ETV Bharat / state

ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ ଟ୍ରେନ, 32କିମିକୁ ଖର୍ଚ୍ଚ ହେବ 492 କୋଟି

Train service from Puri to Konark: ଖୁବଶୀଘ୍ର ପୁରୀରୁ କୋଣାର୍କ ଗଡ଼ବ ଟ୍ରେନ । ଏଥିରେ ଯାତ୍ରୀଙ୍କୁ ଭିଷ୍ଟାଡ୍ରୋମ ଟ୍ରେନ ଯାତ୍ରାର ସୁବିଧା ମିଳିବା ସହ ପୁରୀ ଓ କୋଣାର୍କର ଐତିହ୍ୟ ପରମ୍ପରାର ପ୍ରଚାର ପ୍ରସାର ମଧ୍ୟ କରାଯିବ । ଏନେଇ ଖୋଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ ଟ୍ରେନ
ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ ଟ୍ରେନ
author img

By ETV Bharat Odisha Team

Published : Feb 20, 2024, 7:16 PM IST

ପୁରୀରୁ କୋଣାର୍କ ଗଡ଼ିବ ଭିଷ୍ଟାଡୋମ ଟ୍ରେନ

ଭୁବନେଶ୍ବର: ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ଶ୍ରୀକ୍ଷେତ୍ର ପୁରୀରୁ କୋଣାର୍କ ଯାଏଁ 32 କିମି ରେଳ ଲାଇନ ତିଆରି ହେବ । ପୁରୀ - କୋଣାର୍କ ରେଳ ଲାଇନ୍‌ ପାଇଁ 492 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରୁଟ୍‌ ପାଇଁ ଭିଷ୍ଟାଡୋମ୍‌ ଟ୍ରେନ ଚାଲିବ । ଯାହାଫଳରେ ଯାତ୍ରୀମାନେ ଯାତ୍ରା ସମୟରେ ଚାରିପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଏନେଇ ଖୋଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଘୋଷଣା କରିଛନ୍ତି । ଜମି ଅଧିଗ୍ରହଣ ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଦାର୍ଘ ଦିନରୁ ପୁରୀ-କୋଣାର୍କ ଟ୍ରେନ ପାଇଁ ଦାବି ହୋଇଆସୁଥିଲା । ଆଜି ଖୁସିର ସହିତ ଏହା ଘୋଷଣା କରୁଛି । ପୁରୀ-କୋଣାର୍କ ଟ୍ରେନ୍‌ ସେବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । 32 କିମି ଟ୍ରେନ୍‌ ଲାଇନ୍‌ ପାଇଁ ପ୍ରାୟ 492 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରୁଟ୍‌ରେ ଭିଷ୍ଟାଡୋମ ଟ୍ରେନ ଚାଲିବ । ଟ୍ରେନ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସ୍ଥାନ ପାଇବ । ଟ୍ରେନ ଭିତରେ AR-VR ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ ।" ରେଳ ଲାଇନ ପାଇଁ ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ ରେଳମନ୍ତ୍ରୀ । ଏଥିପାଇଁ 215 ହେକ୍ଟର ଜମି ଆବଶ୍ୟକ । ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଛି । 32 କିମି ମଧ୍ୟରେ 4ରୁ 5ଟି ଜାଗାରେ ସ୍ପେଶାଲ ଟୁରିଷ୍ଟ ହବ୍‌ ସ୍ଥାପନ ହେବ । ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଜମି ଦରକାର ।

ଏହା ମଧ୍ୟ ପଢ଼ନ୍ତୁ...ରେଳ ନିଯୁକ୍ତି ସମ୍ପର୍କିତ କ୍ୟାଲେଣ୍ଡର ରିଲିଜ ହେବ: ଅଶ୍ୱିନୀ ବୈଷ୍ଣବ

ଏହି ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଗତ 10 ବର୍ଷ ଭିତରେ 409ଟି ରେଲୱେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ୍‌ କାମ ସରିଛି । 220ଟି ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ଚାଲିଛି । ଅନ୍ୟପଟେ ଓଡ଼ିଶା ପାଇଁ 5,333ଟି ମୋବାଇଲ ଟାୱାର ଅନୁମୋଦନ ହୋଇଛି । ଏଥିପାଇଁ 5,600 କୋଟି ଟଙ୍କାରେ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । 1 ବର୍ଷ ତଳେ ଜାନୁଆରୀ 2023ରେ ଅନୁମୋଦନ ହୋଇଥିଲା ଅର୍ଥ । ଏଥିରୁ 684ଟି ଟାୱାର କାମ ସରିଯାଇଛି । ବହୁତ କମ ଦିନରେ ଟାୱାର ନିର୍ମାଣ କାମ ସରିଛି । 3,112ଟି ଟାୱାର ପାଇଁ କାମ ଆରମ୍ଭ ହୋଇଯାଇଛି । ଯେତେଶୀଘ୍ର ରାଜ୍ୟ ସରକାର ଟାୱାର ପାଇଁ ସାଇଟ୍‌ ବାବଦରେ ସହଯୋଗ କରିବେ, ସେତେ ଶୀଘ୍ର କାମ ସରିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ 5ଟି ଜିଲ୍ଲାରେ 42ଟି ପୋଷ୍ଟ ଅଫିସ ଉଦଘାଟନ ଓ 5ଟି ଡାକ ଟିକେଟ ମଧ୍ୟ ଉନ୍ମୋଚନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.