ETV Bharat / state

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ; କିଛି ପ୍ରଭାବ ପଡିବନି କହିଲା ବିଜେପି-ବିଜେଡି - ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ

Bharat Jodo Nyay Yatra: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ସୁନ୍ଦରଗଡରେ ରାହୁଲଙ୍କୁ କରାଯିବ ସ୍ବାଗତ । ଅଧିକ ପଢନ୍ତୁ

ଭାରତ ଯୋଡ ନ୍ୟାୟ ଯାତ୍ରା
Rahul Gandhi
author img

By ETV Bharat Odisha Team

Published : Feb 6, 2024, 7:31 AM IST

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରୁ ବାହାରିଥିବା 'ଭାରତ ଯୋଡ ନ୍ୟାୟ ଯାତ୍ରା' ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପ୍ରବେଶ କରିବ । ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯିବ । ସୁନ୍ଦରଗଡ଼ ଓ ଝାରସୁଗୁଡା ଦେଇ ଏହି ନ୍ୟାୟ ଯାତ୍ରା ଆଗକୁ ବଢ଼ିବ । ଏଥିପାଇଁ ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ । ଅନ୍ୟପଟେ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ବିଚଳିତ ନଥିବା କହିଛନ୍ତି ଉଭୟ ବିଜେଡି ଓ ବିଜେପି ।

ଆଜିର କାର୍ଯ୍ୟକ୍ରମ: ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସୁନ୍ଦରଗଡର ବୀରମିତ୍ରପୁରରେ ପହଞ୍ଚିବ । ଏଥିପାଇଁ ସୁନ୍ଦରଗଡ ଓ ଝାରସୁଗୁଡାରେ ପ୍ରସ୍ତୁତି ଚୂଡାନ୍ତ କରିଛି କଂଗ୍ରେସ । ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସଫଳ କରିବାକୁ ଚେଷ୍ଟା କରୁଛି ଦଳ । ରାହୁଲ ବୀରମିତ୍ରପୁରଠାରେ ପଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ । ସେଠାରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ପତାକା ସମସ୍ତଙ୍କୁ ଦିଆଯିବ । ଏହାପରେ ସେଠାରୁ 11 କିଲୋମିଟର ଯାତ୍ରା କରି ବିଜାବାହାଲଠାରେ ପହଞ୍ଚି ରାତ୍ରିଯାପନ କରିବେ ରାହୁଲ ।

ଏହା ମଧ୍ୟ ପଢନ୍ତୁ-‘ଆସନ୍ତାକାଲି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ୟାତ୍ରା’

ଆସନ୍ତାକାଲିର କାର୍ଯ୍ୟକ୍ରମ: ପର ଦିନ ସକାଳରେ ରାଉରକେଲା ଉଦିନଗରରୁ ଯାତ୍ରା ଆରମ୍ଭ ହୋଇ ପାନପୋଷ ଛକଠାରେ ପହଞ୍ଚିବା ପରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ରାହୁଲ । ପରେ ବିର୍ସାମୁଣ୍ଡା ପଡିଆରେ କଂଗ୍ରେସ ସାଂସଦ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି । ଅପରାହ୍ନ 2ଟାରେ ରାଜଗାଙ୍ଗପୁର ଅଭିମୁଖେ ଯାତ୍ରା କରିବେ । ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ରାହୁଲ କୁଟ୍ରା ଅଭିମୁଖେ ବାହାରି ବଡ଼ଗାଁଓରେ କିଛି ସମୟ ରହିବେ । 4ଟା 30 ବେଳେ ସୁନ୍ଦରଗଡ ବସଷ୍ଟାଣ୍ଡରୁ ପଦଯାତ୍ରାରେ ବାହାରି ଏସବିଆଇ ଛକ ଦେଇ ଝାରସୁଗୁଡା ଅମିଲିପାଲିରେ ରାତ୍ରିଯାପନ କରିବେ ।

ଫେବୃଆରୀ 8ରେ କାର୍ଯ୍ୟକ୍ରମ: ଗୁରୁବାର ସକାଳ ସମୟରେ ରାହୁଲ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକରୁ ପଦଯାତ୍ରାରେ ବାହାରି ବେହେରା ମାଳରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ଗୋବିନ୍ଦପୁର ମଧୁବନ ଢ଼ାବାରେ କିଛି ସମୟ ଅବସ୍ଥାନ କରିବେ । ସେହିଠାରୁ ଯାଇ କୁରେଇମଲରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । ପରେ ଅପରାହ୍ନ 2ଟାରେ କନକତୋରାରୁ ବାହାରି ଓଡ଼ିଶା ଛାଡି ଛତିଶଗଡରେ ପ୍ରବେଶ କରିବେ ।

ରାହୁଲଙ୍କ ଗସ୍ତକୁ ନେଇ ମନ୍ତ୍ରୀ ତଥା ରାଉଲକେଲା ବିଧାୟକ ସାରଦା ନାୟକ କହିଛନ୍ତି, ''ରାହୁଲ ଗାନ୍ଧୀଙ୍କ ଗସ୍ତର ପ୍ରଭାବ ପଡିବ ନା ନାହିଁ ସମୟ କହିବ । ରାଉଲକେଲା ନୂଆ ପରିଚୟ ପାଇଛି । ଏହାର ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । କେହି ପଦଯାତ୍ରା କଲେ କି କ'ଣ କଲେ କିଛି ପ୍ରଭାବ ପଡିବ ନାହିଁ ।''

ସେହିପରି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, ''କେବଳ ସୁନ୍ଦରଗଡ ନୁହେଁ ରାହୁଲ ଗାନ୍ଧୀ ଦେଶର ବହୁ ରାଜ୍ୟ ବୁଲିକି ଆସିଲେଣି । ସୁନ୍ଦରଗଡ ପ୍ରଥମ ଥର ଆସୁଛନ୍ତି, ଠିକ ଅଛି । କିନ୍ତୁ ତାଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ । କାରଣ କଂଗ୍ରେସକୁ ସମସ୍ତେ ଭୁଲି ସାରିଲେଣି । କଂଗ୍ରେସର ଶାସନକୁ ଆମ ପୂର୍ବ ପୁରୁଷ ଦେଖି ଆସିଛନ୍ତି । ଆଉ ଏବେ ଯେଉଁ ଶାସନ ଅଛି ତାକୁ ଦେଖିଲା ବେଳକୁ ଆମ ବରିଷ୍ଠମାନେ ତୁଳନା କରୁଛନ୍ତି । ମୋଦିଙ୍କ ଶାସନକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରାମଲାଲାଙ୍କୁ ୫୦୦ ବର୍ଷ ପରେ ଘର ମିଳିଛି । ତାହା ସାରା ବିଶ୍ୱ ଦେଖିଲା । ଭାରତବାସୀ ଆଶୀର୍ବାଦ ଦେବା ସହ ଧନ୍ୟବାଦ ଦେଇଛନ୍ତି । ରାହୁଲ ପଦଯାତ୍ରା କି ନ୍ୟାୟ ଯାତ୍ରା କରନ୍ତୁ, କିଛି କାମ ଦେବନି । ଯିଏ କାମ କରନ୍ତି ସୁନ୍ଦରଗଡ଼ବାସୀ ତାଙ୍କୁ ଦେଖନ୍ତି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.