ETV Bharat / state

ଦୁଆରଶୁଣି ଘାଟି ଦୁର୍ଘଟଣା: ମୃତକଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା

author img

By ETV Bharat Odisha Team

Published : Jan 25, 2024, 9:59 PM IST

Rani Panda In Mayurbhanj: ଦୁଆରଶୁଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ରାଣୀ ପଣ୍ଡାଙ୍କ ସମେତ ଯାତ୍ରା କଳାକାର ସଂଘ। ମୃତକଙ୍କ ପରିବାର ଓ ଆହତଙ୍କୁ ସହାୟତା ରାଶି ପ୍ରଦାନ କଲେ ରାଣୀ । ଅଧିକ ପଢନ୍ତୁ

ରାଣୀ ପଣ୍ଡାଙ୍କ ସହାୟତା
ରାଣୀ ପଣ୍ଡାଙ୍କ ସହାୟତା
ରାଣୀ ପଣ୍ଡାଙ୍କ ସହାୟତା

ରାଇରଙ୍ଗପୁର : ଦୁଆରଶୁଣୀ ଘାଟିରେ ଗତକାଲି ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଗତକାଲି (ବୁଧବାର) ଘଟିଥିଲା ଦୁର୍ଘଟଣା । ଧଉଳି ଗଣନାଟ୍ୟର ଏକ ଲାଇଟ୍ ଓ ସାଉଣ୍ଡ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡି଼ଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଥିବାବେଳେ ଆଉ ଜଣେ ବାଙ୍ଗିରିପୋଷି ମେଡିକାଲରେ ମୃତ୍ୟୁବରଣ କରିଥିଲେ। ସମସ୍ତ ୬ ଜଣ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ଓ ମେଡିକାଲରେ ଭର୍ତ୍ତି ଥିବା ଗୁରୁତରଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ରାଣୀ ପଣ୍ଡା।

ଏଥିସହିତ ଦୁର୍ଘଟଣାରେ ୯ ଜଣ ଗୁରୁତର ଓ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଥିଲା। ମୃତ୍ୟୁବରଣ କରିଥିବା ସମସ୍ତ ୬ ଜଣଙ୍କ ପରିଚୟ ଜଣାପଡିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଭୁରୁଡୁବଣି ଗ୍ରାମର ଝାଡ଼େଶ୍ୱର ମାର୍ଣ୍ଡି ଓ ମଠ ମୁର୍ମୁ, କେନ୍ଦୁଝର ଜିଲ୍ଲାର ପଣ୍ଡପଦା ଥାନା ଅନ୍ତର୍ଗତ ନିଶ୍ଚିତପୁରର ରାଇଟର ଦେହୁରୀ । ସେହିପରି କଟକ ଜିଲ୍ଲା ନେମାଳ ଥାନା ଅର୍ନ୍ତଗତ ଯାମରାର ଅଶୋକ ମଲ୍ଲିକ ଓ ଜଗତପୁର ଅଞ୍ଚଳର ଦିଲ୍ଲୀପ କୁମାର ଜେନା, ଯାଜପୁର ଜିଲ୍ଲା ସୁକିନ୍ଦାର ମାଧବ ପଲେଇଙ୍କ ମୃତ୍ୟୁ ହୋଇଛି । ଆଜି ସମସ୍ତ ୬ ଜଣଙ୍କର ମୃତଦେହ ବାରିପଦା ପିଆରଏମ ହସ୍ପିଟାଲରେ ବ୍ୟବଛେଦ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ଅଟୋକୁ ଧକ୍କା ଦେଲା ଟ୍ରକ: ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ

ଅପରପକ୍ଷେ, କେତେକ ଆହତମାନଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିବାବେଳେ ୫ ଜଣ ବାରିପଦା ପିଆରଏମରେ ଏବେବି ଚିକିତ୍ସାଧନ ରହିଛନ୍ତି । ଅଧିକ ଗୁରୁତର ଥିବା ରୁକଚାନ୍ଦ ମାର୍ଣ୍ଡି ଓ ଚାକୁ ମାର୍ଣ୍ଡିଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଆଜି ଯାତ୍ରା କଳାକାର ରାଣୀ ପଣ୍ଡା ଓ ଯାତ୍ରା କଳାକାର ସଂଘର ସଦସ୍ୟମାନେ ବାରିପଦା ପିଆରଏମକୁ ଆସି ମୃତକଙ୍କ ପରିବାରକୁ ଲୋକଙ୍କୁ ଭେଟିବା ସହ ସମବେଦନା ଜଣାଇଛନ୍ତି । ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା ଗୁରୁତରମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ରାଣୀ ପଣ୍ଡା ସମସ୍ତ ୬ ଜଣ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ଓ ମେଡିକାଲରେ ଭର୍ତ୍ତି ଥିବା ଗୁରୁତରଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ଯାତ୍ରା ସମ୍ପାଦକ ଆର. କେ. ହିରାଲାଲ ମଧ୍ୟ ସମସ୍ତ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.