ETV Bharat / state

ରଥଯାତ୍ରାରେ ପୁରୀ ଆସୁଛନ୍ତି କି, କେଉଁଠି ମିଳିବ କଣ ସୁବିଧା ? ଏହି ଆପରେ ମିଳିବ ଟିକନିକ୍‌ ସୂଚନା - Rath Yatra 2024 mobile App

author img

By ETV Bharat Odisha Team

Published : Jul 5, 2024, 5:26 PM IST

Rath Yatra 2024 mobile App: ରଥଯାତ୍ରାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଲଞ୍ଚ ହେଲା ମୋବାଇଲ ଆପ୍ 'Rath Yatra 2024' । ଏହି ଆପ୍ ଡାଉନଲୋଡ କରି ସ୍ବାସ୍ଥ୍ୟକେନ୍ଦ୍ର ଓ ସୂଚନା କେନ୍ଦ୍ର ଠାରୁ ଆରମ୍ଭ କରି ହ୍ବିଲଚେୟାର ବ୍ୟବସ୍ଥା ଯାଏଁ ଟିକିନିକ୍ ସୂଚନା ଜାଣିହେବ । ପଢନ୍ତୁ ପୁରା ଖବର

ରଥଯାତ୍ରା ୨୦୨୪ ଆପ୍ ଲଞ୍ଚ; ଏହା ଡାଉନଲୋଡ୍ କରି ଜାଣିହେବ ଟିକିନିକ୍ ସୂଚନା
ରଥଯାତ୍ରା ୨୦୨୪ ଆପ୍ ଲଞ୍ଚ; ଏହା ଡାଉନଲୋଡ୍ କରି ଜାଣିହେବ ଟିକିନିକ୍ ସୂଚନା (Etv Bharat Odisha)

ପୁରୀ: ଦିନକ ପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ''ରଥଯାତ୍ରା ୨୦୨୪'' ନାମକ ଏକ ମୋବାଇଲ ଆପ୍ ଲଞ୍ଚ କରାଯାଇଛି । ଏହି ଆପ ଡାଉନଲୋଡ୍ କରି ଶ୍ରଦ୍ଧାଳୁ ନିଜ ନିକଟରେ ଥିବା ପାନୀୟଜଳ ବ୍ୟବସ୍ଥା, ସ୍ବାସ୍ଥ୍ୟକେନ୍ଦ୍ର, ମାଗଣା ଖାଦ୍ୟବଣ୍ଟନ ସ୍ଥଳୀ, ପୋଲିସ ସେବାକେନ୍ଦ୍ର, ଶିଶୁ ଡେସ୍କ ହେଲ୍ପଲାଇନ, ସୂଚନା କେନ୍ଦ୍ର, ଅସ୍ଥାୟୀ ରହଣି ଶିବିର, ଭିନ୍ନକ୍ଷମ ପାଇଁ ରଥ ଦର୍ଶନ ହ୍ବିଲଚେୟାର ବ୍ୟବସ୍ଥା, ଲାଇଫ ଗାର୍ଡ ସେବା, କଣ୍ଟ୍ରୋଲ ରୁମ୍ ଇତ୍ୟାଦି ବ୍ୟବସ୍ଥା ସମ୍ପର୍କରେ ସହଜରେ ଜାଣିପାରିବେ ।

ରଥଯାତ୍ରା ୨୦୨୪
ରଥଯାତ୍ରା ୨୦୨୪ (Etv Bharat Odisha)

ରଥଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ହୋଇଥିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସହଜରେ ସମସ୍ତ ସୂଚନା ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ନିକଟରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି । ଏହା ଜରିଆରେ ବ୍ୟବହାରୀକାରୀ ନିଜ ନିକଟରେ ଥିବା ହୋଟେଲ ରେସ୍ତୋରାଁ, ପାର୍କିଂ ସ୍ଥାନ ଇତ୍ୟାଦି ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଏଥିସହ ସହର ମଧ୍ୟରେ ଥିବା ବିଭିନ୍ନ ଦେବସ୍ଥଳୀ ଗୁଡିକ ସମ୍ପର୍କରେ ଜାଣିପାରିବେ । ନାଭିଗେଶନ ମାଧ୍ୟମରେ ସହଜରେ ସେ ସ୍ଥାନରେ ପହଞ୍ଚି ମଧ୍ୟ ପାରିବେ ।

ଏହା ମଧ୍ୟ ପଢନ୍ତୁ: ଦଳାଚକଟା ଏଡାଇବା ପାଇଁ କେତେ ପ୍ରସ୍ତୁତ ପୁରୀ ପ୍ରଶାସନ ? ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ - Ratha Yatra 2024

ରଥଯାତ୍ରା ୨୦୨୪
ରଥଯାତ୍ରା ୨୦୨୪ (Etv Bharat Odisha)

ରଥଯାତ୍ରା ୨୦୨୪ ନାମକ ଏହି ମୋବାଇଲ ଆପକୁ ସ୍ଵତନ୍ତ୍ର କ୍ୟୁଆର କୋଡ ମାଧ୍ୟମରେ ସମସ୍ତ ଆଣ୍ଡ୍ରଏଡ ସେଟରେ ଡାଉନଲୋଡ କରିହେବ । ରଥଯାତ୍ରାଠୁ ନିଳାଦ୍ରୀ ବିଜେ ମଧ୍ୟରେ ଅନ୍ୟ ସବୁ ଆବଶ୍ୟକୀୟ ସୂଚନାଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଏହି ଆପରେ ସଂଯୁକ୍ତ କରାଯିବ । ପରୀକ୍ଷାମୂଳକ ଭାବେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ।

ରଥଯାତ୍ରାର ଭିଡ ଭିତରେ ଲୋକମାନଙ୍କୁ ଏହି ଆପ ସଠିକ ସୂଚନା ଦେବାରେ ସହାୟକ ହେବ । ଆଗକୁ ପୁରୀ ସହର ପାଇଁ ଏକ ଇଣ୍ଟିଗ୍ରେଟେଡ ସିଟି ଆପ୍ ପ୍ରସ୍ତୁତ ପାଇଁ ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଜଣାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.