ETV Bharat / state

ବଡ଼ଦାଣ୍ଡରେ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - President Pulling Chariot Rope

author img

By ETV Bharat Odisha Team

Published : Jul 7, 2024, 7:08 PM IST

Updated : Jul 7, 2024, 8:52 PM IST

President Droupadi Murmu Pulling Chariot Rope: ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢ଼ନ୍ତୁ

ରଥା ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରଥା ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (ETV Bharat Odisha)

ଭୁବନେଶ୍ବର: ବଡଦାଣ୍ଡରେ ରଥ ଟାଣିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣିଛନ୍ତି ରାଷ୍ଟ୍ରପତି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଭିତରେ କଡ଼ା ସୁରକ୍ଷା ବଳୟରେ ରଥ ଟାଣିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଥ ଟାଣିଛନ୍ତି ।

President Droupadi Murmu Pulling Chariot Rope (ETV Bharat Odisha)

ଆଜି ପବିତ୍ର ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ହୋଇଥିଲା । ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଘଣ୍ଟଘଣ୍ଟା ନାଦ ସହ ଶଙ୍ଖର ଧ୍ବନୀ, ହରିବୋଲ ଓ ହୁଳହୁଳି ଶଦ୍ଦରେ ବଡ଼ଦାଣ୍ଡ ପ୍ରକମ୍ପିତ ହେବାସହ ରଥ ଗଡ଼ିବା ଆରମ୍ଭ ହୋଇଥିଲା । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ପ୍ରଥମେ ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କରିଥିଲା । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଡ଼ା ସୁରକ୍ଷା ବଳୟ ଭିତରେ ଯାଇ ତାଳଧ୍ବଜ ରଥର ବାସୁକୀ ନାମକ ରଥ ଦଉଡିକୁ ଟାଣିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ଉପସ୍ଥିତ ରହି ରଥ ଟାଣିଛନ୍ତି ।

President Droupadi Murmu Pulling Chariot Rope
President Droupadi Murmu Pulling Chariot Rope (@rashtrapatibhvn)

ତେବେ ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ମରିଚିକୋଟ ଛକରେ ପହଞ୍ଚି ଥିବା ବେଳେ ରାଜନଅର ସମ୍ମୁଖରେ ଦେବୀ ସୁଭଦ୍ରାଙ୍କର ରଥ ପହଞ୍ଚିଛି । ସେହିପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଥିବା ବେଳେ ଏହା ସିଂହଦ୍ବାର ସମ୍ମୁଖରେ ଅଟକିଛି । ଏହାସହ ଆଜି ପାଇଁ ରଥଟଣା କାର୍ଯ୍ୟ ବିରାମ ରାଖାଯାଇଛି । ଆସନ୍ତାକାଲି (ସୋମବାର) ସକାଳେ ପୁଣି ଥରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଦାଣ୍ଡରେ ଭିନ୍ନ ଦୃଶ୍ୟ; କାଳିଆ ଦୂଆରେ ସମସ୍ତେ ଏକାକାର, ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର - Ratha Yatra 2024

ସୂଚନା ଥାଉ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟହ୍ନରେ ଭୁବନେଶ୍ବର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଆସି ପୁରୀ ତାଳବଣିଆ ଠାରେ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ସେଠାରୁ ସେ କଡ଼ା ସୁରକ୍ଷା ଭିତରେ ବଡଦାଣ୍ଡରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ରାଷ୍ଟ୍ରପତି ମୁର୍ମୁ ଗତକାଲି (ଶନିବାର) ଠାରୁ 4ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ସେ ପୁରୀ ରାଜଭବନରେ ରାତ୍ରୀଯାପନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Jul 7, 2024, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.