ETV Bharat / state

ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି, ସମୀକ୍ଷା କଲେ ଆଇନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ - Ratha Yatra 2024

author img

By ETV Bharat Odisha Team

Published : Jun 28, 2024, 7:24 PM IST

Ratha Yatra 2024: ପୁରୀ ଗସ୍ତରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ସମୀକ୍ଷା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟପଟେ ସର୍କିଟ ହାଉସ ଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ସମୀକ୍ଷା ବୈଠକର ଆୟୋଜିତ । ଅଧିକ ପଢ଼ନ୍ତୁ

ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି
ରଥଯାତ୍ରା ପାଇଁ ଜୋରସୋର ପ୍ରସ୍ତୁତି (ETV Bharat Odisha)

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା । ଜୋରସୋର ପ୍ରସ୍ତୁତିରେ ଲାଗି ପଡ଼ିଛି ପୁରୀ ଜିଲ୍ଲା ପ୍ରଶାସନ । ଶୃଙ୍ଖଳିତ ରଥଯାତ୍ରା ଆୟୋଜନ‌ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ପୁରୀ ଗସ୍ତରେ ଆସିଥିଲେ ଆଇନ ମନ୍ତ୍ରୀ । ପ୍ରଥମେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀଙ୍କୁ ନେଇ ବିସ୍ତୃତ ଆଲୋଚନା କରିଥିଲେ ମନ୍ତ୍ରୀ । ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ରଥଯାତ୍ରା ପରିଚାଳନା ସମ୍ପର୍କରେ ପୁରୀ ସର୍କିଟ ହାଉସ ଠାରେ ଏକ ବୈଠକରେ ଆଲୋଚନା କରିଥିଲେ । ରଥଯାତ୍ରା ପାଇଁ ଏଠାରେ ବିଭାଗ ତରଫରୁ 6 ଜଣଙ୍କୁ ନିଯୁକ୍ତି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ତେଣୁ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ଅଧିକ ସମାଗମ ହେବ ବୋଲି ଆକଳନ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ଦାୟିତ୍ଵ କିଭଳି ସମୟ ପୂର୍ବରୁ ସାରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଥିବା ଆଇନ ମନ୍ତ୍ରୀ କହିଛନ୍ତି । ଭକ୍ତଙ୍କ ଦର୍ଶନ, ରହଣୀ, ଗମନାଗମନ, ପାର୍କିଂ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରାରେ ମହାମହିମ ରାଷ୍ଟ୍ରପତି ସାମିଲ୍ ହେବାକୁ ଥିବାରୁ ସମସ୍ତ ବ୍ୟବସ୍ଥା କିଭଳି ରହିବ ସେନେଇ ମଧ୍ୟ ଅନୁଧ୍ୟାନ କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ସମଙ୍ଗ ଠାରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପହଞ୍ଚିବା ପରେ ରୁଟ୍ ପ୍ଲାନ୍ କିଭଳି ରହିବ, ଶ୍ରୀମନ୍ଦିର ସିଂହଦ୍ଵାର ଠାରେ କିଭଳି ବ୍ୟବସ୍ଥା ରହିବ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି ଆଇନ ମନ୍ତ୍ରୀ । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ସବୁ ବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ରଥଖଳା: 3 ରଥର 2ଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ - Ratha Yatra 2024

ଅନ୍ୟପଟେ ରଥଯାତ୍ରା ପରିଚାଳନା ସମ୍ପର୍କରେ ସର୍କିଟ ହାଉସ ଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଯେଉଁଥିରେ ରଥଯାତ୍ରା ପୂର୍ବରୁ ପୁରୀ ସହରର ସମସ୍ତ ନାଳ ନର୍ଦ୍ଦମା ସଫା ସହ ସମସ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ । ସମସ୍ତ ଷ୍ଟ୍ରିଟ ଲାଇଟ ଗୁଡିକ ମରାମତି କରାଯାଇ ଚଳନକ୍ଷମ କରାଯିବ । ଡ୍ରିଙ୍କ ଫ୍ରମ ଟ୍ୟାପର ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚଳନ ଉପଯୋଗୀ କରାଯିବା ସହ ଯଦି କେଉଁଠାରେ ଅବରୋଧ ହୋଇଥାଏ ତାହାକୁ ଉଚ୍ଛେଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସମସ୍ତ ଜଳ ଉତ୍ସର ଚତୁଃପାର୍ଶ୍ବକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ । ଜଳ ଜମୁଥିବା ସ୍ଥାନ ମାନ ଚିହ୍ନଟ କରାଯାଇ ତାହାର ଅପସାରଣ କରାଯିବ । ଜଳ ନିଷ୍କାସନ ପାଇଁ ପମ୍ପ ଉପଲବ୍ଧ ରଖାଯିବ । ବୁଲା ଗୋରୁଗାଈଙ୍କୁ ରାସ୍ତାରୁ ହଟେଇ କାଞ୍ଜିଆ ହୁଦାକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଡ୍ରେନ ଗୁଡିକରେ ମଶାମରା ତେଲ ସିଞ୍ଚନ ସହ ରଥଯାତ୍ରା ସମୟରେ ଖରା ହେଲେ ଭକ୍ତଙ୍କ ସୁବିଧା ପାଇଁ ଜଳ ସିଞ୍ଚନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.