ETV Bharat / state

ଭକ୍ତଙ୍କ ପାଇଁ ଖୁସି ଖବର; ଏଣିକି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଲାଗିବ AI - Discipline Darshan In Sri Mandir - DISCIPLINE DARSHAN IN SRI MANDIR

Discipline Darshan In Puri Sri Mandir: ଏଣିକି କାଳିଆ ଦର୍ଶନ ପାଇଁ ପ୍ରତିବନ୍ଧକ ସାଜିବନି ଭିଡ଼ । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆନନ୍ଦବଜାରଠାରୁ ଆରମ୍ଭ କରି ମହାପ୍ରସାଦର ଗୋଟିଏ ଦର ତାଲିକା ପ୍ରସ୍ତୁତ ହେବ । ମୋବାଇଲ ଲୁଚାଇ ନେଲେ ମାଡ଼ି ବସିବ କ୍ୟାମେରା । ଅଧିକ ପଢନ୍ତୁ

Discipline Darshan In Puri Sri Mandir
Discipline Darshan In Puri Sri Mandir (ETV Bharat Odisha)
author img

By ETV Bharat Odisha Team

Published : Aug 9, 2024, 6:13 PM IST

ପୁରୀ: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା ସତ, ହେଲେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କିନ୍ତୁ ଶୃଙ୍ଖଳିତ ହୋଇନଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଲାଗି ରହିଛି । ତେବେ ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ଏବଂ ଆନନ୍ଦ ବଜାରରେ ଶୃଙ୍ଖଳା ଆସାପାରିବ ସେନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଭକ୍ତଙ୍କ ପାଇଁ ଖୁସି ଖବର; ଏଣିକି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା (ETV Bharat Odisha)

କଣ କହିଲେ ପୁରୀ ଜିଲ୍ଲାପାଳ ?

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥାନ୍ତି । ଏଣୁ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଭିଡ଼କୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରାଯାଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ । ପରେ ଏହାକୁ ସଫଳ ଭାବରେ କିଭଳି ଲାଗୁ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ।"

ଆନନ୍ଦ ବଜାରରେ ମହାପ୍ରସାଦ ବିକିବେ ଅଧିକୃତ ସେବାୟତ:

ଏହାସହ ଆନନ୍ଦ ବଜାରରେ ଅଣ ଅଧିକୃତ ବ୍ୟକ୍ତି ବିଶେଷଙ୍କୁ ହଟାଯାଇ କେବଳ ଅଧିକୃତ ସେବାୟତଙ୍କୁ ମହାପ୍ରସାଦ ବିକ୍ରି ନେଇ ଅନୁମତି ଦିଆଯିବ । ସେହିପରି ଆନନ୍ଦ ବଜାରରେ ଦୋକାନୀମାନେ ଶୃଙ୍ଖଳାର ସହ ଯେଭଳି ବସି ପାରିବେ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ଭକ୍ତ ମାନଙ୍କ ସୁବିଧା ପାଇଁ ଆନନ୍ଦ ବଜାରରେ ଅବଢ଼ା ଦରର ଏକ ଦର ତାଲିକା ଲଗାଯିବା ନେଇ ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହିତ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ମଧ୍ୟ କିଭଳି ସଫଳ ଭାବେ କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ ମଧ୍ୟ ପ୍ରଶାସନ କାର୍ଯ୍ୟ କରିବ ।

ମୋବାଇଲ ଫୋନ ଚିହ୍ନଟ କରିବ AI (କୃତ୍ରିମ ବୃଦ୍ଧିମତା):-

ଶ୍ରୀମନ୍ଦିର ଚାରିଦ୍ବାର ସହିତ ଥିବା ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବ । ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ କରାଯିବ । ସେହିପରି ମୋବାଇଲ୍ ଫୋନ୍ ଚିହ୍ନଟ କରିପାରୁଥିବା ଏଆଇ ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯିବାର ଯୋଜନା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଶ୍ରୀମନ୍ଦିର ସାତ ପାହାଚଠାରୁ ଜୟବିଜୟ ଦ୍ବାର ଯାଏଁ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ଭକ୍ତଙ୍କ ଦାବି

ସେପଟେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି । ତେବେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉନଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି । ଏଣୁ ପୁରୀ ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବାରେ ସଫଳ ହେବ ବୋଲି ଭକ୍ତ ଓ ସେବାୟତ ଆଶା ରଖିଛନ୍ତି ।

'ଭକ୍ତଙ୍କଠାରୁ ଟଙ୍କା ଆଦାୟ ବନ୍ଦ କରାଯାଉ'

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ବେଳେ ବେଳେ ଅତ୍ୟଧିକ ଭିଡ଼ ପାଇଁ ସ୍ଥିତି ଅଣାୟତ୍ତ ହୋଇ ପଡ଼ୁଛି । ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ବିଭିନ୍ନ ଦ୍ଵାର ବନ୍ଦ ଥିବା ବେଳେ କେତେକ ବ୍ୟକ୍ତି ଦର୍ଶନ ପାଇଁ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି । ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ ଏହାକୁ ବନ୍ଦ କରାଯାଉ । ବିଭିନ୍ନ ଗଳା ବାଟରେ ଏହି କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର କର୍ମଚାରୀ, ପୋଲିସ କର୍ମଚାରୀ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯାଉ । ଦୀର୍ଘ ଦିନ ହେବ ଖୁଲମଖୁଲା ଏହି କାର୍ଯ୍ୟ ଚାଲିଥିବା ବେଳେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହା ବନ୍ଦ ନ ହେବା ଯାଏ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳା ଆସିପାରିବ ନାହିଁ ।"

'ସିଂହଦ୍ଵାରରୁ ଭିତର କାଠ ଯାଏଁ ଭକ୍ତଙ୍କୁ ଲାଇନରେ ଯିବାକୁ ଦିଆଯାଉ'

ସେପଟେ ଶ୍ରୀମନ୍ଦିରର ଅନ୍ୟତମ ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, "ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ବାରମ୍ବାର ଆଲୋଚୋନା କରି ଆନନ୍ଦ ବଜାରର ଦାୟିତ୍ବ ସେମାନଙ୍କୁ ଦିଆଯାଉ । ଏହା ଫଳରେ କିଛି ଅସୁବିଧା ହେବ ନାହିଁ । ସେହିପରି ଶ୍ରୀମନ୍ଦିର ସିଂହଦ୍ଵାରରୁ ଭିତର କାଠ ଯାଏଁ ଭକ୍ତଙ୍କୁ ଲାଇନରେ ଯିବାକୁ ଦିଆଯାଉ । ଭକ୍ତ କେହି ଯେଭଳି ଠିଆ ହୋଇ ରହିବେ ନାହିଁ ତାହା ଉପରେ ଧ୍ୟାନ ଦିଆଯାଉ । ତାହେଲେ ଦର୍ଶନରେ ଶୃଙ୍ଖଳା ଆସିବା । କୌଣସି ଦେବାଦେବୀ ମନ୍ଦିରରେ ଭକ୍ତଙ୍କୁ ଠିଆ ହେବାକୁ ଅନୁମତି ଦିଆଯିବ ନାହିଁ । ସବୁଠି ଲାଇନକୁ ଆଗକୁ ଯିବାକୁ ଦିଆଯାଉ । ସେହିପରି ଗରୁଡ ସ୍ତମ୍ବ ଭିତରେ ଥିବା ବିଭିନ୍ନ ସାମଗ୍ରୀ, ଆଲମିରାକୁ ସ୍ଥାନାନ୍ତର କରାଯାଇ ପରିଷ୍କାର ରଖାଯାଉ । ଏହାଦ୍ବାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇ ପାରିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.