ETV Bharat / state

ପୁରୀ ଉପକୂଳ ସାଜିଛି ମରଣଜନ୍ତା ! ଟ୍ରଲର ମାଡ଼ରେ ଯାଉଛି ଅଲିଭ ରିଡଲେଙ୍କ ଜୀବନ

author img

By ETV Bharat Odisha Team

Published : Feb 18, 2024, 12:30 PM IST

Olive Ridley Death: ବେଆଇନ ଟ୍ରଲର ମାଡ଼ରେ ମୃତ୍ୟୁବରଣ କରୁଛନ୍ତି ଅଲିଭ ରିଡଲେ । ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ପୋଲିସର ଅବହେଳା ଯୋଗୁଁ କଇଁଛଙ୍କ ଜୀବନ ଯାଉଥିବା ଅଭିଯୋଗରେ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Olive Ridley Death
Olive Ridley Death
Olive Ridley Death

ପୁରୀ: ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ବେଆଇନ ଟ୍ରଲର ମାଡ଼ରେ ମୃତ୍ୟୁବରଣ କରୁଛନ୍ତି ଅଲିଭ ରିଡଲେ । ଜଙ୍ଗଲ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ପୋଲିସର ଅବହେଳା ଯୋଗୁଁ କଇଁଛଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ପୁରୀ ଉପକୂଳରେ ବେଆଇନ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡ଼ରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଛି । ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଛ ମାରୁଥିବା ଦେଖିବାକୁ ମିଳିଛି । ହେଲେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଦିଗରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ସଫଳ ହୋଇପାରୁନାହିଁ ।

ନିୟମ ଅନୁଯାୟୀ, ଦେବୀନଦୀ ମୁହାଣ ଠାରୁ ୨୦ କିଲୋମିଟର ପରିଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ର ଠାରୁ ୫ କିଲୋମିଟର ପରିଧି ମଧ୍ୟରେ ମାଛ ଧରାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ସେହିପରି ସମୁଦ୍ର ଭିତରେ ପାଟ୍ରୋଲିଂ ପାଇଁ ଉଭୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଦାୟିତ୍ଵ ରହିଛି । କିନ୍ତୁ ନିୟମିତ ପାଟ୍ରୋଲିଂ କରାଯାଉନଥିବାରୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ନିଷିଦ୍ଧାଞ୍ଚଳକୁ ଯାଇ ଅବାଧରେ ମାଛ ମାରୁଛନ୍ତି ।

ପରିବେଶବିତ୍ ସରୋଜ ଜେନା କହିଛନ୍ତି, "ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସମୁଦ୍ରରେ ପାଟ୍ରୋଲିଂ ଠିକରେ କରୁନାହିଁ ସାମୁଦ୍ରିକ ମତ୍ସ୍ୟ ବିଭାଗ । ଫଳରେ ଅକାରଣରେ ନିରୀହ ଅଲିଭ ରିଡ଼ଲେଙ୍କ ମରଣଜନ୍ତା ପାଲଟିଛି ପୁରୀ ଉପକୂଳ ।" ସରକାର ବେପରୁଆ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ପରିବେଶ ପ୍ରେମୀ ଦାବି କରିଛନ୍ତି । ସେପଟେ ବିରଳ ଅଲିଭ ରିଡ଼ଲେ କଇଁଛ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଶ୍ରୀମନ୍ତ ଦାଶ କହିଛନ୍ତି,"ବେଆଇନ ଟ୍ରଲରକୁ ପ୍ରଶାସନ ନ ରୋକିବା ପାରିବା ଦୁର୍ଭାଗ୍ୟଜନକ। ପୁରୀ, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଅଞ୍ଚଳରେ ବ୍ୟାପକ ପାଟ୍ରୋଲିଂ ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।"

ଏହା ବି ପଢନ୍ତୁ...ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡେଲ ମଡ଼କ, ବେଆଇନ ଟ୍ରଲର ମାଡ଼ରେ ଶତାଧିକ କଇଁଛ ମୃତ୍ୟୁ

ସୂଚନା ମୁତାବକ, ପ୍ରତିବର୍ଷ ନଭେମ୍ବରରୁ ମେ ମାସ ଯାଏଁ ସମୁଦ୍ରରେ ଟ୍ରଲର ଚଳାଚଳ ଉପରେ କଟକଣା ଲଗାଯାଏ । ନଭେମ୍ବରରୁ ଡିସେମ୍ବର ମଧ୍ୟରେ କଇଁଛଙ୍କ ମିଳନ ପର୍ବ ହୋଇଥାଏ । ଫେବୃଆରୀ ଆଡକୁ ଏହି ଅଲିଭ ରିଡ଼ଲେ କଇଁଛମାନେ ମୁଖ୍ୟତଃ ଦେବୀ ମୁହାଣ ଓ ଚନ୍ଦ୍ରଭାଗା ମୁହାଣଠାରୁ ପୁରୀ ପର୍ଯ୍ୟନ୍ତ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି । ଏଥିପାଇଁ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ମାଛ ମାରିବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥାଏ ।

ସେପଟେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ମାରୁଥିବା ସମୟରେ କଙ୍କଡ଼ା ଜାଲ, ଭିଡା ଜାଲ, ସାଙ୍କୁସ ଓ ରିଙ୍ଗ ଜାଲ ବ୍ୟବହାର କରୁଥିବାରୁ ହଜାର ହଜାର କଇଁଛ ମୃତ୍ୟୁବରଣ କରୁଛନ୍ତି। ତେଣୁ ଏହି ଜାଲ ଗୁଡ଼ିକୁ ତୁରନ୍ତ ନିଷିଦ୍ଧ କରିବାକୁ ଦାବି ହୋଇଛି। ଅପରପକ୍ଷେ, ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି,"ସମୁଦ୍ର ଭିତରେ କଡ଼ା ପାଟ୍ରୋଲିଂ କରାଯିବା ସହ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।" ତେବେ କଇଁଛ ସୁରକ୍ଷା ପାଇଁ ସରକାର ଖର୍ଚ୍ଚ କୋଟି କୋଟି ଟଙ୍କା କାହା ସ୍ବାର୍ଥରେ ତାହାକୁ ନେଇ ଉଠିଛି ପ୍ରଶ୍ନ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.