ETV Bharat / state

ବଙ୍ଗୋପସାଗର ସକ୍ରିୟ ଗୁରୁଚାପ, ବଢିଛି ତାପମାତ୍ରା କମିବ ଶୀତ - Rain likely in Several districts

Rain likely in Several districts of Odisha: ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ । ଏଥିପାଇଁ ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ବଙ୍ଗୋପସାଗର ସକ୍ରିୟ ଗୁରୁଚାପ , ବଢିଛି ତାପମାତ୍ରା କମିବ ଶୀତ

author img

By ETV Bharat Odisha Team

Published : Jan 20, 2024, 9:59 PM IST

ବଙ୍ଗୋପସାଗର ସକ୍ରିୟ ଗୁରୁଚାପ , ବଢିଛି ତାପମାତ୍ରା କମିବ ଶୀତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଯାଇଛି । ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଆଉ ଏହି ବାୟୁ ଚଳାଚଳକୁ ନେଇ ଏଭଳି ବର୍ଷା ରାଜ୍ୟରେ ଦେଖାଯାଇଛି । ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ କୋହଲା ପାଗ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ପୁଣି ଆସନ୍ତା ୨୩ ତାରିଖରୁ ଗୁରୁଚାପର ଅଧିକ ସକ୍ରିୟତାକୁ ନେଇ ବର୍ଷାର ପରିମାଣ ବଢିବ । ହେଲେ ବଡ଼ ବର୍ଷା ନଥିବାରୁ କୌଣସି ସତର୍କ ସୂଚନା ନାହିଁ ।

ସେହିପରି ଏହି ଗୁରୁଚାପ ବଳୟ ପ୍ରଭାବରେ ରାତ୍ରିର ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ରହିଛି । ସମ୍ବଲପୁର ଓ ଫୁଲବାଣୀରେ ବିଶେଷ କରି ବର୍ଦ୍ଧିତ ତାପମାତ୍ରା ଦେଖିବାକୁ ମିଳିଛି । ଉପକୂଳ ଓଡ଼ିଶାରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୫ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ । ତେଣୁ ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ନଥିବା ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟରେ ଆଗାମୀ ତିନିଦିନ ଯାଏ ଘନ କୁହୁଡିର ସମ୍ଭାବନା ରହିଛି । ଦୃଶ୍ୟମାନ ଦୀରତା ୨୦୦ ମିଟରରୁ କମ ରହୁଥିବା ବେଳେ ରାଜପଥରେ ସମୟରେ ସତର୍କତାର ସହ ଏହା ଯାତ୍ରା କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡ଼ିକୁ ନେଇ ୨୦ ଜିଲ୍ଲା ଯେପରିକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ପୁରୀ ନୟାଗଡ ଖୋର୍ଦ୍ଧା ଗଂଜାମ, ଗଜପତି, କନ୍ଧମାଳ, ରାୟଗଡା, କଳାହାଣ୍ଡି, ଢେଙ୍କାନାଳ, ମୟୂରଭଞ୍ଜ,ଅନୁଗୋଳ, ବଲାଙ୍ଗୀର , ସୋନପୁର ବୌଦ୍ଧରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଘନ କୁହୁଡ଼ିକୁ ନେଇ ୧୨ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା, ଆଗକୁ ବଢିବ ଶୀତ

ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଳୁକାରୁ ମଧ୍ୟମ ଧରଣ ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ବିଶେଷ କରି କଟକ ଅନୁଗୁଳ ବଲାଙ୍ଗୀର ନୟାଗଡରେ କୁହୁଡିର ଦୂରତା ୫୦ ମିଟର ଦୃଶ୍ୟମାନ ଦୂରତା ରହିଥିଲା । ସର୍ବନିମ୍ନ ତାପମାତ୍ରା ସମତଳ ଅଞ୍ଚଳରେ ନୂଆପଡାରେ ୧୩.୦ ଓ ପାହାଡ଼ିଆ ଅଞ୍ଚଳରେ ୯.୫ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.