ETV Bharat / state

ଆଜି ଜନ୍ମବେଦୀକୁ ବିଜେ କରିବେ ବିଶ୍ବନିଅନ୍ତା, ଦିନ ତମାମ ରଥାରୁଢ ବ୍ରହ୍ମାଣ୍ଡ ମାଲିକଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ - Puri Ratha Yatra 2024

author img

By ETV Bharat Odisha Team

Published : Jul 9, 2024, 7:33 AM IST

Updated : Jul 9, 2024, 12:06 PM IST

Adapa Mandapa Bije: ଆଜି ରଥରୁ ଆଡପମଣ୍ଡପ ବିଜେ କରିବେ ଦାରୁବ୍ରହ୍ମ । ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ବନିଅନ୍ତା । ଆଜି ଶରଧାବାଲିରେ ଦିନସାରା ଶ୍ରୀଜିଉଙ୍କ ଦର୍ଶନ ପାଇବେ ଭକ୍ତ । ଅଧିକ ପଢନ୍ତୁ

Puri Ratha Yatra 2024
Puri Ratha Yatra 2024 (@Ama_Jagannath)
Puri Ratha Yatra 2024 (@Ama_Jagannath)
Puri Ratha Yatra 2024
Puri Ratha Yatra 2024 (@Ama_Jagannath)

ପୁରୀ: ଶରଧାବାଲିରେ ଉଭା ହୋଇଛନ୍ତି ବିଶ୍ବନିଅନ୍ତା । ରତ୍ନ ସିଂହାସନ ଛାଡି ଜନ୍ମ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଆଜି ଜନ୍ମବେଦୀ ତଥା ଆଡପମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯିବା ପରେ ସନ୍ଧ୍ୟାରେ ଦାରୁଦିଅଁଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ବନିଅନ୍ତା । ଏହାପରେ ଆସନ୍ତାକାଲି ଶ୍ରଦ୍ଧାଳିଙ୍କୁ ମିଳିବ ଆଡପ ଅବଢା ।

Puri Ratha Yatra 2024
Puri Ratha Yatra 2024 (@Ama_Jagannath)

ଶରଧାବାଲିରେ ଆଜି ଦିନତମାମ ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ: ଗତକାଲି ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ସମସ୍ତ ନୀତିକାନ୍ତି ହୋଇଥିଲା । ଶ୍ରଦ୍ଧାଳି ମାନେ ଭଗବାନଙ୍କୁ ଶରଦାବାଲିରେ ଦର୍ଶନ କରିଥିଲେ । ରାତିରେ ପହଡ ପଡିବା ପରେ ଆଜି ସକାଳୁ ପହଡ ଖୋଲିବା ସହ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟ ନୀତିକାନ୍ତି ହେବ । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି କରାଯିବ । ପହଣ୍ଡି ପୂର୍ବରୁ ଆଜି ଦିନ ତମାମ ମରହାପ୍ରଭୁଙ୍କ ଦର୍ଶନ କରି ପାରିବେ ଭକ୍ତ । ଯେଉଁ ମାନେ ରଥଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଥିଲେ , ସେମାନେ ଆଜି ଦର୍ଶନ କରିପାରିବେ ।

Puri Ratha Yatra 2024
Puri Ratha Yatra 2024 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଦିନରେ ରଥଟଣା ଶେଷ; ଶରଧାବାଲିରେ ଲାଗିଲା 3 ରଥ - Chariots Reached Gundicha Temple

ଲୋକାରଣ୍ୟ ଶରଧାବାଲି: ରଥଯାତ୍ରାର ଦ୍ବିତୀୟ ଦିନରେ ନୀତିକାନ୍ତି ପରେ ପୂର୍ବାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଅପରାହ୍ନ 3ଟା ସୁଦ୍ଧା ଶରଧାବାଲିରେ ପହଞ୍ଚିଥିଲା ତିନି ରଥ । ଜୟଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ଶଙ୍ଖକ୍ଷେତ୍ର । ପ୍ରଥମେ 12ଟି 35ରେ ଶରଧାବାଲିରେ ଲାଗିଥିଲା ପ୍ରଭୁ ବଡ ଠାକୁରଙ୍କ ବଳଭଦ୍ରଙ୍କ ତାଳଧ୍ବଜ ରଥ । ପରେ ଦିନ 1ଟା 40ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ 2ଟା 35ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲି ଲୋକାରଣ୍ୟ ହୋଇପଡିଥିଲା । ରଥ ଉପରେ ସମସ୍ତ ନୀତିକାନ୍ତି ହେବା ପରେ ବିଳମ୍ବିତ ରାତିରେ ପହଡ ପଡିଥିଲା । ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଜନସମୁଦ୍ର ପାଲଟିବ ଶ୍ରୀଗୁଣ୍ଡିଚା ମନ୍ଦିର ।

Last Updated : Jul 9, 2024, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.