ETV Bharat / state

ଘଟିବ କି 119 ବର୍ଷର ଅପେକ୍ଷାର ଅନ୍ତ: ଜଗାର ବିରଳ ରଘୁନାଥ ବେଶ ଦେଖିବାକୁ ଚାହିଁ ବସିଛି ଜଗତ, କାହିଁକି ସ୍ବତନ୍ତ୍ର ଏହି ବେଶ ? - Lord Jagannath Raghunath Besha

author img

By ETV Bharat Odisha Team

Published : Aug 4, 2024, 5:17 PM IST

Updated : Aug 4, 2024, 5:26 PM IST

Raghunath Besha of Lord Jagannath: ଆଜକୁ ୧୧୯ ବର୍ଷ ତଳେ, ଶେଷ ଥର ମହାପ୍ରଭୁଙ୍କ ଅତି ଦୁର୍ଲ୍ଲଭ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶରେ ଶ୍ରୀଜଗନ୍ନାଥ ଧନୁ ତୀର ଧାରଣ ସହ ଶ୍ରୀରାମଙ୍କ ବେଶରେ ଦର୍ଶନ ଦିଅନ୍ତି । ମହଣ ମହଣ ରତ୍ନଅଳଙ୍କାରରେ ଆଭୂଷିତ ହୁଅନ୍ତି ମହାପ୍ରଭୁ । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ବିଭିନ୍ନ କାରଣରୁ ଏକ ଶତାବ୍ଦୀରୁ ଅଧିକ ସମୟ ହେଲା ଏହି ଦୁର୍ଲ୍ଲଭ ବେଶ ହୋଇପାରିନି । କ'ଣ ଏହାର କାରଣ ? କାହିଁକି ଏହି ବେଶ ଅତି ଦୁର୍ଲ୍ଲଭ ? ପଢନ୍ତୁ ପୁରା ଖବର

୧୧୯ ବର୍ଷ ହେଲା ବନ୍ଦ ରଘୁନାଥ ବେଶ
୧୧୯ ବର୍ଷ ହେଲା ବନ୍ଦ ରଘୁନାଥ ବେଶ (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ରଘୁନାଥ ବେଶ, ନିକଟରେ ରାଜ୍ୟରେ ରତ୍ନଭଣ୍ଡାର ପ୍ରସଙ୍ଗ ଚର୍ଚ୍ଚାକୁ ଆସିବା ଦିନରୁ ଶତାବ୍ଦୀ ଧରି ବନ୍ଦ ଥିବା ଏହି ବେଶ ମଧ୍ୟ ହଠାତ୍ ଚର୍ଚ୍ଚାକୁ ଆସିଥିଲା । ଆଜକୁ ୧୧୯ ବର୍ଷ ତଳେ ୧୯୦୫ ମସିହାରେ ଶେଷ ଥର ପାଇଁ ଶ୍ରୀମନ୍ଦିରରେ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ବହୁ ନୀତିକାନ୍ତି ଓ ବେଶ ମଧ୍ୟରୁ ଏହି ବେଶ ନୀତି ସବୁଠୁ ଦୁର୍ଲ୍ଲଭ । ଏହି ବେଶରେ ଶ୍ରୀବିଗ୍ରହମାନେ ମହଣ ମହଣ ସୁବର୍ଣ୍ଣ, ରୌପ୍ୟ, ରତ୍ନ, ମଣି ମାଣିକ୍ୟାଦିରେ ନିର୍ମିତ ଅଳଙ୍କାର ଆଭୂଷିତ ହୋଇଥାନ୍ତି । ହେଲେ ଶହେ ବର୍ଷରୁ ଅଧିକ ହେଲାଣି ଆଉ ଏହି ବେଶ ହୋଇପାରି ନାହିଁ । ଏହାର ପ୍ରମୁଖ କାରଣ ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କ ଆନ୍ତରିକତା ଓ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ । ହେଲେ ଏବେ ରତ୍ନଭଣ୍ଡାର ଖୋଲିବା ପରେ ଜନମାନସରୁ ହଜିଯିବାକୁ ବସିଥିବା ଏହି ଅତି ଦୁର୍ଲ୍ଲଭ ବେଶ ପାଇଁ ସ୍ବର ଉଠିଛି ।

ରଘୁନାଥ ବେଶ (ETV Bharat Odisha)

୧୧୯ ବର୍ଷ ହେଲା ବନ୍ଦ ରଘୁନାଥ ବେଶ:

ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମ ତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହେଲେ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ହୋଇଥାଏ । ଇତିମଧ୍ୟରେ ଅନେକ ଥର ଏହି ତିଥି ଗଲାଣି କିନ୍ତୁ ଗତ ୧୧୯ ବର୍ଷ ହେବ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ତତ୍କାଳୀନ ଗଜପତି ମହାରାଜା ହୁଅନ୍ତୁ ଅବା ଦେଶ ସ୍ଵାଧୀନ ହେବା ପରେ ଆସିଥିବା ରାଜ୍ୟ ସରକାରମାନେ ମଧ୍ୟ ମହାପ୍ରଭୁଙ୍କ ଏହି ବେଶ ଆୟୋଜନ ନେଇ କେବେ ଆଗ୍ରହ ପ୍ରକାଶ କରିନାହାନ୍ତି ।

ସୁନାରେ ସଜେଇ ହୁଅନ୍ତି ଶ୍ରୀକ୍ଷେତ୍ର ସାଆନ୍ତ:

ରଘୁନାଥ ବେଶ ମହାପ୍ରଭୁଙ୍କର ସବୁଠୁ ବଡ଼ ପ୍ରମୁଖ ବେଶ ଓ ଏଥିରେ ସୁବର୍ଣ୍ଣର ମୂର୍ତ୍ତି ସବୁ ପୂଜା ପାଆନ୍ତି । ସବୁଠୁ ଅଧିକ ସୁବର୍ଣ୍ଣ ଅଳଙ୍କାରରେ ଠାକୁର ସଜେଇ ହୋଇଥାନ୍ତି । ଏହି ଅଳଙ୍କାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥାଏ । ଏବେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି । ଖୁବ୍‌ଶୀଘ୍ର ଅଳଙ୍କାର ଗଣତି ଓ ମଣତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ଏଭଳି ସ୍ଥିତିରେ ସ୍ଥାନାନ୍ତର ହୋଇଥିବା ଅଳଙ୍କାରରେ ରଘୁନାଥ ବେଶ ଅଳଙ୍କାରର ତାଲିକାଭୁକ୍ତ କରି ବେଶ କରିବା ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉ ବୋଲି ଭକ୍ତ, ସେବାୟତ ଓ ଗବେଷକମାନେ ମତ ଦେଇଛନ୍ତି ।

ଶ୍ରୀରାମ ବେଶରେ ଦର୍ଶନ ଦିଅନ୍ତି ଜଗନ୍ନାଥ:

ରଘୁନାଥ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାମଚନ୍ଦ୍ର ଏବଂ ଶ୍ରୀବଳଭଦ୍ର ଲକ୍ଷ୍ମଣ ବେଶରେ ଦର୍ଶନ ଦେଇଥାନ୍ତି । ଜଗନ୍ନାଥଙ୍କୁ ଦୁଇ ହାତରେ ଧନୁ ଓ ଶର ଧାରଣ ସହିତ ବାଲା, ବାଜୁ ଆଦି ଅଳଙ୍କାର ପିନ୍ଧାଇ ସଜ୍ଜିତ କରାଯାଏ । ବଳଭଦ୍ର ମଧ୍ୟ ଧନୁ ତୀର ଧାରଣ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ବାମ ପାର୍ଶ୍ଵରେ ଭରତ, ଶତ୍ରୁଘ୍ନ ଆଦି ଦଣ୍ଡାୟମାନ ହୋଇଥାନ୍ତି । ଜଗନ୍ନାଥଙ୍କ କୋଳରେ ଜଗତ ଜନନୀ ମା’ ଲକ୍ଷ୍ମୀ ସୀତା ରୂପରେ ଅବସ୍ଥାନ କରିଥାନ୍ତି । ସମ୍ମୁଖ ଭାଗରେ ସଙ୍କଟମୋଚନ ହନୁମାନ ଜୋଡ଼ହସ୍ତରେ ବସିଥାନ୍ତି । ମା’ ସୁଭଦ୍ରା ଯୋଗମାୟା ରୂପରେ ବିଭିନ୍ନ ରତ୍ନ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି ।

କେଉଁ ଅଳଙ୍କାର ଆଭୂଷିତ ହୁଅନ୍ତି ମହାବାହୁ:

