ETV Bharat / state

ଖରାଦିନେ ଯାତ୍ରୀଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ, ଷ୍ଟେସନରେ ଲାଗିଲା ନୂଆ ଆକ୍ବାଗାର୍ଡ - Drinking Water in Railway Station

author img

By ETV Bharat Odisha Team

Published : Apr 13, 2024, 6:27 PM IST

Drinking Water Facility in Railway Station: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ନିଆଗଲା ନୂଆ ନିଷ୍ପତ୍ତି। ସବୁ ରେଳ ଷ୍ଟେସନରେ ମିଳିବ ୨୪ ଘଣ୍ଟିଆ ପିଇବା ପାଣି। ଅଧିକ ପଢ଼ନ୍ତୁ,

ବିଶୁଦ୍ଧ ପାନୀୟ ଜଳ
ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ବର: ରେଳ ଷ୍ଟେସନରେ ଯାତ୍ରୀ ପାଇବେ ବିଶୁଦ୍ଧ ପାନୀୟ ଜଳ । ୨୪ ଘଣ୍ଟିଆ ହେବ ମନିଟରିଂ । ଗ୍ରାଷ୍ମ ପ୍ରଭାବକୁ ନଜରରେ ରଖି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେହିକ୍ରମରେ ଆଜି ରାଜ୍ୟର ସମସ୍ତ ରେଳ ଷ୍ଟେସନରେ ନୂତନ ଆକ୍ବାଗାର୍ଡ ଲଗାଯିବା ସହିତ ପୁରୁଣା ଆରୋକୁ ସଜଡ଼ା ଯାଇଛି । ଯାହାଦ୍ବାରା ଯାତ୍ରୀମାନେ ବିଶୁଦ୍ଧ ଜଳ ସାଙ୍ଗକୁ ଥଣ୍ଡା ପାଣି ମଧ୍ୟ ପାଇ ପାରିବେ ।

ଏନେଇ ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ତଥା ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ସର୍ବଦା ପ୍ରତିବଦ୍ଧ ରହିଥିବା ସୂଚାଉଛି । ଏହି ସକ୍ରିୟ ପଦକ୍ଷେପ ମାଧ୍ୟମରେ ଗ୍ରୀଷ୍ମ ଋତୁରେ ଷ୍ଟେସନ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ସହଜରେ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଏହି ପଦକ୍ଷେପ ଲୋକଙ୍କୁ ସୁବିଧା ଦେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି - Bhubaneswar Foundation Day

ସମ୍ଭାବ୍ୟ ଗ୍ରୀଷ୍ମ ମାସରେ ଏହି ପ୍ରୟାସକୁ ଆହୁରି ଦୃଢ଼ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁଥିରେ ନିମ୍ନଲିଖିତ ବ୍ୟବସ୍ଥା ସାମିଲ ରହିଛି:

*ଉପଲବ୍ଧତା ଏବଂ କାର୍ଯ୍ୟକାରିତା:- ସମସ୍ତ ୱାଟର କୁଲରଗୁଡିକ କାର୍ଯ୍ୟକ୍ଷମ ଏବଂ ଯାତ୍ରୀଙ୍କ ଚାହିଦା ପୂରଣ କରିବାକୁ ଚେଷ୍ଟା କରାଯାଉଛି ।

*ଟ୍ୟାଙ୍କର୍ ନିୟୋଜନ:- ସମ୍ବେଦନଶୀଳ ଷ୍ଟେସନ ମାନଙ୍କରେ ଜଳ ଯୋଗାଣ ପାଇଁ ଆବଶ୍ୟକ ଅନୁଯାୟୀ ୱାଟର ଟ୍ୟାଙ୍କର୍ ନିୟୋଜନ କରାଯିବ ।

*ନିୟମିତ ଯାଞ୍ଚ:- ସମସ୍ତ ପ୍ଲାଟଫର୍ମରେ ଜଳ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଷ୍ଟେସନରେ ନିୟମିତ ଯାଞ୍ଚ କରାଯିବ ।

*ବେସରକାରୀ ସଂସ୍ଥା ତଥା ଏନଜିଓ ଏବଂ କମ୍ୟୁନିଟି ଗ୍ରୁପ୍ ସହିତ ସହଯୋଗ:- ଶୀତଳ ପାନୀୟ ଜଳ ବଣ୍ଟନ ପାଇଁ ବିଶେଷ କରି ମହିଳା ସ୍ୱୟଂ ସହାୟକ ସଂସ୍ଥା ଏନଜିଓ, ସ୍କାଉଟସ୍ ଏବଂ ଗାଇଡ୍ ଏବଂ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ ସକ୍ରିୟ ଭାବେ ସହାୟତା ନିଆଯାଇଛି ।

*ଅଭାବ ପରିସ୍ଥିତିକୁ ସମାଧାନ କରିବା:- ଜଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳରେ ରେଳ କର୍ତ୍ତୃପକ୍ଷ ମ୍ୟୁନିସିପାଲିଟି କର୍ପୋରେସନ୍ / ରାଜ୍ୟ ସରକାରଙ୍କ ସହ ସହଯୋଗ କରୁଛନ୍ତି । ବିକଳ୍ପ ଜଳ ଯୋଗାଣର ସମାଧାନ ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି ।

*24/7 ମନିଟରିଂ:- ଲଗାତାର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ କୌଣସି ଜରୁରୀ ସ୍ଥିତି ପାଇଁ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ରେଳ କର୍ମଚାରୀଙ୍କ ଦ୍ୱାରା ଘଣ୍ଟା ଘଣ୍ଟା ମନିଟରିଂ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.