ETV Bharat / state

ସୁନା ବେଶ ଦେଖିବାକୁ ପୁରୀରେ ପହଞ୍ଚିବା ହେଲା ସୁବିଧା, ଏମିତି ବ୍ୟବସ୍ଥା କରିଛି ରେଳବାଇ - Special Train By ECoR

author img

By ETV Bharat Odisha Team

Published : Jul 15, 2024, 10:32 PM IST

Special Train By ECoR: ସୁନାବେଶ ଓ ଅଧରପଣାରେ ଭିଡ଼ ଏଡ଼ାଇବାକୁ ୭୬ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି । କେଉଁଠୁ କେଉଁ ସ୍ଥାନକୁ ଗଡ଼ିବ ଟ୍ରେନ ଜାଣନ୍ତୁ ।

Special Train By ECoR
Special Train By ECoR (ETV Bharat Odisha)

ଭୁବନେଶ୍ବର: ସୁନାବେଶ ଓ ଅଧରପଣା ପାଇଁ ୭୬ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି । ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା-୨୦୨୪ ମସିହା ପାଇଁ ରେଳ ସେବା ବୃଦ୍ଧି କରାଯାଇଛି । ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୪ ସମୟରେ ପୁରୀକୁ ଚଳାଚଳ କରୁଥିବା ନିୟମିତ ଟ୍ରେନରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ରାଜ୍ୟମାନଙ୍କରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । ତେବେ ତୀର୍ଥଯାତ୍ରୀ ଓ ଭକ୍ତମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ ଏବଂ ଅଧରପଣା ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି ।

କେଉଁଠି ସ୍ବତନ୍ତ୍ର ଟ୍ରେନ ଚାଲିବ:
ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦ୍ବୀପ, ଅନୁଗୋଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଲପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ। ସେହିଭଳି ଅଧରପଣା ପାଇଁ ପାରାଦ୍ବୀପ, ଅନୁଗୋଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ ଗୁଡିକ ପୁରୀ ଅଭିମୁଖେ ଯାତ୍ରା କରିବ । ଯାତ୍ରୀମାନଙ୍କର ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ଭଦ୍ରକ, ପାରାଦ୍ବୀପ, ଅନୁଗୋଳ, ପଲାସା, କେନ୍ଦୁଝରଗଡ଼, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀ ଓ ତା'ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି ।

ଯାତ୍ରୀଙ୍କ ପାଇଁ କ'ଣ ରହିଛି ବ୍ୟବସ୍ଥା :
ଭକ୍ତ ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି । 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସହ ଯାତ୍ରୀ ସମସ୍ୟାକୁ ସମାଧାନ କରିବା ପାଇଁ ରେଳ ବିଭାଗ ତତ୍ପରତା ଦେଖାଇଛି । ଯାତ୍ରୀ ସୂଚନା ଓ ଷ୍ଟେସନରେ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହା ସହିତ ଷ୍ଟେସନମାନଙ୍କରେ ଟ୍ରେନକୁ ଚଢିବା ଓ ଟ୍ରେନରୁ ଓହ୍ଲାଇବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟରରେ ଯାତ୍ରୀମାନଙ୍କ ପାଇଁ ସୁଗମ ଏବଂ ଶୀଘ୍ର ଟିକେଟ୍ ବିତରଣ କରାଇବା ଆଦି ବ୍ୟବସ୍ଥା କରାଯାଇଛି ।

ଯାତ୍ରୀଙ୍କ ସୁବିଧା ପାଇଁ ପଦକ୍ଷେପ:

ଭିଡ଼ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି । ଟ୍ରେନ୍ ସୂଚନା ସିଷ୍ଟମ୍ / ଅନୁସନ୍ଧାନ କାଉଣ୍ଟର ରହିଛି । ଭିଡିଓ ପ୍ରଦର୍ଶନ ଓ ମୋବାଇଲ ଆପରେ UTS / ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ରହିଛି । ଅତିରିକ୍ତ ଟିକେଟ ବୁକିଂ କାଉଣ୍ଟର ଏବଂ ମୋବାଇଲ ଟିକେଟ କାଉଣ୍ଟର ସୁବିଧା ରହିଛି । ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା ହୋଇଛି । କ୍ୟାଟରିଂ ଏବଂ ଆତିଥ୍ୟ କରାଯିବ । ଡାକ୍ତରୀ ସୁବିଧା ଏବଂ ଆମ୍ବୁଲାନ୍ସ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଅନବରତ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ମଧ୍ୟ ରହିଛି । ସୂଚନା ଅନୁଯାୟୀ, ପୂର୍ବତଟ ରେଳପଥ ପୁରୀରେ ରଥଯାତ୍ରା ମହୋତ୍ସବ ପାଇଁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା । ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.