ETV Bharat / state

ଖୋଲାଯାଇ ପୁଣି ସିଲ୍‌ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି - Ratna Bhanadar opens

author img

By ETV Bharat Odisha Team

Published : Jul 14, 2024, 6:18 PM IST

Updated : Jul 14, 2024, 8:09 PM IST

Srimandir Jagannath temple Ratna Bhanadar opens: ଖୋଲାଯାଇ ପୁଣି ସିଲ ଉଭୟ ଭିତର ଓ ବାହାର ଭଣ୍ଡାର । ବାହାର ଭଣ୍ଡାରରେ ଥିବା ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ । ଭିତର ଭଣ୍ଡାର ସ୍ଥାନାନ୍ତରଣ କାମ ‘ନିଳାଦ୍ରୀବିଜେ’ ପରେ । ଅଧିକ ପଢନ୍ତୁ

ଖୋଲାଯାଇ ସିଲ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି
ଖୋଲାଯାଇ ସିଲ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି (ETV Bharat Odisha)

ପୁରୀ: ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବାଧୀନ 11ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ବାବଧାନରେ ଆଜି ଦୀର୍ଘ 46 ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ଉଭୟ ବାହାର ଓ ଭିତର ଭଣ୍ଡାର ଖୋଲି ତଦାରଖ କରିଛି ମନିଟରିଂ କମିଟି । ଆଜି ନିର୍ଦ୍ଧାରିତ ସମୟ ଅପରାହ୍ନ 1ଟା 28 ମିନିଟରେ ପ୍ରଥମେ ବାହାର ‘ରତ୍ନଭଣ୍ଡାର’ ଖୋଲାଯିବା ପରେ ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ମଧ୍ୟ ଖୋଲାଯାଇଛି ।

ଖୋଲାଯାଇ ପୁଣି ସିଲ୍‌ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି (ETV Bharat Odisha)

ବାହାର ଭଣ୍ଡାରରୁ ରତ୍ନ ଅଳଙ୍କାର ବାହାର କରାଯାଇ ଶ୍ରୀମନ୍ଦିର ଭିତର ବେଢାରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଛି । ପରେ ଏହାକୁ ପୁନଃ ସିଲ୍‌ କରାଯାଇଛି । ସେହିପରି ଭିତର ଭଣ୍ଡାରର ତାଲା ନଖୋଲିବାରୁ ଏହାକୁ ଭାଙ୍ଗିବାକୁ ପଡିଛି । ଭିତର ଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତରଣ କରାଯାଇ ପାରିନାହିଁ । ପୁନଃ ଏହାକୁ ନୂଆ ତାଲାରେ ସିଲ୍‌ କରାଯାଇଛି । ଆସନ୍ତାକାଲି ବାହୁଡାଯାତ୍ରା ଥିବା ବେଳେ ନୀଳଦ୍ରୀବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କର ବହୁ ନୀତିକାନ୍ତି ରହିଛି । ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପାଇଁ ‘ନିଳାଦ୍ରୀବିଜେ’ ପରେ ପୁଣି ସମୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଶ୍ରୀମନ୍ଦିରରୁ ଫେରିବା ପରେ ମୁଖ୍ୟ ପ୍ରଶାସକଅରବିନ୍ଦ ପାଢୀଙ୍କ ସୂଚନା
ଶ୍ରୀମନ୍ଦିରରୁ ଫେରିବା ପରେ ମୁଖ୍ୟ ପ୍ରଶାସକଅରବିନ୍ଦ ପାଢୀଙ୍କ ସୂଚନା (ETV Bharat Odisha)