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୁବର୍ଣ୍ଣ ଶ୍ରୀପୟର, ଶ୍ରୀହସ୍ତ ଯୁକ୍ତ କରାଯାଇ ମୁଖ ପଦ୍ମ, କିରୀଟ, ସୂର୍ଯ୍ୟ, ଚନ୍ଦ୍ର, କଣ୍ଠ କୁଣ୍ଡଳ, ଆଡ଼କାନି, ତିଳକ, ଅଳକା, ଓଡ଼ିଆଣୀ, ଝୋବାକଣ୍ଠି, ଘାଘଡ଼ା ମାଳି, ହରିଡ଼ା ମାଳି, କଦମ୍ବ ମାଳି, ବାଘନଖି ମାଳି, ବାହାଡ଼ା ମାଳି, ତାବିଜ ମାଳି ଆଦି ସୃଷ୍ଠି ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି ।

ରଘୁନାଥ ବେଶରେ ପୂଜା ପାଆନ୍ତି ସୁବର୍ଣ୍ଣ ମୂର୍ତ୍ତି:

ରଘୁନାଥ ବେଶ ସଜ୍ଜା ସର୍ବବୃହତ ହୋଇଥିବାରୁ ରତ୍ନ ସିଂହାସନଠାରୁ କଳାହାଟ ଦ୍ଵାର ଯାଏ କାଠପଟାରେ ଅସ୍ଥାୟୀ ସିଂହାସନ ନିର୍ମାଣ କରାଯାଇଥାଏ । ଏହି ସିଂହାସନରେ ଚାମରଧାରୀ ଅଙ୍ଗଦ, ଜୋଡ଼ହସ୍ତ ସୁଗ୍ରୀବ, ଜାମ୍ବବାନ, ବିଭୀଷଣ, ନଳ, ନୀଳ, ସୁଷେଣ, ଗବୟ, ଗବକ୍ଷ ଆଦି ବାନର ସେନା ଦଣ୍ଡାୟମାନ ହୋଇଥାନ୍ତି । ଏହି ବେଶରେ ରତ୍ନସିଂହାସନଠାରୁ କଳାହାଟ ଦ୍ଵାର ଭିତରେ ୩୧ ଜଣ ଦେବଦେବୀଙ୍କ ସୁବର୍ଣ୍ଣ ପ୍ରତିମା ପୂଜା ପାଆନ୍ତି । ଏମାନେ ହେଲେ ଭରତ, ବିଭୀଷଣ, ସୁଷେଣ, ଦଧିମୁଖ, ନଳ, ଜାମ୍ବବାନ, ଶତ୍ରୁଘ୍ନ, ସୁଗ୍ରୀବ, ଅଙ୍ଗଦ, ବାୟୁମୁଖ, ହନୁମାନ, ନୀଳ, ନାରଦ, ଇନ୍ଦ୍ର, ବ୍ରହ୍ମା, କୁବେର, ନୈରୁତ, ବଶିଷ୍ଠ, ବାମଦେବ, ଜାବାଳି, କାଶ୍ୟପ, କାତ୍ୟାୟନ, ସୁଯଜ୍ଞ, ଗୌତମ, ବିଜୟ, ବାୟୁ ଦେବତା, ଗବୟ, ଋଷଭ, ଦ୍ବିବିଧ, ନିୟୁଦ ଓ ସୁମନ୍ତ ।

୧୧୯ ବର୍ଷ ହେଲା ବନ୍ଦ ରଘୁନାଥ ବେଶ: ଖୋଲିଛି ରତ୍ନଭଣ୍ଡାର, ଜଗାର ଏହି ଅତି ଦୁର୍ଲ୍ଲଭ ବେଶ ଦେଖିବେ କି ଭକ୍ତ ?
୧୧୯ ବର୍ଷ ହେଲା ବନ୍ଦ ରଘୁନାଥ ବେଶ: ଖୋଲିଛି ରତ୍ନଭଣ୍ଡାର, ଜଗାର ଏହି ଅତି ଦୁର୍ଲ୍ଲଭ ବେଶ ଦେଖିବେ କି ଭକ୍ତ ? (@SJTA_Puri)

୫୦୦ ବର୍ଷରେ ୯ ଥର ହୋଇଛି ରଘୁନାଥ ବେଶ:

ଶ୍ରୀମନ୍ଦିର ରେକର୍ଡ ଏବଂ ଉତ୍କଳ ଦୀପିକା ପ୍ରକାଶନ ଅନୁସାରେ, ଗତ ୫୦୦ ବର୍ଷ ମଧ୍ୟରେ ୯ ଥର ଏହି ରଘୁନାଥ ବେଶ ଅନୁଷ୍ଠିତ ହୋଇଛି( ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩, ୧୮୯୬ ଏବଂ ୧୯୦୫) । ଏହି ବେଶ ପ୍ରଥମ ଥର ୧୫୭୭ ମସିହାରେ ହୋଇଥିଲା । ଶେଷ ଥର ୧୯୦୫ ମସିହା ମେ' ୪ ତାରିଖରେ ମହାପ୍ରଭୁ ଏହି ରଘୁନାଥ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହା ପରଠାରୁ ଆଉ ମହାପ୍ରଭୁଙ୍କ ଏହି ବେଶ କରାଯାଇନି ।

