ETV Bharat / state

ମୁକ୍ତିର ପଥ ବାଇଶି ପାହାଚ: ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ - Jagannath Temple

author img

By ETV Bharat Odisha Team

Published : Sep 12, 2024, 1:08 PM IST

Twenty Two Steps of Puri Lord jagannath temple: ଶ୍ରୀମନ୍ଦିରର ବାଇଶି ପାହାଚର କ’ଣ ରହିଛି ମାହାତ୍ମ୍ୟ, ବିଶ୍ବାସ ଓ ଇତିହାସ । ପାପ କ୍ଷୟ ହେବା ସହ ପିଣ୍ଡ ପ୍ରଦାନ କଲେ ମୁକ୍ତି ପାଆନ୍ତି ପିତୃପୁରୁଷ । ଅଧିକ ପଢନ୍ତୁ

ମୁକ୍ତିର ପଥ ବାଇଶି ପାହାଚ: ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ
ମୁକ୍ତିର ପଥ ବାଇଶି ପାହାଚ: ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ (ETV Bhara Odisha)

ପୁରୀ: ସନାତନ ଧର୍ମର 4ଆଦି ପୀଠ ମଧ୍ୟରୁ ଅନ୍ୟତମ ପୁରଷୋତ୍ତମ କ୍ଷେତ୍ର ପୁରୀ । ରତ୍ନବେଦୀରେ ବିରାଜମାନ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବା ପାଇଁ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି । ସିଂହଦ୍ଵାର ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରନ୍ତି ଶ୍ରଦ୍ଧାଳୁ । ତେବେ ସେହି ବାଇଶି ପାହାଚକୁ ନେଇ ରହିଛି ଅନେକ ଇତିହାସ, କିମ୍ବଦନ୍ତୀ ଓ ପୌରାଣିକ କଥାବସ୍ତୁ । ଜାଣନ୍ତି ସେସବୁ ସମ୍ପର୍କରେ ।

ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ (Etv Bharat odisha)

ଶ୍ରୀମନ୍ଦିରର ସିଂହଦ୍ବାର ଗୁମୁଟରୁ ଆରମ୍ଭ ହୋଇ ଭିତର ବେଢା ପର୍ଯ୍ୟନ୍ତ ଲମ୍ବିଥିବା ବାଇଶି ପାହାଚ ଅତ୍ୟନ୍ତ ପବିତ୍ର ସ୍ଥାନ । ଏଠାରେ ଛୋଟ ପିଲାଙ୍କ ଆୟୁ ବୃଦ୍ଧି ପାଇଁ ମାତା ପିତାମାନେ ସେମାନଙ୍କୁ ଗଡ଼ାଇ ଦେଇଥାଆନ୍ତି । ପିତୃପୁରୁଷଙ୍କ ଆତ୍ମାର ମୁକ୍ତି ପାଇଁ ମହାଳୟା ଅମାବାସ୍ୟାରେ ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ଡ ଦାନ କରିଥାନ୍ତି ଶ୍ରଦ୍ଧାଳୁ । ତେବେ ସବୁଠୁ ବଡ କଥା ହେଉଛି ବାଇଶି ପାହାଚରେ ରହିଛି ଯମ ଶିଳା । ଶ୍ରୀମନ୍ଦିରକୁ ପ୍ରବେଶ ସମୟରେ ଭକ୍ତ ଏହା ଉପରେ ପାଦ ଦେଇ ଯିବାର ବିଧି ଥିବା ବେଳେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ବେଳେ ଏହି ଶିଳାକୁ ପାଦରେ ସ୍ପର୍ଶ କରିବା ନେଇ ବାରଣ ରହିଛି ।

  • ବାଇଶି ପାହାଚ କିମ୍ବଦନ୍ତୀ:-

କିମ୍ବଦନ୍ତୀ ମତେ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ୱରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭ କରିଥିଲେ । ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ । ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।

  • ବାଇଶି ପାହାଚ ଅବସ୍ଥିତି ଓ ଆକାର

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି । ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ । ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟ ଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।

ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ
ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ (ETV Bharat Odisha)
  • ବାଇଶି ପାହାଚରେ ଅଛନ୍ତି ଦେବୀଗଣ:

ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

କଣ କହୁନ୍ତି ସେବାୟତ:-

ଶ୍ରୀମନ୍ଦିର ଚୂନରା ସେବାୟତ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶରତ ମହାନ୍ତି ଶ୍ରୀମନ୍ଦିର ବାଇଶି ପାହାଚ ମାହାତ୍ମ୍ୟ ସମ୍ପର୍କରେ କହିଛନ୍ତି, ଶ୍ରୀମନ୍ଦିରରେ ଚାରିଟି ପ୍ରସ୍ଥାନ ଦ୍ଵାର ରହିଛି । ସେହି ଭିତରୁ ମୁଖ୍ୟ ଦ୍ବାର ହେଲା ସିଂହଦ୍ୱାର । ସିଂହଦ୍ୱାରରୁ କୁରୁମ ବେଢ଼ା ପର୍ଯ୍ୟନ୍ତ ବାଇଶି ପାହାଚ ଗୋଟି ପାହାଚ ରହିଛି । ଏହି ପାହାଚ ହିଁ ମାଧ୍ୟମ ରହିଚି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ । ବାଇଶି ପାହାଚ ପ୍ରକାରର ଦୋଷ, ଦୁର୍ବଳତାକୁ ତ୍ୟାଗ କଲେ ହିଁ ମନୁଷ୍ୟ ପୁରୁଷୋତ୍ତମଙ୍କ ସାନ୍ନିଧ୍ୟ ଲାଭ କରିପାରିବ । ଏଥିପାଇଁ ବାଇଶି ପାହାଚର ସୃଷ୍ଟି କରାଯାଇଛି । ପ୍ରବାଦ ରହିଛି ବାଇଶି ଗୋଟି ଚଣ୍ଡିକା ତଥା ମାତୃଶକ୍ତି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ବାଇଶି ଗୋଟି ସିଡିରେ ରୂପାନ୍ତରିତ ହୋଇଛନ୍ତି ।

