ETV Bharat / state

ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡାରେ ଚଢାଉ, 81 ଗିରଫ - RAID ON MAJOR GAMBLING DEN

ନଗଦ 29 ଲକ୍ଷ 55 ହଜାର ଟଙ୍କା, ୨୫ଟି କାର ଓ ୧୦ରୁ ଅଧିକ ବାଇକ ଜବତ । 81 ଅଭିଯୁକ୍ତଙ୍କୁ ଥାନାକୁ ଆଣି ଜେରା କରୁଛି ପୋଲିସ ।

ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡା ଉପରେ ଚଢାଉ, ୮୦ ଗିରଫ, ୩୦ ଲକ୍ଷ ଜବତ
ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡା ଉପରେ ଚଢାଉ, ୮୦ ଗିରଫ, ୩୦ ଲକ୍ଷ ଜବତ (ETV Bharat odisha)
author img

By ETV Bharat Odisha Team

Published : Nov 24, 2024, 9:25 AM IST

Updated : Nov 24, 2024, 6:46 PM IST

କଟକ/ନୂଆପଡା: ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲାରେ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ । ଏଥିରେ 81ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ 29 ଲକ୍ଷ 55 ହଜାର ଅଧିକ ନଗଦ ଟଙ୍କା ଓ ଏକାଧିକ କାର ଓ ବାଇକ ଜବତ କରାଯାଇଛି । ନୂଆପଡା ଜିଲ୍ଲା ଜୋଙ୍କା ଥାନା ଅନ୍ତର୍ଗତ ଠେଲକୋବେଡା ଗ୍ରାମରେ ଗତକାଲି (ଶନିବାର) ରାତିରେ ଏଭଳି ବଡ଼ ଧରଣର ଚଢ଼ାଉ କରିଥିଲା । ବିପୁଳ ପରିମାଣର ନଗଦ ଟଙ୍କା ,୨୫ଟି କାର ଓ ୧୦ରୁ ଅଧିକ ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • ପୋଲିସ ହାତରେ ଲାଗିଥିଲା ଗୁଇନ୍ଦା ଇନପୁଟ୍‌:-

ଗତ କିଛି ମାସ ହେବ ଠେଲକୋବେଡା ଗ୍ରାମର ଗୋଶାଳା ପାଖରେ ଥିବା ଏକ ଘର ଭିତରେ ବଡଧରଣର ଜୁଆ ଆଡ୍ଡା ଚାକିଥିବା ନେଇ ପୋଲିସ ନିକଟରେ ସୂଚନା ପହଞ୍ଚିଥିଲା । ଗତକାଲି ରାତିରେ ପୋଲିସ ଟିମ ଉକ୍ତ ଆଡ୍ଡାରେ ଅତର୍କିତ ଚଢାଉ କରିଥିଲା । ନୂଆପଡା ଏସପିଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ଫୋର୍ସ ଏହି ଚଢାଉ କରିଥିଲେ । 81 ଜଣଙ୍କୁ ଗିରଫ କରାଯାଇ ଥାନାରେ ରଖାଯାଇଛି । ସେମାନଙ୍କୁ ଜେରା କରାଯାଉଛି । ଆଜି ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ । ଏହା ଏକ ସୀମାନ୍ତ ଏରିଆ ହୋଇଥିବାରୁ ପୋଲିସ ଏହି ମାମଲାରେ ଆନ୍ତରାଜ୍ୟ ଜୁଆଡିଙ୍କ ଭୂମିକାକୁ ମଧ୍ୟ ସନ୍ଦେହ କରୁଛି । ସେହି ଦିଗରୁ ତଦନ୍ତ ଜାରି ରହିଛି ।

ଜୁଆ ଆଡ୍ଡାରେ ଚଢାଉ (ETV Bharat Odisha)

81 ଜୁଆଡି ଗିରଫ:

ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡି କହିଛନ୍ତି, ‘ନୂଆପଡା ଜିଲ୍ଲା ଆଦର୍ଶ ଜୋଙ୍କ ଥାନା ଖରିଆର ରୋଡ଼ ଅଧିନସ୍ଥ ଚାଳମୁଣ୍ଡା ଗାଁର ଏକ ନିଛାଟିଆ ଅଜଣା ସ୍ଥାନରେ ଦୀର୍ଘ ଦିନରୁ ବେଆଇନ ଜୁଆ ଖେଳ ଚାଳି ଆସୁଥିଲା । ଏନେଇ ଖବର ମିଳିବା ପରେ କୋରାପୁଟ, ନୂଆପଡା ପୋଲିସର ମିଳିତ ସ୍ୱତନ୍ତ୍ର ଟିମ ଗଠନ କରି ଚାଳମୁଣ୍ଡା ଗାଁର ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟ ରାତ୍ରିରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ 81 ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ତାଙ୍କଠାରୁ 29 ଲକ୍ଷ 55 ହଜାର ଟଙ୍କା ଜବତ କରିଛି ମିଳିତ ସ୍ୱତନ୍ତ୍ର ପୋଲିସ ଟିମ । ଏହା ସହିତ 81ଜଣ ଜୁଆଡ଼ି ଗିରଫ ହୋଇଛନ୍ତି । ଗିରଫ ଜୁଆଡ଼ି ମାନେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶାର ବୋଲି ଜଣାପଡିଛି । ଛତିଶଗଡ଼ର ରାୟପୁର, ମହାସମୁନ, ଦୁର୍ଗ, ଭେଳାଇ ଅଞ୍ଚଳର ଜୁଆଡ଼ି ସାମିଲ ରହିଛନ୍ତି ।

ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡାରେ ଚଢାଉ, ୮୦ ଗିରଫ, ୩୦ ଲକ୍ଷ ଜବତ
ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡାରେ ଚଢାଉ, ୮୦ ଗିରଫ, ୩୦ ଲକ୍ଷ ଜବତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଅନଲାଇନ ସଟ୍ଟା କାରବାରର ପର୍ଦ୍ଦାଫାସ, ୧୪ ଗିରଫ

ବେଆଇନ କୁକୁଡା ଲଢେଇ ଓ ଜୁଆ ଆଡ୍ଡା ଉପରେ ଚଢାଉ, 36 ଜୁଆଡି ଗିରଫ

ଇଟିଭି ଭାରତ, ନୂଆପଡା ଓ କଟକ

Last Updated : Nov 24, 2024, 6:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.