  • ୫୦୦ ବର୍ଷ ମଧ୍ୟରେ ୯ ଥର ରଘୁନାଥ ବେଶ
  • ୧୫୭୭ ମସିହାରେ ପ୍ରଥମ ଥର
  • ୧୭୩୯ ମସିହରେ ଦ୍ବିତୀୟ ଥର
  • ୧୮୦୯ ମସିହାରେ ତୃତୀୟ ଥର
  • ୧୮୩୩ ମସିହାରେ ଚତୁର୍ଥ ଥର
  • ୧୮୪୨ ମସିହାରେ ପଞ୍ଚମ ଥର
  • ୧୮୫୦ ମସିହା ଷଷ୍ଠ ଥର
  • ୧୮୯୩ ମସିହ ସପ୍ତମ ଥର
  • ୧୮୯୬ ଅଷ୍ଟମ ଥର
  • ୧୯୦୫ ଶେଷ ଥର

୧୯୮୩ରେ ରଘୁନାଥ ବେଶ ପାଇଁ ପ୍ରଚେଷ୍ଟା:

ରଘୁନାଥ ବେଶ ପାଇଁ ୧୯୮୩ ମସିହାରେ ପ୍ରଚେଷ୍ଟା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ । ମାତ୍ର ଏହା ବିଫଳ ହୋଇଥିଲା । ୧୯୬୯ ନଭେମ୍ବର ୧୭ରେ ବାବା ଜଗତାନନ୍ଦ ଦାସ ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ନିବେଦନ କରିଥିଲେ । କିନ୍ତୁ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ, ଆବଶ୍ୟକୀୟ ଅର୍ଥ ଏବଂ ଅଳଙ୍କାର ଯୋଗାଡ ନ ହୋଇପାରିବା ଯୋଗୁଁ ବେଶ ଅନୁଷ୍ଠିତ ପାରିନଥିଲା ।

ଘଟିବ କି 119 ବର୍ଷର ଅପେକ୍ଷାର ଅନ୍ତ
ଘଟିବ କି 119 ବର୍ଷର ଅପେକ୍ଷାର ଅନ୍ତ (@SJTA_Puri)

୧୦୦ ବର୍ଷ ପରେ ରଘୁନାଥ ବେଶ ପାଇଁ ଦାବି:

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, ''ମହାପ୍ରଭୁଙ୍କ ବର୍ଷକରେ ମୋଟ ୩୨ ବେଶ ଅନୁଷ୍ଠିତ ହେଇଥାଏ । ଯେଉଁ ବର୍ଷ ତିଥି ଅନୁଯାୟୀ ପଞ୍ଚୁକ ୬ ଦିନ ପଡ଼ିଥାଏ ସେହି ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓ ରାମାଭିଷକ ନିତି ପୁଷ୍ୟା ନକ୍ଷତ୍ର ଯୁକ୍ତ ହୋଇଥିଲେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେଇଥାଏ । ଶ୍ରୀମନ୍ଦିରରେ ଠାକୁରଙ୍କର ଏହି ଦୁର୍ଲ୍ଲଭ ରଘୁନାଥ ବେଶ ସମୁଦାୟ ୯ ଥର ହୋଇଛି । ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ପଡ଼ିବ କାରଣ ମହାପ୍ରଭୁଙ୍କ ଏହି ବେଶ ସାମଗ୍ରୀ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି । ତେବେ ରାଜ୍ୟ ସରକାର ଚାହିଁଲେ ସେବାୟତଙ୍କ ସହଯୋଗରେ ରଘୁନାଥ ବେଶ ଅୟୋଜନ କରିହେବ । ଏହା ଫଳରେ ଦୀର୍ଘ ବର୍ଷ ପରେ ଏହି ବେଶ ଦର୍ଶନ ଭକ୍ତ ପାଇପାରିବେ । ମହାପ୍ରଭୁଙ୍କ ପରମ୍ପରା ମଧ୍ୟ ଉଜ୍ଜୀବିତ ହୋଇ ରହିବ ।'' ଏବେ ଯେହେତୁ ଭିତର ରତ୍ନଭଣ୍ଡାର ଖୋଲାଯାଇଛି, ତେଣୁ ଏହି ବେଶ ଅଳଙ୍କାରକୁ ଅଣାଯାଇ ମହାପ୍ରଭୁଙ୍କ ଦୁର୍ଲ୍ଲଭ ରଘୁନାଥ ବେଶ କରାଯିବା ନେଇ ରାଜ୍ୟ ସରକାର ପ୍ରୟାସ କରିବାକୁ ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି ।

