥ ପାର୍ଶ୍ଵ ଦେଇ କ୍ରମାନ୍ବୟରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶନ କରି ତାଳଧ୍ଵଜ ରଥ ପାର୍ଶ୍ଵ ଦେଇ ଫେରିବେ।
  • କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ାଯିବ ନାହିଁ । ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର‌ ମଧ୍ୟ ବ୍ୟବସ୍ଥା ହେବ।‌ ଜନଗହଳି ନିୟନ୍ତ୍ରଣକୁ ପ୍ରାଥମିକତା ଦେଇଛି ପୁରୀ ପୋଲିସ ।
    ସୁନାବେଶରେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା
    ସୁନାବେଶରେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା (@OdishaPolice)

ପୋଲିସ ଛାଉଣିରେ ପୁରୀ:-

ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ସମୁଦାୟ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ମୁତୟନ ରହିବେ ।‌ ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ । ଯେଉଁ ଭକ୍ତମାନେ ପ୍ରବଳ ଭିଡ଼ ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ଦର୍ଶନ ସମୟରେ ମୋବାଇଲ୍ ବ୍ୟବହାର ନ କରନ୍ତୁ ବୋଲି ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି କୁନି କୁନି ଛୁଆ ଏବଂ ବୟସ୍କ ବ୍ୟକ୍ତି ବିଶେଷମାନେ ଅତ୍ୟଧିକ ଭିଡ଼ ଭିତରକୁ ନ ଆସିବା ପାଇଁ ନିବେଦନ କରିଛନ୍ତି ପୁରୀ ଏସପି ।

ସୁନାବେଶ ପାଇଁ ପାର୍କିଂ ବ୍ୟବସ୍ଥା
ସୁନାବେଶ ପାଇଁ ପାର୍କିଂ ବ୍ୟବସ୍ଥା (ETV Bharat Odisha)

'ଠାକୁରଙ୍କ ଆଗରେ ଛିଡା ହୋଇପାରିବେନି ସେବାୟତ'

ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ। ମହାପ୍ରଭୁଙ୍କ ସୁନାବେଶ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ନିଯୋଗ ଓ ବିଶେଷ କରି ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଭକ୍ତ ମାନେ ତିନି ରଥରେ ଯେଭଳି ମହାପ୍ରଭୁଙ୍କର ସୁନାବେଶ ଭଲଭାବେ ଦର୍ଶନ କରିପାରିବେ ଏବଂ ଠାକୁରଙ୍କ ସମ୍ମୁଖରେ କେହି ସେବାୟତ ଛିଡା ହୋଇ ରହିବେ ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇଛି।

ପୋଲିସ ଛାଉଣିରେ ପୁରୀ
ପୋଲିସ ଛାଉଣିରେ ପୁରୀ (ETV Bharat Odisha)

ମହଣ ମହଣ ସୁନାରେ ବିଭୂଷିତ ହେବେ ଶ୍ରୀଜିଉ:-

ବୁଧବାର ରଥ ଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯିବା ପରେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ବଢିବା ପରେ ମହଣ ମହଣ ସୁନାରେ ବିଭୂଷିତ ହେବେ ଶ୍ରୀଜିଉ । ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ସୁନାବେଶ ଦେଖିବା ପାଇଁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଆଜି ରଥ ଉପରେ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେଉଥିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀକ୍ଷେତ୍ରରେ ।

ଇଟିଭି ଭାରତ, ପୁରୀ

Last Updated : Jul 17, 2024, 8:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.