ETV Bharat / state

ଖୋଲିବ ରତ୍ନଭଣ୍ଡାର: ଯାଞ୍ଚ କମିଟିର ସୁପାରିଶରେ ବାଜିଲା ମୋହର, ସମ୍ପତ୍ତିର ପୂର୍ବ ତାଲିକା ମାଗିଲା କଂଗ୍ରେସ - Ratna Bhandar To Reopen

author img

By ETV Bharat Odisha Team

Published : Jul 11, 2024, 3:44 PM IST

Updated : Jul 11, 2024, 7:15 PM IST

Ratna Bhandar To Reopen: ଯାଞ୍ଚ କମିଟିର ସୁପାରିଶକୁ ପରିଚାଳନା କମିଟି ମୋହର ମାରିଛି । ରତ୍ନଭଣ୍ଡାର ଖୋଲାଯିବା ନେଇ କ'ଣ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ, ଜାଣନ୍ତୁ ।

Ratna Bhandar To Reopen
Ratna Bhandar To Reopen (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ଯାଞ୍ଚ କମିଟିର ସୁପାରିଶକୁ ପରିଚାଳନା କମିଟି ମୋହର ମାରିଛି । ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବା ପରେ ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିଶ ଆସିବ ତାକୁ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯିବ । ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ହେବ । ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ତାରିଖ ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କୁହାଯାଉଛି ।

ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ରତ୍ନଭଣ୍ଡାରର ଯାଞ୍ଚ ହେବା ସହିତ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ଏବଂ ମଣତି କରାଯିବ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "୧୪ ତାରିଖରେ ପ୍ରାୟତଃ ରତ୍ନଭଣ୍ଡାର ଖୋଲାଯାଇପାରେ । ଏହି ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ତାରିଖ ପ୍ରାୟତଃ ସ୍ପଷ୍ଟ । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ଏହାକୁ ଗଣତି କରାଯିବା ପରେ ରିପୋର୍ଟକୁ ସାର୍ବଜନୀନ କରାଯିବ । ତେବେ ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ । ଏହାକୁ କିପରି ଖୋଲାଯିବ ସେନେଇ ମୋଡାଲିଟି ପ୍ରସ୍ତୁତ କରାଯାଇଛି ।" ଶାସନକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତିି ଦେଇଥିଲା ତାହା ନିଶ୍ଚୟ ପୂୂରଣ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ କେମିତି ଅଳଙ୍କାର ଗଣତି ଓ ମଣତି ହେବ, ତାହା ଉପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି ।

ଏହା ବି ପଢନ୍ତୁ...'ରତ୍ନଭଣ୍ଡାର ସ୍ଥିତି ଓ ଅଳଙ୍କାରର ଯାଞ୍ଚ ହେବ, ଏଥିପାଇଁ ଅଧିକ ସମୟ ଲାଗିବ' - Ratna Bhandar Issue

ଏହା ବି ପଢନ୍ତୁ...ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar

ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ କିଛି ନୂତନତା ନାହିଁ । କଂଗ୍ରେସ ବହୁତ ଆଗରୁ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କରିଆସିଛି । ବିଜେଡି ସରକାର ମଧ୍ୟ କମିଟି କରି ରତ୍ନ ଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଜେପି ଖାଲି ବାହାସ୍ପଟ ମାରୁଛି । ଜଗନ୍ନାଥଙ୍କ ଭକ୍ତଙ୍କ ସେଣ୍ଟିମେଣ୍ଟ ଆଧାରରେ ରତ୍ନ ଭଣ୍ଡାର ଖୋଲିବା ଆବଶ୍ୟକ । ପୂର୍ବରୁ ରତ୍ନଭଣ୍ଡାରରେ କଣ ସମ୍ପତ୍ତି ରହିଥିଲା ଏବେ ଖୋଲା ହେବା ପରେ କ'ଣ ସମ୍ପତ୍ତି ବାହାରିଲା ତାହାର ମଧ୍ୟ ତର୍ଜମା କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2024, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.