ଘଟିବ କି 119 ବର୍ଷର ଅପେକ୍ଷାର ଅନ୍ତ: ଜଗାର ବିରଳ ରଘୁନାଥ ବେଶ ଦେଖିବାକୁ ଚାହିଁ ବସିଛି ଜଗତ
ଘଟିବ କି 119 ବର୍ଷର ଅପେକ୍ଷାର ଅନ୍ତ: ଜଗାର ବିରଳ ରଘୁନାଥ ବେଶ ଦେଖିବାକୁ ଚାହିଁ ବସିଛି ଜଗତ (@SJTA_Puri)

ଇଚ୍ଛାଶକ୍ତିର ଅଭାବରୁ ହୋଇପାରୁନି ରଘୁନାଥ ବେଶ:

ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ''ରଘୁନାଥ ବେଶ ଜଗତର ମଙ୍ଗଳ ପାଇଁ ଅନୁଷ୍ଠିତ ହୋଇଥାଏ । ଏଣୁ ନୂଆ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଆୟୋଜନ ନେଇ ପ୍ରୟାସ କରନ୍ତୁ। ଏହି ଐତିହାସିକ ବେଶ ଅନୁଷ୍ଠିତ ହେବା ଦରକାର । ନହେଲେ ଏହା ଇତିହାସ ହୋଇ ରହିଯିବ । ବହୁ ଅଭିଜ୍ଞ ଅଧିକାରୀ ରହିଛନ୍ତି । ସେମାନଙ୍କୁ ଏହି ବେଶ ଆୟୋଜନ ନେଇ ଦାୟିତ୍ଵ ଦିଆଗଲେ ନିଶ୍ଚିତ ମହାପ୍ରଭୁଙ୍କ ରଘୁନାଥ ବେଶ ଅୟୋଜନ ହୋଇପାରିବ ।''

ମୁଖ୍ୟ ବାଡଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାପ୍ରଭୁଙ୍କ ରଘୁନାଥ ବେଶ ଅଳଙ୍କାର ଭିତର ରତ୍ନ ଭଣ୍ଡାରରେ ରହିଛି । ସେଥିରେ ମହାପ୍ରଭୁଙ୍କ ବେଶ କରାଯାଉ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ହେଉଛନ୍ତି ସିଂହାରୀ ସେବକ । ଏହି ସେବକମାନେ ମହାପ୍ରଭୁଙ୍କ ବେଶ କରିଥାଆନ୍ତି । ଏଣୁ ସିଂହାରୀ ସେବକମାନଙ୍କ ସହ ସରକାର ଓ ପ୍ରଶାସନ ଆଲୋଚନା କରି ରଘୁନାଥ ବେଶ କରାଯାଉ । ସେବାୟତଙ୍କ ଅନେକ ପିଢ଼ି ଗଲେଣି । ହେଲେ ମହାପ୍ରଭୁଙ୍କର ନୀତିକାନ୍ତି, ପର୍ବପର୍ବାଣୀ, ପରମ୍ପରା ଜାରି ରହିଛି । ଏଣୁ ରାଜ୍ୟ ସରକାର ଚାହିଁଲେ ସେବାୟତଙ୍କ ସହ ଆଲୋଚୋନା କରି ରଘୁନାଥ ବେଶ ଅୟୋଜନ କରିପାରିବେ । ପୂର୍ବ ବିଜେଡି ସରକାର ଦୀର୍ଘ ୨୫ ବର୍ଷ ଶାସନ ଦାୟିତ୍ବରେ ଥିଲେ । ହେଲେ ଇଚ୍ଛାଶକ୍ତି ଅଭାବରୁ ଏହି ବେଶ ଅନୁଷ୍ଠିତ ହୋଇପାରିଲା ନାହିଁ । ତେବେ ବିଜେପି ସରକାର ଆସିଥିବା ବେଳେ ନୂଆ ମୂଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ପରମ୍ପରାକୁ ବଜାୟ ରଖିବା ପାଇଁ ରଘୁନାଥ ବେଶ ଅୟୋଜନ ପାଇଁ ପ୍ରୟାସ ଆରମ୍ଭ କରନ୍ତୁ ।''

ଇଟିଭି ଭାରତ, ପୁରୀ

Last Updated : Aug 4, 2024, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.