ETV Bharat / state

ବୌଦ୍ଧରେ ଆରମ୍ଭ ହେଲା ରବି ଧାନ ସଂଗ୍ରହ ପ୍ରକ୍ରିୟା - Paddy Procurement In Boudh - PADDY PROCUREMENT IN BOUDH

Paddy Procurement Starts In Boudh: ବୌଦ୍ଧରେ ଆରମ୍ଭ ହେଲା ରବି ଧାନକ୍ରୟ । ଧାନ ବିକ୍ରୟ ପାଇଁ ୫୫୩୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧରେ ଆରମ୍ଭ ହେଲା ରବି ଧାନ ସଂଗ୍ରହ ପ୍ରକ୍ରିୟା
ବୌଦ୍ଧରେ ଆରମ୍ଭ ହେଲା ରବି ଧାନ ସଂଗ୍ରହ ପ୍ରକ୍ରିୟା (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 5:00 PM IST

ବୌଦ୍ଧ: ଚଳିତ ବର୍ଷର ବୌଦ୍ଧ ଜିଲ୍ଲାରେ ରବି ଧାନ ଫସଲ ଅମଳ ସରିଥିବା ବେଳେ ଆରମ୍ଭ ହୋଇଛି ରବି ଧାନକ୍ରୟ ପ୍ରକ୍ରିୟା । ଜିଲ୍ଲାରେ ସମୁଦାୟ ୨୨ଟି ଧାନ ସଂଗ୍ରହ କେନ୍ଦ୍ର ହୋଇଥିବା ବେଳେ ଏହା ମାଧ୍ୟମରେ ୫୫୩୭ ଜଣ ପଞ୍ଜିକୃତ ଚାଷୀ ରବି ଧାନ ବିକ୍ରୟ କରିବେ ।

ବୌଦ୍ଧରେ ଆରମ୍ଭ ହେଲା ରବି ଧାନ ସଂଗ୍ରହ ପ୍ରକ୍ରିୟା (ETV Bharat Odisha)

ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ଭାବରେ ପରିଚିତ । ଜିଲ୍ଲାରେ ଉଭୟ ଖରିଫ ଓ ରବି ଧାନ ପର୍ଯ୍ୟାପ୍ତ ପରିମାଣରେ ଚାଷ ହୋଇଥାଏ । ଜିଲ୍ଲାରେ ମହାନଦୀ, ତେଲନଦୀ, ବାଘନଦୀ ଓ ସାଲୁଙ୍କି ଭଳି ଅନେକ ନଦୀ ଓ ନାଳ ପ୍ରବାହିତ ହେଉଥିବା ବେଳେ ବିଭିନ୍ନ ଜଳଉତ୍ସ ତଥା ଜଳସେଚନ ଯୋଗୁଁ ଅନେକ ସ୍ଥାନରେ ରବି ଧାନ ଚାଷ ହୋଇଥାଏ । ଚଳିତ ବର୍ଷ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ରବି ଧାନ ଚାଷ ହୋଇଛି । ଏବେ ଧାନ ଅମଳ ସମୟ ହୋଇଥିବା ବୋଳେ ବୌଦ୍ଧ ଜିଲ୍ଲାର ୫୫୩୭ ଜଣ ଚାଷୀ ରବି ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାର 3ଟି ବ୍ଲକର ମୋଟ 22ଟି ଧାନ ମଣ୍ଡିରେ ଚାଷୀଙ୍କ ରବି ଧାନକ୍ରୟ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଚାଷୀ ହନ୍ତସନ୍ତ - Irregular Paddy Procurement

ଆଜି (ମଙ୍ଗଳବାର) ଖୁଣ୍ଟବନ୍ଧ ମାର୍କେଟ ୟାର୍ଡରେ ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ 5 ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିଥିବା ସୂଚନା ମିଳିଛି । ଚଳିତ ବର୍ଷ ଯୋଗାଣ ବିଭାଗ ପକ୍ଷରୁ 11ଟି ମିଲର ଜରିଆରେ ଜିଲ୍ଲାରୁ ୨ଲକ୍ଷ ୨୮ ହଜାର ୧୦୨ କ୍ଵିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବୌଦ୍ଧ ଜିଲ୍ଲାର 22ଟି ଧାନ ମଣ୍ଡିର 24ଟି ସ୍ଥାନରେ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା ସହିତ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଇଥିବା ଏଆରସିଏସ ସୂଚନା ଦେଇଛନ୍ତି । ତେବେ ଧାନର ସହାୟକ ମୂଲ୍ୟ ବୃଦ୍ଧି ସହିତ କଟନୀ ଛଟନୀ ଉପରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.