ETV Bharat / state

ରାତିପାହିଲେ ମହାଶିବରାତ୍ରୀ, ଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ବଳିତ ହେଲା ଜଗତ ମଙ୍ଗଳ ଦୀପ

author img

By ETV Bharat Odisha Team

Published : Mar 7, 2024, 7:58 AM IST

Maha Shivaratri:ଜଗତ କଲ୍ୟାଣ ପାଇଁ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ । ଜାଗର ଯାତ୍ରା ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ରହିବେ ମୁତୟନ । ଅଧିକ ପଢନ୍ତୁ

Maha Shivaratri
Maha Shivaratri
Maha Shivaratri

ପୁରୀ: ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ବିଶାଳ ଜଗତ ମଙ୍ଗଳ ଜାଗର ଦୀପ । ପ୍ରଭୁ ଲୋକନାଥଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଅବସରରେ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ ପ୍ରଜ୍ଜ୍ବଳିତ ହୋଇଛି । ପୁରୀର ପ୍ରସିଦ୍ଧ ପ୍ରଭୁ ଲୋକନାଥଙ୍କ ପୀଠରେ ଗତକାଲି(ବୁଧବାର) ପଙ୍କୋଦ୍ଧାର ଏକାଦଶୀ ନୀତି ଆୟୋଜିତ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହ କଟକଣା ମଧ୍ୟରେ ଶହଶହ ଶ୍ରଦ୍ଧାଳୁ ପ୍ରଭୁ ଲୋକନାଥଙ୍କ ଦର୍ଶନ କରିଛନ୍ତି ।

ଏହି ଅବସରରେ ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ ପ୍ରଜ୍ଜ୍ବଳନ କରାଯାଇଛି । ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରମୁଖ ଦୀପ ପ୍ରଜ୍ଜ୍ବଳନ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଠାରୁ ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ଜଳିବ । ପ୍ରାୟ ଛଅଫୁଟ ଲମ୍ବ, 4 ଫୁଟ ଓସାର ଏବଂ ଦୁଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ତିନି କ୍ବିଣ୍ଟାଲ ଘିଅ ଢଳାଯିବ ।

ପୂର୍ବରୁ ଏହି ଦ୍ଵୀପଟି ମାଟିରେ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢେ଼ଇ କୁଇଣ୍ଟାଲ ଅଷ୍ଟଧାତୁରେ ଏହା ନିର୍ମାଣ କରାଯାଇଛି । ପ୍ରାୟ ୧ମାସ ଧରି ବାଳକାଟିର ପ୍ରସିଦ୍ଧ କାରିଗର ଭାଗିରଥି ମହାରଣା ଏହି ଅଷ୍ଟଧାତୁର ବୃହତ୍ ଦୀପକୁ ପ୍ରସ୍ତୁତ କରିଛନ୍ତି । ବିଶ୍ଵ କଲ୍ୟାଣ ନିମନ୍ତେ ଏହି ମହାର୍ଘ୍ୟ ଦୀପ ପ୍ରଜ୍ବଳନ କରାଯାଉଥିବା ଦୀପର ଉଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି । ସେପଟେ ପଙ୍କୋଦ୍ଧାର ଏକାଦଶୀ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ଆଗାମୀ ଜାଗର ଯାତ୍ରା ମଧ୍ୟ ସବୁ ଭକ୍ତ ଆନନ୍ଦ ନିଅନ୍ତୁ ଏବଂ ଜଗତର ମଙ୍ଗଳ ହେଉ ବୋଲି ପ୍ରଭୁ ଲୋକନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏସପି । ଏହି ଉତ୍ସବରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପର ଆୟୋଜକ ସମାଜସେବୀ ରାମକୃଷ୍ଣ ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ତେବେ ଶୁକ୍ରବାର ପବିତ୍ର ଜାଗର ଯାତ୍ରାରେ ପ୍ରସିଦ୍ଧ ଶୈବ ପୀଠ ଲୋକନାଥ ମନ୍ଦିରରେ ସାରା ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏଥି ପାଇଁ ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପିଙ୍କ ସୂଚନା ଅନୁଯାୟୀ 20 ପ୍ଲାଟୁନ ପୋଲିସ ଫୋର୍ସ ଜାଗର ଯାତ୍ରା ପାଇଁ ମୁତୟନ ରହିବେ । ଟ୍ରାଫିକ ସୁପରିଚଳନା, ଶାନ୍ତି ଶୃଙ୍ଖଳା, ଚୋରି ରାହାଜାନୀ ରୋକିବା ପାଇଁ ପୋଲିସ ଫୋର୍ସ ସହ ସାଧା ପୋଷାକରେ ପୋଲିସ୍ ମୁତୟନ ରହିବେ ବୋଲି ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.