ETV Bharat / state

ସହରାଞ୍ଚଳରେ ଅଧିକ କୁକୁର କାମୁଡ଼ା ରୋଗୀ, ଭୁବନେଶ୍ୱରକୁ ଜଳାନ୍ତକ ମୁକ୍ତ କରିବାକୁ ପ୍ରସ୍ତାବ - Bhubaneswar News

Rabies Free Bhubaneswar: କ୍ୟାପିଟାଲ ହସ୍ପିଟାଲରେ ୧୦ ପ୍ରତିଶତ ବୃଦ୍ଧି ପାଇଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ଦୈନିକ ଭାବରେ ୨୦୦-୨୫୦ ଜଣ କୁକୁର କାମୁଡ଼ା ରୋଗୀ ହସ୍ପିଟାଲକୁ ଆସୁଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ୱର ହେବ ରାବିଜ ମୁକ୍ତ
ଭୁବନେଶ୍ୱର ହେବ ରାବିଜ ମୁକ୍ତ
author img

By ETV Bharat Odisha Team

Published : Feb 2, 2024, 7:46 AM IST

ଭୁବନେଶ୍ୱର ହେବ ରାବିଜ ମୁକ୍ତ

ଭୁବନେଶ୍ବର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ି ଚାଲିଛି । କ୍ୟାପିଟାଲ ହସ୍ପିଟାଲରେ ୧୦ ପ୍ରତିଶତ ବୃଦ୍ଧି ପାଇଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ଦୈନିକ ଭାବରେ ୨୦୦-୨୫୦ ଜଣ କୁକୁର କାମୁଡ଼ା ରୋଗୀ ହସ୍ପିଟାଲକୁ ଆସୁଛନ୍ତି । କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ ଏବେ କୁକୁର କାମୁଡ଼ା ଚିନ୍ତାର ବିଷୟ ପାଲଟିଛି । ସମସ୍ତ ଜିଲ୍ଲାରେ କୁକୁର କାମୁଡାକୁ ନେଇ ରାବିଜ ଟିକା ଯୋଗାଇ ଦିଆଯାଉଛି । ସରକାରୀ ହସ୍ପିଟାଲ ମାନଙ୍କରେ ମାଗଣାରେ ଯୋଗାଇ ଦିଆଯାଉଛି । ତେବେ କୁକୁର କାମୁଡ଼ା ନେଇ କିଭଳି ଭାବରେ କଣ୍ଟ୍ରୋଲ କରାଯାଇପାରିବ । କୁକୁର କାମୁଡ଼ା ଇଞ୍ଜେକସନ କିଭଳି ଭାବରେ ସଠିକ ସମୟରେ ନେବେ । ଲୋକଙ୍କୁ କିଭଳି ଭାବରେ ସଚେତନତା କରାଯିବ ଏନେଇ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏକ କର୍ମଶାଳା ଆୟୋଜନ କରାଯାଇଛି ।