କ’ଣ ସୂଚନା ଦେଲେ ମୁଖ୍ୟ ପ୍ରଶାସକ:-

ସଂଧ୍ୟାରେ ଶ୍ରୀମନ୍ଦିରରୁ ବାହାରିବା ପରେ କମିଟିର ଆବାହକ ତଥା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଜିର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉପରେ ଗଣମାଧ୍ୟମରେ ବିସ୍ତୃତ ସୂଚନା ଦେଇଛନ୍ତି । ଅରବିନ୍ଦ ପାଢୀ କହିଛନ୍ତି,‘ବାହାର ରତ୍ନଭଣ୍ଡାର ଚାବିରେ ଖୋଲିଥିଲା ଓ ଏହାର ଅଳଙ୍କାର ସ୍ଥାନାନ୍ତରଣ ସରିଛି । ଭିତର ଭଣ୍ଡାରରେ 3ଟି ତାଲା ଥିଲା । ଏହା ଜିଲ୍ଲା ଟ୍ରେଜେରୀରୁ ନିଆଯାଇଥିବା ଚାବିରେ ନଖୋଲିବାରୁ ନିର୍ଦ୍ଧାରିତ ‘ଏସଓପି’ ଅନୁସାରେ, ଏହାକୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଭଙ୍ଗା ଯାଇଥିଲା । କମିଟି ସଦସ୍ୟ ଭିତର ଭଣ୍ଡାରରେ ପ୍ରବେଶ କରିଥିଲେ । ଭିତର ଭଣ୍ଡାରରେ ଏକାଧିକ ଆଲମାରୀ ଓ ସିନ୍ଧୁକରେ ଏହି ଅଳଙ୍କାର ସବୁକୁ ବନ୍ଦ ରଖାଯାଇଛି । ହେଲେ ସମୟ ଅଭାବରୁ ସେସବୁକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରଣ କରାଯାଇ ପାରିଲାନାହିଁ । ଏହାକୁ ପୁନଶ୍ଚ ସିଲ କରାଯାଇଛି ।’

ଆହୁରି ମଧ୍ୟ ସେ କହିଛନ୍ତି,‘ବାହୁଡା ଓ ପରବର୍ତ୍ତୀ ନୀତିକାନ୍ତି ପାଇଁ ଏହି ପ୍ରକ୍ରିୟା ବନ୍ଦ ରହିବ । ପରେ କମିଟି ପୁଣି ଏକ ତାରିଖ ଚୂଡାନ୍ତ କରିବ । ଭିତର ଭଣ୍ଡାରରୁ ଅଳଙ୍କାର ବାହାର କରି ପ୍ରଥମେ ଅସ୍ଥାୟୀ ଷ୍ଟ୍ରଙ୍ଗରେ ରୁମରେ ରଖାଯିବ । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ‘ଏଏସଆଇ’ ଦ୍ବାରା ଭିତର ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବା ପରେ ନବୀକରଣ ମଧ୍ୟ କରାଯିବ । ପୁନଶ୍ଚ ଅଳଙ୍କାରଗୁଡିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବା ପରେ ଗଣତି ଓ ମଣତି ପ୍ରକ୍ରିୟା ଆରମ୍ଭ ହେବ ।’’

ଜଷ୍ଟିସ ରଥଙ୍କ ପ୍ରତିକ୍ରିୟା:-

କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ‘‘ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଏସଓପି ଅନୁସାରେ, ସମସ୍ତ କାର୍ଯ୍ୟ ଶେଷ ହୋଇଛି । ବାହାର ଭଣ୍ଡାର ସ୍ଥାନାନ୍ତରଣ ଶେଷ ହୋଇଛି । ଭିତର ଭଣ୍ଡାର ତାଲା ଟ୍ରେଜେରୀରୁ ନିଆଯାଇଥିବା ଚାବିରେ ଖୋଲିଲା ନାହିଁ । ତାକୁ ଏସଓପି ଅନୁସାରେ, ଭାଙ୍ଗିବାକୁ ପଡିଲା । ବାହାର ଭଣ୍ଡାରର ସମ୍ପୂର୍ଣ୍ଣ ସ୍ଥାନାନ୍ତର ଶେଷ ହୋଇଛି । ଭିତର ଭଣ୍ଡାର ସ୍ଥାନାନ୍ତରଣ ପ୍ରକ୍ରିୟା ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବା ପରେ ଶେଷ ହେବ । ତେଣୁ ଏସଓପି ମୁତାବକ ତାଲା ଭାଙ୍ଗି ଅନୁଧ୍ୟାନ କଲା ପରେ ପୁନଃ ଉଭୟ ଭିତର ଓ ବାହାର ଭଣ୍ଡାରକୁ ସିଲ କରି ନୂତନ ଚାବିକୁ ଜିଲ୍ଲା ଟ୍ରେଜେରୀକୁ ପଠାଯାଇଛି ।’’

ଏହା ମଧ୍ୟ ପଢନ୍ତୁ :- ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: ପ୍ରାୟ 5ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ଭିତରେ ଯାଞ୍ଚ କରୁଛି 11ଜଣିଆ ଟିମ୍‌ - Ratna Bhandar opens

