ETV Bharat / state

ବେଳାଭୂମିରେ ବିଚ ସାକ୍ସ, ଶଙ୍କରାଚାର୍ଯ୍ୟ କହିଲେ ମହୋଦଧି କୂଳରେ ମଦ ଦୋକାନ ନିନ୍ଦନୀୟ - Shankaracharya on Beach Shacks

author img

By ETV Bharat Odisha Team

Published : Sep 11, 2024, 8:03 PM IST

Puri Shankaracharya on Beach Shacks: ବେଳାଭୂମିରେ ବିଚ ସାକ୍ସ କରିବାକୁ ଯୋଜନା କରିଛନ୍ତି ମୋହନ ସରକାର । ଯାହାକୁ କଡା ନିନ୍ଦା କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ବିଭିନ୍ନ ସଙ୍ଗଠନର ବିରୋଧ । ଅଧିକ ପଢନ୍ତୁ

ବିଚ ସାକ୍ସକୁ ବିରୋଧ
ବିଚ ସାକ୍ସକୁ ବିରୋଧ (ETV Bharat Odisha)

ପୁରୀ: ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ଅପ୍ୟାୟିତ କରିବା ପାଇଁ ଖୁବଶୀଘ୍ର ଖୋଲିବାକୁ ଯାଉଛି ବିଚ୍ ସାକ୍ସ । ସମୁଦ୍ର କୂଳରେ ଛୋଟ ଛୋଟ କୁଡ଼ିଆ କରାଯାଇ ମଦ ବିକ୍ରୟ କରାଯିବ । ରାଜ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।

Beach Shacks (ETV Bharat Odisha)

କଡା ବିରୋଧ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ:

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ପୁରୀ ବେଳାଭୂମିରେ ମଦ ବିକ୍ରି ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ପଞ୍ଚତୀର୍ଥ ମଧ୍ୟରେ ଅନ୍ୟତମ ମହୋଦଧି ଏକ ପବିତ୍ର ସ୍ଥାନ । ସେଠାରେ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଗୋବର୍ଦ୍ଧନ ପୀଠ ପକ୍ଷରୁ ପ୍ରତିଦିନ ମହୋଦଧି ଆଳତୀ ଅନୁଷ୍ଠିତ ହେଉଛି । ହଜାର ହଜାର ଭକ୍ତ ପ୍ରତିଦିନ ମହୋଦଧିରେ ସ୍ନାନ କରି ନିଜକୁ ପବିତ୍ର ମନେ କରିଥାନ୍ତି । ଏଣୁ ପବିତ୍ର ମହୋଦଧି କୂଳରେ ପର୍ଯ୍ୟଟକଙ୍କୁ ଆପ୍ୟାୟିତ କରିବା ପାଇଁ ମଦ ଦୋକାନ ଖୋଲାଗଲେ ବ୍ୟାପକ ଅରାଜକତା ଏବଂ ଅଶାନ୍ତି ସୃଷ୍ଟି ହେବ। ଏହାଦ୍ବାରା ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକତା ବାତାବରଣ ନଷ୍ଟ ହେବ । ଏଣୁ ମହୋଦଧି କୂଳରେ ମଦ ଦୋକାନ ଖୋଲିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ କେବେ ବି ସମର୍ଥନ କରାଯିବ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ଏହାକୁ ବନ୍ଦ କରିବା ଉଚିତ୍ । ନଚେତ୍ ଏହି ପ୍ରସଙ୍ଗକୁ ନେଇ ସରକାର ମଧ୍ୟ ଶାସନରୁ ବିତାଡିତ ହେବେ ।

ଏହା ମଧ୍ୟ ପଢନ୍ତୁ: ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର

ଜଗନ୍ନାଥପ୍ରେମୀଙ୍କ ବିରୋଧ:

Beach Shacks
Beach Shacks (ETV Bharat Odisha)

