ETV Bharat / state

CRPF ଯବାନଙ୍କ ହୋଟେଲ ରୁମରୁ ମୃତ୍ୟୁ; ଘନଉଛି ସନ୍ଦେହ, ପରିବାର ଲୋକଙ୍କୁ ଅପେକ୍ଷା

author img

By ETV Bharat Odisha Team

Published : Jan 30, 2024, 7:16 PM IST

Updated : Jan 30, 2024, 8:59 PM IST

Rajasthan CRPF Jawan death in Bhubaneswar: ରାଜଧାନୀର ଏକ ହୋଟେଲରୁ ମୃତଦେହ ଠାବ ଘଟଣା । ଏହି ବ୍ୟକ୍ତି ଜଣକ ନିଜକୁ ଅବସରପ୍ରାପ୍ତ ସେନାଧିକାରୀ କହି ହୋଟେଲରେ ରହିଆସୁଥିବା ବେଳେ ଏବେ ସେ ଜଣେ ସିଆରପିଏଫ ଯବାନ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Rajasthan CRPF Jawan death
Rajasthan CRPF Jawan death
CRPF ଯବାନଙ୍କ ହୋଟେଲ ରୁମରୁ ମୃତ୍ୟୁ; ଘନଉଛି ସନ୍ଦେହ, ପରିବାର ଲୋକଙ୍କୁ ଅପେକ୍ଷା

ଭୁବନେଶ୍ୱର: ରାଜଧାନୀର ଅଶୋକ ନଗର ସ୍ଥିତ ଏକ ହୋଟେଲରେ ଯବାନଙ୍କ ମୃତଦେହ ଘଟଣା । ଅବସର ପ୍ରାପ୍ତ ସେନା କର୍ମଚାରୀ ନୁହେଁ ବରଂ ସିଆରପିଏଫ ଯବାନ‌ ବୋଲି ସ୍ପଷ୍ଟ କରିଛି କମିସନରେଟ ପୋଲିସ । ତାଙ୍କ ନାଁ ମିହିର ସିଂ ଘର ରାଜସ୍ଥାନର ହୋଇଥିବା ବେଳେ ସେ ଝାଡ଼ଖଣ୍ଡର ୨୧୪ ନମ୍ବର‌ ବାଟାଲିୟନର କନଷ୍ଟେବଳ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ସେ କାହିଁକି ଭୁବନେଶ୍ୱର ଆସିଥିଲେ ସେନେଇ ତନାଘନା ଚଳାଇଛି ପୋଲିସ ।

ପୋଲିସର କହିବା ଅନୁସାରେ ଛୁଟି ଆଣି ଓଡିଶା ଆସିଥିଲେ ଏହି ସିଆରପିଏଫ ଯବାନ । ଗତ ୨୬ତାରିଖରେ ହୋଟେଲରେ ଚେକ ଇନ୍‌ କରିଥିଲେ । ତେବେ ଗତ କାଲି ହୋଟେଲରୁ ମୃତଦେହ ମିଳିବା ଘଟଣା ପରେ ଏବେ ସନ୍ଦେହ ଘନୀଭୂତ ହେଉଛି । ମୃତଦେହ ହୋଟେଲର ୨୨୫ ନମ୍ବର ରୁମରୁ ଉଦ୍ଧାର ହେବା ସହ ବେଡର ପାଖରେ ମୃତଦେହ ବସିଥିବା ଅବସ୍ଥାରେ ଥିବା ବେଳେ ବେକରେ ଏକ ବେଡ ସିଟ ଗୁଡେଇ ହୋଇ ରହିଛି । ତେବେ ହୋଟେଲ କର୍ମଚାରୀ‌ଙ୍କ କହିବା କଥା କବାଟ ଖୋଲାଥିଲା । ଏଭଳି ଜଣେ ଯବାନଙ୍କ‌ ମୃତଦେହ ମିଳିବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଆରମ୍ଭ କରିଛି ।

