ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ସମସ୍ତଙ୍କ ସହଯୋଗ କାମନା କଲେ, ୨ଦିନ ଛୁଟି ବଢାଇଲେ - Rath Yatra 2024

author img

By ETV Bharat Odisha Team

Published : Jul 2, 2024, 1:51 PM IST

Updated : Jul 2, 2024, 2:28 PM IST

CM review Rath Yatra 2024 preparation: ପୁରୀରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୃଙ୍ଖଳିତ ଓ ତ୍ରୁଟିପୂର୍ଣ୍ଣ ଭାବେ ରଥଯାତ୍ରା ସମ୍ପନ୍ନ ପାଇଁ ସମସ୍ତଙ୍କର ସହଯୋଗ କାମନା କଲେ । ଅଧିକ ପଢନ୍ତୁ

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ସମସ୍ତଙ୍କୁ ସହଯୋଗ କାମନା କଲେ
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ସମସ୍ତଙ୍କୁ ସହଯୋଗ କାମନା କଲେ (ETV Bharat Odisha)

ପୁରୀ: ୨ ଦିନ ବଢିଲା ରଥଯାତ୍ରା ଛୁଟି । ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଧରି ଚାଲିବାକୁ ଥିବାରୁ ଏଥିପାଇଁ ୨ ଦିନ ଛୁଟି ଘୋଷଣା ହୋଇଛି । ପୁରୀରେ ଆଜି (ମଙ୍ଗଳବାର) ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି । ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଶୃଙ୍ଖଳିତ ଓ ତ୍ରୁଟିପୂର୍ଣ୍ଣ ଭାବେ ରଥଯାତ୍ରା ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ସମସ୍ତଙ୍କ ସହଯୋଗ କାମନା କଲେ, ୨ଦିନ ଛୁଟି ବଢାଇଲେ (ETV Bharat Odisha)

ଆସନ୍ତା ୭ ତାରିଖ ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ଟାଉନ ହଲରେ ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆୟୋଜିତ ହୋଇଛି । ରଥ ନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ଭଳି ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା, ବିଭିନ୍ନ ବିଭାଗର ମନ୍ତ୍ରୀ, ପୁରୀ ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚୂଡାନ୍ତ ହେଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ: ପୁରୀରେ ରଥ ଟାଣିବେ, ସମୁଦ୍ରକୂଳରେ ମର୍ଣ୍ଣିଂ ଓ୍ବାକ୍‌ କରିବେ - President Murmu Odisha Visit

ରଥଯାତ୍ରା ପ୍ରସ୍ତୁତି ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ମୁଖ୍ୟମନ୍ତ୍ରୀଙ୍କ ସହ ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତି ନେଇ ଆଲୋଚନା କରିଥିଲେ । ଏଥରର ରଥଯାତ୍ରା ୧୯୭୧ ମସିହା ଭଳି ପଡୁଛି । ଗୋଟିଏ ଦିନରେ ଦୁଇ ଦିନର ନୀତିକାନ୍ତି ହେବ । ତେଣୁ ରଥଯାତ୍ରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ମତାମତ ନେଇଛନ୍ତି ।

ଅନ୍ୟପଟେ ରଥଯାତ୍ରା ଦିନ ଅପରାହ୍ନ ୫ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିବାରୁ ଏବଂ ସେହିଦିନ ନବଯୌବନ ଦର୍ଶନ ଥିବାରୁ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 2, 2024, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.