ETV Bharat / state

ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped

author img

By ETV Bharat Odisha Team

Published : Jul 9, 2024, 9:33 PM IST

Updated : Jul 9, 2024, 10:21 PM IST

Lord Balabhadra slipped: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ ସମୟରେ ପହଣ୍ଡି ବେଳେ ଅଘଟଣ । ସେବାୟତଙ୍କ ହାତରୁ ଖସି ପଡିଲେ ବଡ଼ ଠାକୁର ପ୍ରଭୁ ବଳଭଦ୍ର । ଅଧିକ ପଢ଼ନ୍ତୁ

Lord Balabhadra
Lord Balabhadra (ETV Bharat Odisha)

ପୁରୀ: ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଅଭାବନୀୟ ଘଟଣା । ପହଣ୍ଡି ସମୟରେ ଦଇତାପତି ସେବାୟତଙ୍କ ହାତରୁ ଖସି ଯିବାରୁ ରଥ ଚାରମାଳ ଉପରେ ପଡ଼ିଗଲେ ପ୍ରଭୁ ବଲଭଦ୍ର । ଏହି ଘଟଣାରେ ଅନେକ ସେବାୟତ ଆହତ ହେଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି । ତେବେ ପ୍ରଭୁ ବଲଭଦ୍ରଙ୍କ ପହଣ୍ଡିରେ ଏଭଳି ତ୍ରୁଟି କିଭଳି ହେଲା, ସେନେଇ ପ୍ରଶ୍ନ ଉଠିଛି । ପହଣ୍ଡି ସମୟରେ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବା କଥା । ହେଲେ କେବଳ ଯୁବ ଦଇତାପତି ସେବାୟତ ଥିବାରୁ ଏଭଳି ପହଣ୍ଡିରେ ତ୍ରୁଟି ହୋଇଥିବା କୁହାଯାଉଛି । ଏହି ଘଟଣାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରଭୁଙ୍କ ପହଣ୍ଡିରେ ଖାମଖିଆଲି ମନୋଭାବ ଠିକ୍ ନୁହେଁ ବୋଲି ଭକ୍ତ କହିଛନ୍ତି । ତେବେ ବଡ଼ ଠାକୁର ପହଣ୍ଡି ବେଳେ ରଥ ଉପରୁ ପଡିଗଲେ ଏହା ଅଶୁଭ ସଂକେତ ବୋଲି କୁହାଯାଏ ।

Lord Balabhadra slipped (ETV Bharat Odisha)

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଆଡପ ମଣ୍ଡପକୁ ଯିବା ପାଇଁ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରି ତାଳଧ୍ବଜ ରଥରୁ ଆଡ଼ପ ମଣ୍ଡପ ଅଭିମୁଖେ ନେଉଥିଲେ । ବଡ଼ ଠାକୁରଙ୍କୁ ରଥରୁ ତଳକୁ ନେବା ସମୟରେ ଚାରମାଳର ଅଧାବାଟରେ ଥିବାବେଳେ କୌଣସି ତ୍ରୁଟି କାରଣରୁ ସେବାୟତଙ୍କ ହାତରୁ ପ୍ରଭୁ ବଳଭଦ୍ର ଖସି ପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar

ତେବେ ଏଭଳି ଅଭାବନୀୟ ଘଟଣାରେ ୫ରୁ ଊର୍ଦ୍ଧ୍ବ ସେବାୟତ ଗୁରୁତର ଭାବେ ଆହତ ହୋଇଥିବାବେଳେ ଅନେକ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଆହତ ସେବାୟତମାନଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ପହଣ୍ଡି ସମୟରେ ବଡ଼ ଠାକୁର ଚାରମାଳରେ ଖସି ପଡିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 9, 2024, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.