ETV Bharat / state

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ, ସୁର କହିଲେ 'ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରାହୁଲ'

author img

By ETV Bharat Odisha Team

Published : Feb 6, 2024, 2:42 PM IST

Rahul Gandhi Bharat Joda Nyaya Jatra: ରାଉରକେଲାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ଚଳ ଚଞ୍ଚଳ କଂଗ୍ରେସ ଶିବିର । ସୁର କହିଲେ 2024ରେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପଦରେ ବସିବେ । ଅଧିକ ପଢନ୍ତୁ

କଂଗ୍ରେସ ଯୁବରାଜଙ୍କ ଓଡିଶା ଗସ୍ତ
କଂଗ୍ରେସ ଯୁବରାଜଙ୍କ ଓଡିଶା ଗସ୍ତ
କଂଗ୍ରେସ ଯୁବରାଜଙ୍କ ଓଡିଶା ଗସ୍ତ

ରାଉରକେଲା: ଆଜି ଓଡ଼ିଶା ଆସିବେ କଂଗ୍ରେସ ନେତା ତଥା କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି । ଏନେଇ ଚଳଚଞ୍ଚଳ କଂଗ୍ରେସ ଶିବିର । ପଶ୍ଚିମ ଓଡିଶା ସହ ସମ୍ପୂର୍ଣ୍ଣ ଓଡିଶା ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ବର୍ତ୍ତମାନ ପ୍ରସ୍ତୁତ ରାଉରକେଲା ସହର ଏବଂ କଂଗ୍ରେସ ନେତା । ଏନେଇ ରାଜ୍ୟ କଂଗ୍ରେସର ନେତାମାନେ ସୁନ୍ଦରଗଡରେ ଡେରା ପକାଇଥିବା ବେଳେ ରାସ୍ତାଘାଟରେ ଉଡୁଛି କଂଗ୍ରେସ ପତାକା । ରାଉରକେଲା ସହରର ଛକ ଛକରେ ରାହୁଲ ଗାନ୍ଧିଙ୍କ ପୋଷ୍ଟର ସହ କଂଗ୍ରେସ ପତାକା ଲଗାଇ ରାସ୍ତାଘାଟକୁ ସୁସଜ୍ଜିତ କରାଯାଇଛି ।

ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଣିପୁରରୁ ବାହାରିଥିବା 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପ୍ରବେଶ କରିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧିଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଏହି ନ୍ୟାୟ ଯାତ୍ରା ଆଗକୁ ବଢ଼ିବ । ତେବେ ପୂର୍ବରୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରେ ରାହୁଲ ଗାନ୍ଧିଙ୍କ ଓଡିଶା ଆଗମନକୁ ନେଇ ରାଜ୍ୟ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ସହ ରାଉରକେଲା ସହରରେ କଂଗ୍ରେସ ନେତାଙ୍କ ଡେରା ଜମିଛି ।

ସୁନ୍ଦରଗଡ଼ରେ କଂଗ୍ରେସ ନେତାଙ୍କ ଡେରା: ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସ ଟିମ୍ ରାଉରକେଲାରେ ପହଞ୍ଚି ସାରିଛନ୍ତି । ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ପିସିସି ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସହ ପିସିସି, ବିଧାୟକ ସୁର ରାଉତରାୟ, ସନ୍ତୋଷ ସାଲୁଜ ସହ ବହୁ ନେତା ଏବଂ କର୍ମୀ ରାଉରକେଲା ଆସି ପହଞ୍ଚିଛନ୍ତି ।

ରାହୁଲଙ୍କ କାର୍ଯ୍ୟକ୍ରମ: ଉପକୂଳ ଓଡ଼ିଶାରେ ମଲ୍ଲିକର୍ଜୁନ ଖଡ଼ଗେ ନିର୍ବାଚନ ବିଗୁଲ ବଜାଇ ସାରିଥିବା ବେଳେ ବର୍ତ୍ତମାନ ପଶ୍ଚିମ ଓଡିଶାରେ ନିର୍ବାଚନ ବିଗୁଲ ଆଜିଠାରୁ ଆରମ୍ଭ କରିବେ ରାହୁଲ । ଦିନ ସାଢ଼େ ୨ଟାରେ ରାହୁଲଙ୍କ ଯାତ୍ରା ଝାଡ଼ଖଣ୍ଡ- ଓଡ଼ିଶା ସୀମାରେ ପହଞ୍ଚିବା ବାସଜୋଲଠାରୁ ୪୨କି.ମି ଦୂର ଅତିକ୍ରମ କରି ପ୍ରାୟ 4ଟା ସମୟରେ ଓଡ଼ିଶାର ବୀରମିତ୍ରପୁରଠାରେ ପହଞ୍ଚିବ । ସେଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି କର୍ମକର୍ତ୍ତା ତାଙ୍କୁ ସ୍ବାଗତ କରିବା ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯିବ ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି । ରାହୁଲଙ୍କ ଏହି ଗସ୍ତ ନେଇ ଦଳୀୟ କର୍ମକର୍ଷାଙ୍କଠାରୁ ଆରମ୍ଭ କରି ଜନସାଧାରଣ ବେଶ୍ ଉତ୍ସାହିତ ।

ଏହା ମଧ୍ୟ ପଢନ୍ତୁ: ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ; କିଛି ପ୍ରଭାବ ପଡିବନି କହିଲା ବିଜେପି-ବିଜେଡି

ସୁର ରାଉତରାୟଙ୍କ ପ୍ରତିକ୍ରିୟା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଗସ୍ତକୁ ନେଇ ବିଧାୟକ ସୁର ରାଉତରାୟ କଗିଛନ୍ତି, "ରାହୁଲଙ୍କ ଆଗମନକୁ ନେଇ କଂଗ୍ରେସ ଉତ୍ସାହିତ ରହିଛି କଂଗ୍ରେସ । ଆଜି ଓଡିଶା ମାଟିରେ ତାଙ୍କର ପାଦ ପଡିବ । ଏଥର କଂଗ୍ରେସ ନିଶ୍ଚିତ ବିଜୟ ଲାଭ କରିବ ଏବଂ ଶଙ୍ଖ- ପଦ୍ମ କୁ ସମ୍ପୂର୍ଣ୍ଣ ସଫା କରାଯିବ । 2024ରେ ଶରତ ମୁଖ୍ୟମନ୍ତ୍ରୀ ଏବଂ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ।"

ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା: ରାଉରକେଲା ଆସି କର୍ମୀ ଏବଂ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ଏବଂ ବହୁ ସଂଖ୍ୟାରେ ଲୋକେ ମଧ୍ୟ ଏଥିରେ ଯୋଗ ଦେବେ ବୋଲି କହିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ସେ କହିଛନ୍ତି, " କଂଗ୍ରେସ ପକ୍ଷରୁ ଦେଶର ଜନସାଧାରଣଙ୍କୁ ନ୍ୟାୟ ଓ ଅଧିକାର ପ୍ରଦାନ ସହ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଏହି ଲଢ଼େଇ ଜାରି ରହିବା ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡି ସରକାରକୁ ହଟାଇ କଂଗ୍ରେସ ଦେଶ ତଥା ରାଜ୍ୟରେ ସରକାର ଗଠନ କରିବା ମୂଳ ଲକ୍ଷ୍ୟ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.