ମୁକ୍ତିର ପଥ ଶ୍ରୀମନ୍ଦିରର ବାଇଶି ପାହାଚ: ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ
ମୁକ୍ତିର ପଥ ଶ୍ରୀମନ୍ଦିରର ବାଇଶି ପାହାଚ: ବାଇଶି ଦେବୀଙ୍କଠାରୁ ଜମଶିଳା ପର୍ଯ୍ୟନ୍ତ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ମାହାତ୍ମ୍ୟ (ETV Bharat Odisha)
  • ପାହାଚରେ ଅଛନ୍ତି ଭଗବାନ ଶଙ୍କର:-

ଆହୁରି ଅନେକ ବିଶ୍ବାସ ଆଧାରିତ ଇତିହାସ ମଧ୍ୟ ରହିଛି । ବାଇଶି ପାହାଚର ତୃତୀୟ ପାହାଚରେ ରହିଛନ୍ତି ଶଙ୍କର ଭଗବାନ ଶ୍ରୀ କାଶୀ ବିଶ୍ଵନାଥ । ବାଇଶି ପାହଚର ଦ୍ଵିତୀୟ ପାହାଚରେ ଜମ ଶିଳା ଅଛି । ଯେତେବେଳେ ଭକ୍ତ ମାନେ ଶ୍ରୀମନ୍ଦିରକୁ ପ୍ରବେଶ ସମୟ ରେ ବାଇଶି ପାହାଚ ଦ୍ୱିତୀୟ ପାହଚରେ ଥିବା ଜମ ଶିଳାକୁ ପାଦ ସ୍ପର୍ଶ କରି ଯାଆନ୍ତି, ତାଙ୍କର ସମସ୍ତ ପାପ କ୍ଷୟହୁଏ । ପ୍ରଭୁ ବିଶ୍ୱନାଥ ମଧ୍ୟ ରହିଛନ୍ତି ବାଇଶି ପାହାଚରେ । ମହାଳୟା ଅମାବାସ୍ୟାରେ ପିତୃଲୋକଙ୍କୁ ଏହି ବାଇଶି ପାହାଚରେ ଶ୍ରାଦ୍ଧ ଦିଆଯାଏ । ଏହା ଦ୍ୱାରା ପିତୃପୁରୁଷ ମୁକ୍ତି ଲାଭ କରିଥାନ୍ତି । ବଡ ବଡିଆ ଡାକ ମଧ୍ୟ ଏଠାରେ ହେଇଥାଏ । ମହାପ୍ରଭୁ ଯେତେବେଳେ ବଡ ଦେଉଳରୁ ବାହାରି ଥାଆନ୍ତି ରଥଯାତ୍ରାରେ ଓ ନୀଳାଦ୍ରି ବିଜେରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ମହାପ୍ରଭୁ ସ୍ପର୍ଶରେ ବାଇଶି ପାହଚ ପବିତ୍ର ହୋଇଯାଇଥାଏ । ଯେଉଁ ଭକ୍ତ ବାଇଶି ପାହଚରେ କିଛି ବସିଥାଏ ଅବା ଗଡିଥାଏ ତାହାର ଶରୀର, ମନ ପବିତ୍ର ହୋଇଯାଇଥାଏ ।

ଏହା ମଧ୍ୟ ପଢନ୍ତୁ:- ଦର୍ଶନ କରନ୍ତୁ ମଙ୍ଗଳମୟଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Mangala Alati

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା, ଦଧିନଉତିକୁ ଚଢିଗଲେ ବୃଦ୍ଧ - Man climbed Srimandir

  • ବାଇଶି ପାହାଚକୁ ନେଇ ଭକ୍ତଙ୍କ ମତ

    ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ କହିଛନ୍ତି, ବାଇଶି ପାହାଚ ଅତ୍ୟନ୍ତ ପବିତ୍ର । ଏଠାରେ ଛୋଟ ପିଲାଙ୍କ ଆୟୁ ବୃଦ୍ଧି ପାଇଁ ପିଲାଙ୍କୁ ବାଇଶି ପାହାଚରେ ଗଡ଼ାଇ ଦିଆଯାଏ । ସେହିପରି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଯମ ଶିଳାରେ ପାଦ ସ୍ପର୍ଶ କରି ଆମେ ଶ୍ରୀମନ୍ଦିର ପ୍ରବେଶ କରୁ । ବିଶ୍ୱାସ ଅନୁଯାୟୀ ଏହା କଲେ ଧର୍ମ ପ୍ରାପ୍ତି ହୋଇଥାଏ । ସେହିପରି ପିତୃପୁରୁଷଙ୍କୁ ଶ୍ରାଦ୍ଧ, ପିଣ୍ଡ ଦାନ ମଧ୍ୟ ବାଇଶି ପାହାଚରେ କରାଯାଏ । ଏହା ଦ୍ୱାରା ପିତୃପୁରୁଷଙ୍କ ଆତ୍ମା ମୁକ୍ତି ଲାଭ କରିଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.