ETV Bharat / state

ଦିନେ ଦାଦନ ଖଟିବାକୁ ଯାଉଥିଲେ, ଏବେ ୫୦ ପରିବାର ମୁହଁରେ ହସ ଫୁଟାଇ ଚର୍ଚ୍ଚାରେ ଚିତ୍ତ ରଂଜନ - Mushroom Farming In Gop

author img

By ETV Bharat Odisha Team

Published : Jul 2, 2024, 3:56 PM IST

Chita Ranjan Paikray Success In Mushroom Farming: ଚର୍ଚ୍ଚାରେ ପୁରୀ ଗୋପର ଚିତ୍ତ ରଂଜନ ପାଇକରାୟ । ଦିନେ ଦାଦନ ଖଟିବାକୁ ସୁରଟ ଯାଉଥିଲେ, କିନ୍ତୁ ଏବେ ରୋଜଗାର ଯୋଗାଇଲା ଛତୁ ଚାଷ । ଫଳରେ ଏହାଦ୍ୱାରା ନିଜେ ସ୍ୱାବଲମ୍ୱୀ ହେବା ସହ ଅଞ୍ଚଳର ୫୦ ପରିବାରକୁ ଯୋଗାଉଛନ୍ତି ରୋଜଗାର । ଅଧିକ ପଢନ୍ତୁ,

ଛତୁ ଚାଷ କରି ଚର୍ଚ୍ଚାରେ ପୁରୀ ଗୋପର ଚିତ୍ତ ରଂଜନ ପାଇକରାୟ
ଛତୁ ଚାଷ କରି ଚର୍ଚ୍ଚାରେ ପୁରୀ ଗୋପର ଚିତ୍ତ ରଂଜନ ପାଇକରାୟ (ETV Bharat Odisha)

ପୁରୀ: ଦିନେ ଦାଦନ ଖଟିବାକୁ ସୁରଟ ଯାଉଥିଲେ, କିନ୍ତୁ ରୋଜଗାର ଯୋଗାଇଲା ଛତୁ ଚାଷ । ଏହି ଚାଷ କରି ସ୍ବାବଲମ୍ୱୀ ହେବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାର ଯୋଗାଇ ଏବେ ଚର୍ଚ୍ଚାରେ । ଏହି ସଫଳତା ହାସଲ କରିଛନ୍ତି ଗୋପ ବ୍ଲକ ବଡ଼ ତରା ପଞ୍ଚାୟତ ମଲ୍ଲ ଗାଁର ଚିତ୍ତ ରଂଜନ ପାଇକରାୟ । ଯିଏ ଏବେ ଚାଷ କରି ନିଜେ ରୋଜଗାର କ୍ଷମ ହୋଇଥିବା ବେଳେ ଅନ୍ୟଙ୍କୁ ଯୋଗାଇ ଦେଉଛନ୍ତି ରୋଜଗାର ।

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ଯାହା ପ୍ରମାଣ କରିଛନ୍ତି ଚିତ୍ତ ରଂଜନ । ଦିନ ଥିଲା ପେଟର ଭୋକ ମେଣ୍ଟାଇବା ପାଇଁ ସୁରଟରେ ଦୀନ ମଜୁରିଆ ଭାବେ କାମ କରି ପରିବାର ଭରଣ ପୋଷଣ କରିବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଆଜି ନିଜେ ମାଲିକ ସାଜି ଅନ୍ୟମାନଙ୍କୁ କାମ ଯୋଗାଇ ପାରିଛନ୍ତି ଚିତ୍ତ ରଂଜନ । ପ୍ରାୟ 10ବର୍ଷ ତଳେ ସୁରଟରୁ ଆସିବା ପରେ ନିଜ ଜନ୍ମ ମାଟିରେ ଆରମ୍ଭ କରିଥିଲେ ଛତୁ ଚାଷ ।

ଆରମ୍ଭରୁ ଅନେକ ଝଡ଼ଝଞ୍ଜା ସହିବାକୁ ପଡିଥିଲା । କିନ୍ତୁ ପ୍ରତିକୂଳ ପରିବେଶରେ ଆଜି ଆଗକୁ ବଢି ଜଣେ ସଫଳ ଚାଷୀ ଭାବରେ ନିଜକୁ ପ୍ରତିପାଦନ କରିପାରିଛନ୍ତି । ନିଜ ଗାଁ ପାଖରେ ଥିବା ପ୍ରାୟ ୧୦ ଏକର ଜଙ୍ଗଲ ଜମିରେ ଛତୁ ଚାଷ କରି ଦୈନିକ ୩୦ଜଣ ଲୋକଙ୍କୁ କର୍ମ ଯୋଗାଇ ସେମାନଙ୍କୁ ରୋଜଗାର ଦେଇଛନ୍ତି । ପ୍ରତ୍ୟେକ ଦିନ ପୁରୀ, ଭୁବନେଶ୍ୱର, କଟକ ଆଦି ଅନେକ ସ୍ଥାନକୁ ଏଠାରୁ ଉତ୍ପାଦନ ଛତୁ ଯାଉଥିବା ବେଳେ ଦାଦନ ଅପେକ୍ଷା ଏଠାରେ ଅଧିକ ଆନନ୍ଦିତ ବୋଲି ଚିତ୍ତ ଓ ଶ୍ରମିକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଫଳ ମାଛଚାଷୀ କୈଳାସ; କମାଉଛନ୍ତି ଲକ୍ଷାଧିକ ଟଙ୍କା, ଅନ୍ୟକୁ ଦେଉଛନ୍ତି ରୋଜଗାର

ସେପଟେ ଦୈନିକ ଏଠାରେ ୩୦/୪୦ଜଣ ଶ୍ରମିକ ଛତୁ ଉତ୍ପାଦନ କାମରେ ନିଜକୁ ନିୟୋଜିତ କରିଥିବା ବେଳେ ଘର ପାଖରେ କାମ ପାଇ ବେଶ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଚିତ୍ତ ରଂଜନ ନିଜ ଉଦ୍ୟମରେ ଛତୁ ଚାଷ କରି ସଫଳତା ହାସଲ କରିଥିବା ବେଳେ ଚିତ୍ତ ରଂଜନଙ୍କୁ ସରକାରୀ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଗଲେ ଚିତ୍ତ ରଂଜନ ଆହୁରି ଆଗକୁ ବଢି ପାରିବେ ବୋଲି କୃଷକ ନେତା ମାନସ ପ୍ରଧାନ କହିଛନ୍ତି । ବେକାରୀ ଓ ଦାଦନ ଆଜି ରାଜ୍ୟର ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ଏପରି ସ୍ଥିତିରେ ଚିତ୍ତ ରଂଜନଙ୍କ ସଫଳତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.