ETV Bharat / state

ଟଳିଲା ଭୟ, ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ 90% ଶେଷ - Nata Mandap repairing Work

Puri Shrimandir Nata Mandap repairing Work: ଭକ୍ତଙ୍କୁ ନାହିଁ ଶ୍ରୀମନ୍ଦିରର ନାଟମଣ୍ଡପ ଭାଙ୍ଗିବାର ଭୟ । ବିମ୍ ମରାମତି କାର୍ଯ୍ୟ 90 ପ୍ରତିଶତ ଶେଷ ହୋଇଥିବା ନେଇ ଏଏସଆଇ ଅଧିକାରୀଙ୍କ ସୂଚନା । ଅଧିକ ପଢନ୍ତୁ

Shrimandir Nata Mandap repairing Work
Shrimandir Nata Mandap repairing Work
author img

By ETV Bharat Odisha Team

Published : Mar 20, 2024, 7:00 AM IST

Shrimandir Nata Mandap repairing Work

ପୁରୀ: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ 90 ପ୍ରତିଶତ ଶେଷ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି । ଆଉ ମଧ୍ୟ ରଥଯାତ୍ରାରେ ଅବଶିଷ୍ଟ ମରାମତି କାର୍ଯ୍ୟ ହେବ ଶେଷ ହେବା ନେଇ କୁହାଯାଇଛି ।

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ । ତେବେ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ସୂଚନା ଅନୁଯାୟୀ, ନାଟମଣ୍ଡପ ବିମର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । କେବଳ ପ୍ଲାଷ୍ଟରିଂ କାର୍ଯ୍ୟ ବାକି ରହିଛି । ଆଗାମୀ ରଥଯାତ୍ରା ସମୟରେ ଏହାକୁ ଶେଷ କରାଯିବ । ନାଟମଣ୍ଡପ ବିମ୍ ମରାମତି ହେବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଏଏସାଆଇ ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ଚଳପ୍ରଚଳରେ ମଧ୍ୟ କୋୖଣସି ବିପଦ ନାହିଁ ।

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ, ଫାଟ ହୋଇଥିବା ବିମ୍‌ ତଳେ ଲାଗିବ ଷ୍ଟେନଲେସ୍‌ ଷ୍ଟିଲ୍‌ ବିମ୍‌

ସୂଚନାଯୋଗ୍ୟ, ଶ୍ରୀ ଜଗନ୍ନାଥ ମନ୍ଦିରର ନାଟମଣ୍ଡପ ବିମରେ ଫାଟ ହେବା ପରେ ଏହାର ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ନାଟମଣ୍ଡପର ମରାମତି କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ପକ୍ଷରୁ ମଧ୍ୟରେ ଏଦିଗରେ ତତ୍ପରତା ପ୍ରକାଶ ପାଇଥିଲା । ଗତ କାର୍ତ୍ତିକ ମାସରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଗହଳି ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

କାର୍ତ୍ତିକ ମାସ ପରେ ଛତିଶା ନିଯୋଗ ସହ ଏକ ବୈଠକ କରାଯାଇ ଏ ବିଷୟରେ ଆଲୋଚନା କରାଯାଇଥିଲା । ଗତ ଫେବୃଆରୀ ଶେଷ ସପ୍ତାହରେ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଜୋରଦାର କରାଯାଇଥିଲା । କାର୍ଯ୍ୟ ପାଇଁ ଲୁହାର ଭାରା ସ୍ଥାପନ କରାଯାଇ ମରାମତି କାର୍ଯ୍ୟ ହୋଇଥିଲା । ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି ମରାମତି କାର୍ଯ୍ୟ କରାଯାଉଥିଲା । ତେବେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ମରାମତି କାର୍ଯ୍ୟ 90 ପ୍ରତିଶତ ଶେଷ ହୋଇଥିବା ନେଇ ଏଏସଆଇ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.