ଏହି କର୍ମଶାଳାରେ ବିଶେଷ ଭାବରେ ଲୋକମାନଙ୍କୁ ଦୁଇଟି ପରାମର୍ଶ ଦିଆଯାଉଛି । ଯେକୌଣସି ପରିସ୍ଥିତିରେ କୁକୁର କାମୁଡେ ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଆବଶ୍ୟକ। ସେମାନଙ୍କୁ ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଟିକା ଦିଆଯିବ । ଦ୍ଵିତୀୟରେ, ଯଦି କୁକୁର କାମୁଡେ ତେବେ ସେହି ସ୍ଥାନକୁ ଶୀଘ୍ର ସାବୁନ ପାଣିରେ ଧୋଇଦେବା ଆବଶ୍ୟକ। ପ୍ରାୟ 20 ସେକେଣ୍ଡ ଧରି ସାବୁନ ପାଣିରେ ଧୋଇବା ପରେ କୁକୁର ବିଷ ପକ୍ରିୟା ସାଧାରଣତ କମିଯିବାର ସମ୍ଭାବନା ଅଧିକ ରହିଥାଏ । କୁକୁର କାମୁଡ଼ା ନେଇ ଅତିବେଶୀରେ 4ଟି ଡୋଜ ଟିକା ନେବା ଆବଶ୍ୟକ । ଏହା ଦ୍ବାରା ଶରୀରରେ ପ୍ରତିରୋଧକ ଶକ୍ତି ବଢିବା ସହିତ ରାବିଜ ରୋଗ ବା ଜଳାନ୍ତକ ରୋଗ ନହେବାର ସମ୍ଭାବନା ଅଧିକ ରହିଥାଏ । ଜଳାନ୍ତକ ରୋଗ ହେବାର ଲକ୍ଷଣ ଗୁଡିକ ହେଲା, ଲୋକ ବାଉଳି ଚାଉଳି ହେବା, ପାଣି ଦେଖିଲେ ଭୟ କରିବା, ପବନ ବାଜିଲେ ବାତ ମାରିବା ପରି ଲକ୍ଷଣ ଦେଖାଯାଇଥାଏ । ତେବେ ରାବିଜ ରୋଗ ଯଦି ହୁଏ ତେବେ ମୃତ୍ୟୁ ସୁନିଶ୍ଚିତ ।

ଏହା ମଧ୍ୟ ପଢ଼ନ୍ତୁ.... ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ, ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

ଯଦି କୁକୁର କାମୁଡି ଥାଏ ତେବେ ନିୟମିତ ଭାବରେ ଇଞ୍ଜେକ୍ସନ ନେବା ଆବଶ୍ୟକ । ଏହା ସହ ଡାକ୍ତରଙ୍କ ସହ ସଠିକ ସମୟରେ ପରାମର୍ଶ ନେବାକୁ ମଧ୍ୟ କହିଛି ସ୍ୱାସ୍ଥ୍ୟ ବିଭାଗ । କୁକୁର କାମୁଡାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମରେ ଯଦି କେବଳ କୁକୁର ଆମ୍ପୁଡି ଦେଇଛି କିନ୍ତୁ ରକ୍ତ ବାହାରି ନାହିଁ । ଦ୍ଵିତୀୟରେ ଯଦି କୁକୁରଟି ଆମ୍ପୁଡିବା ପରେ ରକ୍ତ ବାହାରିଲା ଏବଂ ତୃତୀୟରେ କୁକୁର କାମୁଡିବା ପରେ ରକ୍ତ ବାହାରୁଥିବ, କାମୁଡ଼ିଥିବା ଚାରିପାଖରେ ଲାଲ ହୋଇଯିବା, ସେହି ସ୍ଥାନ ଅତ୍ୟାଧିକ ଭାବରେ ପୀଡା ମଧ୍ୟ ହେଉଥିବ ।

ତେବେ ତୁରନ୍ତ ହସ୍ପିଟାଲ ଆସି ମାଗଣାରେ ଟିକା ନେବା ଆବଶ୍ୟକ। ଅନେକ ସମୟରେ ଦେଖାଯାଉଛି ଗାଁ ଅଞ୍ଚଳ ଅପେକ୍ଷା ସହରରେ ମଧ୍ୟରେ ଅଧିକ ଭାବରେ କୁକୁର କାମୁଡା ରୋଗୀ ହସ୍ପିଟାଲ ଆସୁଛନ୍ତି । ତେବେ ଏନେଇ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରକୁ ରାବିଜ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ରାବିଜରେ ଯେଭଳି ଭାବରେ କୌଣସି ଲୋକ ମୃତ୍ୟୁ ବରଣ କରିବେ ନାହିଁ । ବିଭିନ୍ନ ହସ୍ପିଟାଲରେ କୁକୁର କାମୁଡାକୁ ନେଇ ମଧ୍ୟ ଇଞ୍ଜେକ୍ସନ ରଖାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ଅତିରିକ୍ତ ନିର୍ଦେଶିକା ଡଃ ପ୍ରମିଳା ବରାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.