ପୁରୀ ସମୁଦ୍ର କୂଳରେ ବିଚ୍ ସାକ୍ସ ଖୋଲିବା ତଥା ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ବିଭିନ୍ନ ସଙ୍ଗଠନ ଓ ଜଗନ୍ନାଥ ପ୍ରେମୀ । ସମୁଦ୍ର କୂଳ ସହିତ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ମଦ ମୁକ୍ତ କରିବା ପାଇଁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ପକ୍ଷରୁ ଦାବି ହୋଇଛି । ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ବିୟର ମଜା, ପ୍ରକଳ୍ପ ବାତିଲ ନକଲେ ଆନ୍ଦୋଳନ ଚେତାବନୀ

ଏହା ମଧ୍ୟ ପଢନ୍ତୁ:ପୁରୀରେ Beach Shacks ପ୍ରକଳ୍ପ ଗ୍ରହଣୀୟ ନୁହେଁ: ଶଙ୍କରାଚାର୍ଯ୍ୟ

ଏହା ମଧ୍ୟ ପଢନ୍ତୁ: ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ: ଏଥର ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିବ ନୌସେନା

ଆଗକୁ ଦୃଢ ବିରୋଧ ହେବ:

ବିଚ ସାକ୍ସକୁ ବିରୋଧ
ବିଚ ସାକ୍ସକୁ ବିରୋଧ (ETV Bharat Odisha)

ପୁରୀର ଅନ୍ୟତମ ବୁଦ୍ଧିଜୀବୀ କୃଷ୍ଣ ଜଗଦେବ କହିଛନ୍ତି, ‘ପୂର୍ବ ବିଜେଡି ସରକାର ସମୟରେ ଏଭଳି ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ କଡ଼ା ବିରୋଧ କରାଯିବାରୁ ବିଜେଡ଼ି ସରକାର ଏହି ନିଷ୍ପତ୍ତିରୁ ଓହରି ଥିଲା । ତେବେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ଆଳରେ ଶ୍ରୀକ୍ଷେତ୍ରରେ ମଦ ବିକ୍ରିକୁ ଖୁଲମଖୁଲା ଅନୁମତି ଦିଆଯିବା ଦୁଃଖ ଦାୟକ । ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ନକଲେ ଆଗାମୀ ଦିନରେ ଦୃଢ଼ ବିରୋଧ କରାଯିବ।’

ଲୋକଙ୍କୁ ନିଆଯିବ ମତାମତ:

ପୁରୀ ବେଳାଭୂମି
ପୁରୀ ବେଳାଭୂମି (ETV Bharat Odisha)

ବିଚ୍ ସାକ୍ସକୁ ବିଭିନ୍ନ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ସିଦ୍ଧାର୍ଥ ଶଙ୍କର ସ୍ବାଇଁ ରଖିଛନ୍ତି । ପୁରୀ ଜିଲ୍ଲାପାଳ କହିଛନ୍ତି, ‘ପର୍ଯ୍ୟଟନ ଶିଳ୍ପର ବୃଦ୍ଧି ପାଇଁ ରାଜ୍ୟ ସରକାର ଏହି ନୂଆ ଅବକାରୀ ନୀତି କରିଛନ୍ତି। ବିଚ୍ ସାକ୍ସ ଖୋଲିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମତାମତ ନିଆଯାଇ ଏବଂ ପରିସ୍ଥିତିକୁ ଦେଖି ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ଏଣୁ ପୁରୀ ସମୁଦ୍ର କୂଳରେ ବିଚ୍ ସାକ୍ସ ଖୋଲିବ କି ନାହିଁ ବିଭିନ୍ନ ଲୋକଙ୍କ ମତାମତ ନିଆଯାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ।’

ପୁରୀ ଜଗନ୍ନାଥ ମନ୍ଦିର
ପୁରୀ ଜଗନ୍ନାଥ ମନ୍ଦିର (ETV Bharat Odisha)

ପୁରୀ ବେଳାଭୂମିରେ ବିଚ୍ ସାକ୍ସ ପ୍ରକଳ୍ପକୁ ବିଭିନ୍ନ ମହଲରେ କଡ଼ା ବିରୋଧ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଆଗାମୀ ଦିନରେ ଏନେଇ କ'ଣ ପଦକ୍ଷେପ ନେଉଛନ୍ତି ତା'କୁ ଏବେ ପୁରୀ ବାସୀଙ୍କ ଅପେକ୍ଷା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.