ETV Bharat / state

ଓଡ଼ିଶାରେ ୨ ନୂଆ ରେଳ ପ୍ରକଳ୍ପ ଘୋଷଣା କଲେ ଅଶ୍ବିନୀ ବୈଷ୍ଣବ

author img

By ETV Bharat Odisha Team

Published : Mar 16, 2024, 6:47 AM IST

Two New Rail Projects In Odisha: ଓଡ଼ିଶାରେ ୨ଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଜଳେଶ୍ୱରରୁ ଚନ୍ଦନେଶ୍ୱର ପର୍ଯ୍ୟନ୍ତ ତିଆରି ହେବେ ୪୨ କିମି ନୂଆ ରେଳ ଲାଇନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଓଡ଼ିଶାରେ ଘୋଷଣା ହେଲା ଆଉ ଦୁଇଟି ନୂଆ ରେଳ ପ୍ରକଳ୍ପ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଟି ନୂଆ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ବହୁ ଦିନରୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ତାହା ହେଉଛି ଜଳେଶ୍ୱର-ଚନ୍ଦନେଶ୍ୱର (42 କିମି) ଏବଂ ଅନ୍ୟଟି ନରସିଂହପୁର-କଣ୍ଟିଲୋ- ଖଣ୍ଡପଡା ଦେଇ ଅନୁଗୋଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି )।

ପ୍ରଥମଟି ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ନୂଆ ଲାଇନ ପ୍ରକଳ୍ପ (42କିମି) ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ l ଏଥିପାଇଁ ସ୍ୱୀକୃତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ l ଏହି ରେଳ ସଂଯୋଗ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନକୁ ସମୃଦ୍ଧ କରାଇବା ସହିତ ମୁଖ୍ୟସ୍ରୋତରେ ସାମିଲ ହେବ l ଜଳେଶ୍ୱର-ଚନ୍ଦନେଶ୍ୱର ରେଳ ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରାଇବ । ଏହାଦ୍ୱାରା ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ । ଏଥିରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଉପକୃତ ହେବେ । ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ମତ୍ସ୍ୟ ଉତ୍ପାଦନାକାରୀ ଏବଂ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନକାରୀମାନେ ମଧ୍ୟ ଏହା ରେଳ ପ୍ରକଳ୍ପରେ ଉପକୃତ ହେବେ ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ, ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା କବଚ ଭାୟାଡକ୍ଟ

ରେଳମନ୍ତ୍ରୀ ନରସିଂହପୁର-କଣ୍ଟିଲୋ- ଖଣ୍ଡପଡା ଦେଇ ଅନୁଗୁଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି )କୁ ସ୍ୱୀକୃତି ଦେଇଛନ୍ତି । କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଟ୍ରେନ ସଂଯୋଗ କରାଯିବ । ପ୍ରାକୃତିକ ପର୍ଯ୍ୟଟନ ଅନ୍ୱେଷଣ ହୋଇନଥିବା ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ରେଳ ସଂଯୋଗ କରାଯିବ । କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ଏକ ବଜାର ସୃଷ୍ଟି ହେବ । ପଣ୍ୟ ପରିବହନ କ୍ଷେତ୍ରରେ କୋଇଲା, ପାୱାର ପ୍ଲାଣ୍ଟ ଓ ପୋର୍ଟ ସହିତ ସଂଯୋଗ କରାଯିବ । ଏହି ପ୍ରସ୍ତାବିତ ରେଳ ଲାଇନ ଚାଲୁରହିଥିବା ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରେ ସଂଯୋଗ ହୋଇ ଖୋର୍ଦ୍ଧା ଟାଉନ -କାଇପଦର ନୂତନ କର୍ଡ ଲାଇନ ରେ ହାଓଡା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ସଂଯୋଗ ହେବ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.