‘ନିଳାଦ୍ରୀବିଜେ’ ପରେ ଗଣତି ଓ ମଣତି:-

ତେବେ ଭିତର ଭଣ୍ଡାରରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆଜି ହୋଇନଥିବା କାରଣରୁ ‘ଏଏସଆଇ’ କୌଣସି ଅନୁଧ୍ୟାନ ମଧ୍ୟ କରିନି । ମୁଖ୍ୟ ପ୍ରଶାସକ ଓ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ କହିବା ଅନୁସାରେ, ଭିତର ଭଣ୍ଡାରରେ ରତ୍ନ ଅଳଙ୍କାରଗୁଡିକ ସୁରକ୍ଷିତ ରହିଛି । ଏହା ଜରାଜୀର୍ଣ୍ଣ ଅବସ୍ଥାରେ ନଥାଇ ଆଲମାରୀ ଓ ସିନ୍ଧୁକରେ ଆବଦ୍ଧ ରହିଛି ।

ଆଜି ଦିନ ତମାମ ସାପ ବାହାରିବା ଭୟ ଲାଗି ରହିଥିବା ବେଳେ ସେପରି କୌଣସି ଅଘଟଣ ସାମ୍ନାକୁ ଆସିନି । ଅନୁଧ୍ୟାନ କମିଟି ସଦସ୍ୟ ବାହାରକୁ ଆସିବାର କିଛି ଘଣ୍ଟା ପୂର୍ବରୁ ସ୍ନେକ ହେଲ୍ପଲାଇନ ଟିମର ସଦସ୍ୟମାନେ ମଧ୍ୟ ବାହାରକୁ ଆସିଥିଲେ । ଆଜି ଭଣ୍ଡାର ଖୋଲାଯିବା ଓ ପ୍ରାଥମିକ ପ୍ରକ୍ରିୟା ପ୍ରାୟତଃ ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ ଭଣ୍ଡାରରେ ଥିବା ଦୁର୍ମୂଲ୍ୟ ଅଳଙ୍କାର ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇଁ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

ଅଦ୍ଭୁତପୂର୍ବ ଥିଲା ପ୍ରସ୍ତୁତି:-

ଗତକାଲି ସଂଧ୍ୟାରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଉଚ୍ଚସ୍ତରୀୟ ବୈଠକରେ ମାନକ ନିର୍ଦ୍ଦେଶାବଳୀ ବା ‘ଏସଓପି’ ନିର୍ଦ୍ଧାରିତ ହେବା ପରେ ଆଜି ରତ୍ନଭଣ୍ଡାର ଖୋଲାଯିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ଆଜି ସକାଳୁ ରାଜ୍ୟ ସମେତ ସମଗ୍ର ଦେଶର ନଜର ଶ୍ରୀକ୍ଷେତ୍ରର ଏହି ଐତିହାସିକ କ୍ଷଣ ଉପରେ ରହିଥିଲା ।ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଆଜି ସକାଳେ ପୁଣିଥରେ ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ବସିଥିଲା ।

ଲୋକନାଥଙ୍କ ପୀଠରୁ ଆସିଲା ଆଜ୍ଞାମାଳ:-

ପୂରାଣ ବର୍ଣ୍ଣନା ଅନୁସାରେ, ଶ୍ରୀଜଗନ୍ନାଥଙ୍କ ଭଣ୍ଡାରର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ହୋଇଥିବା କାରଣରୁ ଲୋକନାଥଙ୍କ ପୀଠରୁ ଖୋଲାଯିବା ପାଇଁ ଆଜ୍ଞାମାଳ ମଧ୍ୟ ଶ୍ରମନ୍ଦିରରେ ପହଞ୍ଚିଥିଲା । ଏହା ପରେ ପ୍ରାୟ ମଧ୍ୟାହ୍ନ 12ଟା ସମୟରେ 11ଜଣିଆ ଟିମ୍‌ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ସେମାନଙ୍କ ସହ 6ଟି ବିଶାଳ କାଠନିର୍ମିତ ସିନ୍ଧୁକ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଥିଲା । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଚାରିଦ୍ବାର ବନ୍ଦ ରଖାଯିବା ସହ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଉଚ୍ଚସ୍ତରୀୟ କମିଟି ସଦସ୍ୟ ମନ୍ଦିରରେ ପ୍ରବେଶ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ମାହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଅପରାହ୍ନ 1ଟା 28ମିନିଟରେ ଏହି କମିଟି ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲା ।

ଇଟିଭି ଭାରତ, ପୁରୀ

Last Updated : Jul 14, 2024, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.