ସାଇଣ୍ଟିଫିକ୍ ଟିମ ହୋଟେଲ ରୁମରେ ପଶି ଘରର ଉଚ୍ଚତା ସହ ହୋଟେଲ ରୁମର ପଡିଥିବା ମୃତଦେହର ଦୂରତା ମାପିବା ସହ ବିଭିନ୍ନ ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିଛି । ତେବେ ଅନେକ ଦିଗକୁ ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ କହିଛନ୍ତି । ଲଭ ଟାଟୁ-ମୃତକଙ୍କ ହାତରେ ଅର୍ଥାତ ଡାହାଣ ହାତରେ ରହିଛି ଏକ ଟାଟୁ । ପ୍ରେମ ଚିହ୍ନ ଥିବା ଏକ ଟାଟୁରେ ଏକ ନାମ ଲେଖାଯାଇଛି। ଯେଉଁଥିରେ ଲଭ ଚିହ୍ନ ସହ ଏକ ତୀର ଚିହ୍ନ ରହିଛି । ଏହାର ମଝିରେ SN ଲେଖା ରହିଛି । ଯାହକୁ ନେଇ ପୋଲିସ ମଧ୍ୟ ତାଙ୍କର ପତ୍ନୀ ନା କୌଣସି ପ୍ରେମିକା ରହିଛନ୍ତି ତାହା ସନ୍ଦେହ କରୁଛି ।

ଏହା ବି ପଢନ୍ତୁ- ହୋଟେଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହୋଟେଲରେ ମୃତଦେହ ମିଳିଥିବା ରୁମ ସାମ୍ନାରେ ଏକ ପଛ ଗେଟ ରହିଛି । ଯାହକି ବହୁତ କମ୍ ଲୋକ ଜାଣନ୍ତି । ସେହି ରୁମ ସାମ୍ନାରେ ଥିବା ଗେଟ ଦେଇ ସିଧା ହୋଟେଲର ପଛପଟେ ବାହାରି ହେବ । ଯେଉଁ ରୁମରେ ମୃତଦେହ ମିଳିଛି ତାହା ସାମ୍ନାରେ ହିଁ ପଛ ଗେଟ ସନ୍ଦେହକୁ ଘନୀଭୂତ କରୁଛି । ଅନ୍ୟପଟେ ମୃତଦେହ ମିଳିଥିବା ରୁମ ନାଁରେ ଏକ ଖାଇବା ଅର୍ଡର ହୋଇଛି । ହେଲେ ପୋଲିସର ଯାଞ୍ଚ ସମୟରେ ଖାଇବା ସେହିପରି ରହିଛି । ତେବେ ଏହି ଖାଦ୍ୟ ମଧ୍ୟାହ୍ନ ନା ରାତ୍ରି ଭୋଜନ ପାଇଁ ଅର୍ଡର ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅପରାହ୍ନ ୫ଟା ସମୟରେ ହୋଟେଲ କର୍ମଚାରୀ ମୃତତେହକୁ ଦେଖିବାକୁ ପାଇଥିଲେ ।

ମୃତଦେହ ଠାବ ସମୟରେ ଏକ ନମ୍ବରରୁ ବାରମ୍ବାର ଆସୁଥିଲା କଲ୍‌ । ସେହି ନମ୍ବରଟି କାହାର ସେ ନେଇ ପୋଲିସ ଏଯାଏଁ ସ୍ପଷ୍ଟ କରିନି । କିନ୍ତୁ ତାର କିଛି ‌ସ୍କ୍ରିନ ସଟ ନେଇ ତଦନ୍ତ କରାଯାଇଥିବା ବେଳେ ଜଣେ ଯୁବତୀଙ୍କର ବୋଲି ସୂଚନା ମିଳିଛି। କିଏ ସେହି ଯୁବତୀ ସେନେଇ ମଧ୍ୟ ଛାନଭିନ କରୁଛି ପୋଲିସ । ପରିବାର ଲୋକଙ୍କୁ ଅପେକ୍ଷା କରାଯାଇଛି । ପରିବାର ବର୍ଗ ପହଞ୍ଚିବା ପରେ ଜଣାପଡିବ ମୃତ୍ୟୁ ପଛର କାରଣ । ଏହା ହନିଟ୍ରାପ ନା ଆଉ କିଛି ତାହା ସ୍ପଷ୍ଟ ହେବ । କାରଣ ବିଗତ ୨ ବର୍ଷ ଧରି ‌ପ୍ରତି ୪ରୁ ୫ମାସ ବ୍ୟବଧାନରେ ଆସୁଥିଲେ‌ ଏହି ବ୍ୟକ୍ତି । ନିଜକୁ ଭାରତୀୟ ସେନାର ଅବସରପ୍ରାପ୍ତ କର୍ମଚାରୀ କହି ହୋଟେଲରେ ରହୁଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 30, 2024, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.